ଅନ୍ତଃରାଜ୍ୟ ବରମୁଣ୍ଡା ବସ୍‌ ଟର୍ମିନାଲ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କଲେ ୫ଟି ଅଧ୍ୟକ୍ଷ

The Sakala Picture
Published On

ଭୁବନେଶ୍ବର:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି ଭୋରରେ ଭୁବନେଶ୍ୱର ବରମୁଣ୍ଡାରେ ନିର୍ମାଣାଧୀନ ଆନ୍ତଃ ରାଜ୍ୟ ବସ୍ ଟର୍ମିନାଲ ( ଆଇଏସବିଟି) ପରିଦର୍ଶନ କରିଛନ୍ତି । ଆଇଏସବିଟିରେ ଚାଲିଥିବା ବିଭିନ୍ନ କାର୍ଯ୍ୟର ଅଗ୍ରଗତିର ତଦାରଖ କରିଛନ୍ତି ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ। ଆଇଏସବିଟି ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବା ସମ୍ଭାବନା ରହିଛି। ଆଇଏସବିଟି କାର୍ଯ୍ୟକ୍ଷମ ହେଲେ ଏହା କେବଳ ଓଡ଼ିଶାବାସୀଙ୍କ ପାଇଁ ନୁହେଁ, ବରଂ ପଡୋଶୀ […]

ଭୁବନେଶ୍ବର:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି ଭୋରରେ ଭୁବନେଶ୍ୱର ବରମୁଣ୍ଡାରେ ନିର୍ମାଣାଧୀନ ଆନ୍ତଃ ରାଜ୍ୟ ବସ୍ ଟର୍ମିନାଲ ( ଆଇଏସବିଟି) ପରିଦର୍ଶନ କରିଛନ୍ତି । ଆଇଏସବିଟିରେ ଚାଲିଥିବା ବିଭିନ୍ନ କାର୍ଯ୍ୟର ଅଗ୍ରଗତିର ତଦାରଖ କରିଛନ୍ତି ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ। ଆଇଏସବିଟି ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବା ସମ୍ଭାବନା ରହିଛି। ଆଇଏସବିଟି କାର୍ଯ୍ୟକ୍ଷମ ହେଲେ ଏହା କେବଳ ଓଡ଼ିଶାବାସୀଙ୍କ ପାଇଁ ନୁହେଁ, ବରଂ ପଡୋଶୀ ରାଜ୍ୟର ଲୋକଙ୍କ ପାଇଁ ବି ଏକ ଗୁରୁତ୍ବପୂର୍ଣ୍ଣ ଟ୍ରାଞ୍ଜିଟ୍ ହବ୍ ହେବ । ଫେବୃଆରୀ ମଧ୍ୟଭାଗ ସୁଦ୍ଧା ଏହାକୁ କାର୍ଯ୍ୟକ୍ଷମ କରିବାକୁ ଫାଇଭ ଟି ଅଧ୍ୟକ୍ଷ ନିର୍ଦେଶ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ଖରା: ୩୯.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ଜାଣନ୍ତୁ ଆଗକୁ କେମିତି ରହିବ ପାଗ

ଆଇଏସବିଟି ବସଷ୍ଟାଣ୍ଡରେ ମିଳିବ ବିମାନବନ୍ଦରର ସୁବିଧା । ଏଠାରେ ପ୍ରିପେଡ ଅଟୋ ଓ ଟ୍ୟାକ୍ସି ବ୍ୟବସ୍ଥା ମଧ୍ୟ ରହିବ ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

ଆଇଏସବିଟି ସ୍ଥଳକୁ ଯାଇ ୫-ଟି ଅଧ୍ୟକ୍ଷ ଯାତ୍ରୀଙ୍କ ପାଇଁ କରାଯାଇଥିବା ବିଭିନ୍ନ ବ୍ୟବସ୍ଥାର ନୀରିକ୍ଷଣ କରିଥିଲେ । ପ୍ରତୀକ୍ଷା ସ୍ଥଳ, ପରିମଳ ବ୍ୟବସ୍ଥା, ବସ୍ ବେ’ , ରେଷ୍ଟରୁମ୍ ଆଦିର ସେ ତଦାରଖ କରିଥିଲେ। ଅପରେସନ କଣ୍ଟ୍ରୋଲ ସେଣ୍ଟର ( ଓସିସି )ର ସେ ପ୍ରଶଂସା କରିବା ସହ ଏହାର ସୁରକ୍ଷା ପାଇଁ ହାଇଟେକ୍ ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଥିଲେ ପାଣ୍ଡିଆନ।

ଆହୁରି ପଢ଼ନ୍ତୁ: ଭାରତର ଏହି ରାଜ୍ୟରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍...

