ସମ୍ବଲପୁରରେ ନୂଆ–ଓ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ସଫଳତାର ଗୁରୁମନ୍ତ୍ର ଦେଲେ 5T ଅଧ୍ୟକ୍ଷ

The Sakala Picture
Published On

ସମ୍ବଲପୁର: ସମ୍ବଲପୁରରେ ନୂଆ–ଓ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ସଫଳତାର ଗୁରୁମନ୍ତ୍ର ଦେଇଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ସମ୍ବଲପୁର ମଣ୍ଡଳିଆରେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ସଫଳତା ହାସଲର ସୂତ୍ର ଦେଖାଇଛନ୍ତି। ଛାତ୍ରଛାତ୍ରୀଙ୍କ ଲାଗି କାହିଁକି ମୁଖ୍ୟମନ୍ତ୍ରୀ ଏ ନୂଆ-ଓ କାର୍ଯ୍ୟକ୍ରମ କରିଛନ୍ତି ଏ ନେଇ ଛାତ୍ରଛାତ୍ରୀଙ୍କୁ ସେ କହିଥିଲେ। ଛାତ୍ରଛାତ୍ରୀମାନେ ଏବେ ସେମାନଙ୍କର ଜୀବନର ଏକ ଗୁରୁତ୍ବପୂର୍ଣ୍ଣ ପାହାଚରେ ଅଛନ୍ତି। ସେମାନଙ୍କ ଲାଗି ଏଇ ୫ ବର୍ଷ ଅତି ଗୁରୁତ୍ବପୂର୍ଣ୍ଣ। ପିଲାଙ୍କ ଲାଗି ଏହା ଗୋଲଡେନ ପିରିୟଡ । […]

ସମ୍ବଲପୁର: ସମ୍ବଲପୁରରେ ନୂଆ–ଓ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ସଫଳତାର ଗୁରୁମନ୍ତ୍ର ଦେଇଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ସମ୍ବଲପୁର ମଣ୍ଡଳିଆରେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ସଫଳତା ହାସଲର ସୂତ୍ର ଦେଖାଇଛନ୍ତି। ଛାତ୍ରଛାତ୍ରୀଙ୍କ ଲାଗି କାହିଁକି ମୁଖ୍ୟମନ୍ତ୍ରୀ ଏ ନୂଆ-ଓ କାର୍ଯ୍ୟକ୍ରମ କରିଛନ୍ତି ଏ ନେଇ ଛାତ୍ରଛାତ୍ରୀଙ୍କୁ ସେ କହିଥିଲେ। ଛାତ୍ରଛାତ୍ରୀମାନେ ଏବେ ସେମାନଙ୍କର ଜୀବନର ଏକ ଗୁରୁତ୍ବପୂର୍ଣ୍ଣ ପାହାଚରେ ଅଛନ୍ତି। ସେମାନଙ୍କ ଲାଗି ଏଇ ୫ ବର୍ଷ ଅତି ଗୁରୁତ୍ବପୂର୍ଣ୍ଣ। ପିଲାଙ୍କ ଲାଗି ଏହା ଗୋଲଡେନ ପିରିୟଡ । ୫ ବର୍ଷରେ ଯାହା କରିବେ ଉଜ୍ଜଳ ଭବିଷ୍ୟତ ଲାଗି କାମ ଦେବ। ସେଥିଲାଗି ଛାତ୍ରଛାତ୍ରୀ ପାଠ ପଢିବା ନିହାତି ଦରକାର । ଜୀବନରେ ସଫଳତା ହାସଲ କରିବାକୁ ହେଲେ ସାମଗ୍ରିକ ବ୍ୟକିତ୍ବର ବିକାଶ କରିବାକୁ ପଡିବ। ନିଜ ନିଜ ଭିତରେ ଥିବା ଅନ୍ତର୍ନିହିତ ପ୍ରତିଭାକୁ ବାହାରକୁ ଆଣିବାକୁ ପଡିବ। ଆପଣମାନଙ୍କ ମଧ୍ୟରେ ଯାହାବି ପ୍ରତିଭା ଅଛି ତାକୁ ବୃଦ୍ଧି କରିବାକୁ ସୁଯୋଗ ଦେବାକୁ ପଡିବ। ଜୀବନରେ ବହୁତ ବଡ଼ ସଫଳତା ପାଇବାକୁ ହେଲେ ବ୍ୟକ୍ତିତ୍ବର ବିକାଶ ନିହାତି ଆବଶ୍ୟକ ।

ଆହୁରି ପଢ଼ନ୍ତୁ: ଇନଷ୍ଟାଗ୍ରାମରୁ ପରିଚୟ ପରେ ବିବାହ ଆଳରେ ପ୍ରତାରଣା, ପ୍ରେମିକକୁ ବାନ୍ଧିଲା ପୋଲିସ

ଏହାକୁ ଆଖିରେ ରଖି ଏହି ନୂଆ-ଓ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। କୌଣସି ପ୍ରତିଯୋଗିତାରେ ଜିତିବା ତୁଳନାରେ ଅଂଶଗ୍ରହଣ ଅତି ଗୁରୁତ୍ବପୂର୍ଣ୍ଣ। ବିଜୟ ଖୁସି ଦେବ ହେଲେ ଅଂଶଗ୍ରହଣ ଆପଣଙ୍କୁ ଜୀବନର