ଯାତ୍ରୀମାନଙ୍କ ସୂଚନା ପାଇଁ ଓଡ଼ିଆରେ ଲିଖିତ ଉପଯୁକ୍ତ ସାଇନ୍ ବୋର୍ଡ ଓ ମାନଚିତ୍ର ବ୍ୟବସ୍ଥା କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ୫-ଟି ଅଧ୍ୟକ୍ଷ । ବାକି ରହିଥିବା କାମ ତ୍ୱରାନ୍ୱିତ କରିବା ସହ ଫେବ୍ରୁଆରୀ ମଧ୍ୟଭାଗ ସୁଦ୍ଧା ଶେଷ କରି ଲୋକାର୍ପଣ ପାଇଁ ଆଇଏସବିଟିକୁ ପ୍ରସ୍ତୁତ କରିବାକୁ ବିଡିଏ ଟିମକୁ ନିର୍ଦ୍ଦେଶ ଦେଇଛନ୍ତି ୫-ଟି ଅଧ୍ୟକ୍ଷ ।

୧୫ ଏକରରୁ ଅଧିକ ଜମିରେ ନିର୍ମାଣ ହେଉଥିବା ବରମୁଣ୍ଡା ଆଇଏସବିଟି ପ୍ରକଳ୍ପର ଦାୟିତ୍ବ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ – ବିଡିଏ ହାତରେ ନ୍ୟସ୍ତ କରାଯାଇଛି। ଯାତ୍ରୀମାନଙ୍କ ପାଇଁ ଏଥିରେ ବିଭିନ୍ନ ବ୍ୟବସ୍ଥା ରହିବ । ଏଥିସହ ଅଫିସ ସ୍ପେସ୍, ପାର୍କିଂ ବ୍ୟବସ୍ଥା, ଫୁଡ୍ କୋର୍ଟ, ରେଷ୍ଟୁରାଣ୍ଟ ଓ ବ୍ୟବସାୟିକ ସ୍ଥାନର ବି ବ୍ୟବସ୍ଥା ରହିବ । ଆଇଏସବିଟି ଯାତ୍ରୀମାନଙ୍କୁ ଏକ ବିମାନବନ୍ଦରର ଅନୁଭୂତି ପ୍ରଦାନ କରିବ । ଏକ ଆଧୁନିକ ପରିବହନ ହବ୍ ଭାବେ ଆଇଏସବିଟି ଦ୍ୱାରା ଓଡ଼ିଶାର ଜନସାଧାରଣ ଉପକୃତ ହେବେ । ସମସ୍ତ ସୁବିଧା ସୁଯୋଗ ସହ ଯାତ୍ରୀମାନଙ୍କୁ ଆରାମଦାୟକ ଯାତ୍ରା ଅନୁଭୂତି ଦେବ ଆଇଏସବିଟି । କାର୍ଯ୍ୟକ୍ଷମ ହେବାକୁ ଥିବା ଏହି ଟର୍ମିନାଲରେ ଅତ୍ୟାଧୁନିକ ଆହାର କେନ୍ଦ୍ର, ରେଷ୍ଟୁରାଣ୍ଟ, ବହୁତଳ କାର୍ ପାର୍କିଂ, ପିକ୍ ଅପ୍ /ଡ୍ରପ୍ ଅଫ୍ ବ୍ୟବସ୍ଥା, ସୋଲାର ପ୍ୟାନେଲ ସିଷ୍ଟମ ଓ ସିୱଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ରହିଛି।

ଯାତ୍ରୀଙ୍କ ସୁରକ୍ଷା ପାଇଁ ପୋଲିସ ସେବା କେନ୍ଦ୍ର ସହ ଟର୍ମିଲନାଲ ପରିଚାଳନା ପାଇଁ ପ୍ରଶାସନିକ ବିଲ୍ଡିଂ, ଯାତ୍ରୀଙ୍କ ପାଇଁ ଶୌଚାଳୟ, ଭିନ୍ନକ୍ଷମ ଓ ବୟସ୍କ ଯାତ୍ରୀଙ୍କ ପାଇଁ ରେମ୍ପବ୍ୟବସ୍ଥା ଏବଂ ମହିଳା ଯାତ୍ରୀଙ୍କ ପାଇଁ ଫିଡିଂ ରୁମ ରହିବ ।

୫-ଟି ଅଧ୍ୟକ୍ଷଙ୍କ ଆଇଏସବିଟି ସ୍ଥଳ ପରିଦର୍ଶନ ବେଳେ ବିଡିଏ ଭିସି, ଭୁବନେଶ୍ୱର ଡିସିପି, ବିଏମସି କମିଶନର ଓ ବିଡିଏର ଏବଂ ଅନ୍ୟ ଏଜେନ୍ସୀ ଅଧିକାରୀମାନେ ଉପସ୍ଥିତ ଥିଲେ।

30 Jan 2024 By The Sakala

ଅନ୍ତଃରାଜ୍ୟ ବରମୁଣ୍ଡା ବସ୍‌ ଟର୍ମିନାଲ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କଲେ ୫ଟି ଅଧ୍ୟକ୍ଷ

ଭୁବନେଶ୍ବର:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି ଭୋରରେ ଭୁବନେଶ୍ୱର ବରମୁଣ୍ଡାରେ ନିର୍ମାଣାଧୀନ ଆନ୍ତଃ ରାଜ୍ୟ ବସ୍ ଟର୍ମିନାଲ ( ଆଇଏସବିଟି) ପରିଦର୍ଶନ କରିଛନ୍ତି । ଆଇଏସବିଟିରେ ଚାଲିଥିବା ବିଭିନ୍ନ କାର୍ଯ୍ୟର ଅଗ୍ରଗତିର ତଦାରଖ କରିଛନ୍ତି ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ। ଆଇଏସବିଟି ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବା ସମ୍ଭାବନା ରହିଛି। ଆଇଏସବିଟି କାର୍ଯ୍ୟକ୍ଷମ ହେଲେ ଏହା କେବଳ ଓଡ଼ିଶାବାସୀଙ୍କ ପାଇଁ ନୁହେଁ, ବରଂ ପଡୋଶୀ ରାଜ୍ୟର ଲୋକଙ୍କ ପାଇଁ ବି ଏକ ଗୁରୁତ୍ବପୂର୍ଣ୍ଣ ଟ୍ରାଞ୍ଜିଟ୍ ହବ୍ ହେବ । ଫେବୃଆରୀ ମଧ୍ୟଭାଗ ସୁଦ୍ଧା ଏହାକୁ କାର୍ଯ୍ୟକ୍ଷମ କରିବାକୁ ଫାଇଭ ଟି ଅଧ୍ୟକ୍ଷ ନିର୍ଦେଶ ଦେଇଛନ୍ତି ।

ଆଇଏସବିଟି ବସଷ୍ଟାଣ୍ଡରେ ମିଳିବ ବିମାନବନ୍ଦରର ସୁବିଧା । ଏଠାରେ ପ୍ରିପେଡ ଅଟୋ ଓ ଟ୍ୟାକ୍ସି ବ୍ୟବସ୍ଥା ମଧ୍ୟ ରହିବ ।

ଆଇଏସବିଟି ସ୍ଥଳକୁ ଯାଇ ୫-ଟି ଅଧ୍ୟକ୍ଷ ଯାତ୍ରୀଙ୍କ ପାଇଁ କରାଯାଇଥିବା ବିଭିନ୍ନ ବ୍ୟବସ୍ଥାର ନୀରିକ୍ଷଣ କରିଥିଲେ । ପ୍ରତୀକ୍ଷା ସ୍ଥଳ, ପରିମଳ ବ୍ୟବସ୍ଥା, ବସ୍ ବେ’ , ରେଷ୍ଟରୁମ୍ ଆଦିର ସେ ତଦାରଖ କରିଥିଲେ। ଅପରେସନ କଣ୍ଟ୍ରୋଲ ସେଣ୍ଟର ( ଓସିସି )ର ସେ ପ୍ରଶଂସା କରିବା ସହ ଏହାର ସୁରକ୍ଷା ପାଇଁ ହାଇଟେକ୍ ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଥିଲେ ପାଣ୍ଡିଆନ।

ଯାତ୍ରୀମାନଙ୍କ ସୂଚନା ପାଇଁ ଓଡ଼ିଆରେ ଲିଖିତ ଉପଯୁକ୍ତ ସାଇନ୍ ବୋର୍ଡ ଓ ମାନଚିତ୍ର ବ୍ୟବସ୍ଥା କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ୫-ଟି ଅଧ୍ୟକ୍ଷ । ବାକି ରହିଥିବା କାମ ତ୍ୱରାନ୍ୱିତ କରିବା ସହ ଫେବ୍ରୁଆରୀ ମଧ୍ୟଭାଗ ସୁଦ୍ଧା ଶେଷ କରି ଲୋକାର୍ପଣ ପାଇଁ ଆଇଏସବିଟିକୁ ପ୍ରସ୍ତୁତ କରିବାକୁ ବିଡିଏ ଟିମକୁ ନିର୍ଦ୍ଦେଶ ଦେଇଛନ୍ତି ୫-ଟି ଅଧ୍ୟକ୍ଷ ।

୧୫ ଏକରରୁ ଅଧିକ ଜମିରେ ନିର୍ମାଣ ହେଉଥିବା ବରମୁଣ୍ଡା ଆଇଏସବିଟି ପ୍ରକଳ୍ପର ଦାୟିତ୍ବ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ – ବିଡିଏ ହାତରେ ନ୍ୟସ୍ତ କରାଯାଇଛି। ଯାତ୍ରୀମାନଙ୍କ ପାଇଁ ଏଥିରେ ବିଭିନ୍ନ ବ୍ୟବସ୍ଥା ରହିବ । ଏଥିସହ ଅଫିସ ସ୍ପେସ୍, ପାର୍କିଂ ବ୍ୟବସ୍ଥା, ଫୁଡ୍ କୋର୍ଟ, ରେଷ୍ଟୁରାଣ୍ଟ ଓ ବ୍ୟବସାୟିକ ସ୍ଥାନର ବି ବ୍ୟବସ୍ଥା ରହିବ । ଆଇଏସବିଟି ଯାତ୍ରୀମାନଙ୍କୁ ଏକ ବିମାନବନ୍ଦରର ଅନୁଭୂତି ପ୍ରଦାନ କରିବ । ଏକ ଆଧୁନିକ ପରିବହନ ହବ୍ ଭାବେ ଆଇଏସବିଟି ଦ୍ୱାରା ଓଡ଼ିଶାର ଜନସାଧାରଣ ଉପକୃତ ହେବେ । ସମସ୍ତ ସୁବିଧା ସୁଯୋଗ ସହ ଯାତ୍ରୀମାନଙ୍କୁ ଆରାମଦାୟକ ଯାତ୍ରା ଅନୁଭୂତି ଦେବ ଆଇଏସବିଟି । କାର୍ଯ୍ୟକ୍ଷମ ହେବାକୁ ଥିବା ଏହି ଟର୍ମିନାଲରେ ଅତ୍ୟାଧୁନିକ ଆହାର କେନ୍ଦ୍ର, ରେଷ୍ଟୁରାଣ୍ଟ, ବହୁତଳ କାର୍ ପାର୍କିଂ, ପିକ୍ ଅପ୍ /ଡ୍ରପ୍ ଅଫ୍ ବ୍ୟବସ୍ଥା, ସୋଲାର ପ୍ୟାନେଲ ସିଷ୍ଟମ ଓ ସିୱଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ରହିଛି।

ଯାତ୍ରୀଙ୍କ ସୁରକ୍ଷା ପାଇଁ ପୋଲିସ ସେବା କେନ୍ଦ୍ର ସହ ଟର୍ମିଲନାଲ ପରିଚାଳନା ପାଇଁ ପ୍ରଶାସନିକ ବିଲ୍ଡିଂ, ଯାତ୍ରୀଙ୍କ ପାଇଁ ଶୌଚାଳୟ, ଭିନ୍ନକ୍ଷମ ଓ ବୟସ୍କ ଯାତ୍ରୀଙ୍କ ପାଇଁ ରେମ୍ପବ୍ୟବସ୍ଥା ଏବଂ ମହିଳା ଯାତ୍ରୀଙ୍କ ପାଇଁ ଫିଡିଂ ରୁମ ରହିବ ।

୫-ଟି ଅଧ୍ୟକ୍ଷଙ୍କ ଆଇଏସବିଟି ସ୍ଥଳ ପରିଦର୍ଶନ ବେଳେ ବିଡିଏ ଭିସି, ଭୁବନେଶ୍ୱର ଡିସିପି, ବିଏମସି କମିଶନର ଓ ବିଡିଏର ଏବଂ ଅନ୍ୟ ଏଜେନ୍ସୀ ଅଧିକାରୀମାନେ ଉପସ୍ଥିତ ଥିଲେ।

https://www.thesakala.in/latest-odisha-news/5t-chairman-kartik-pandian-visit-baramunda-bus-terminal/article-29511
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର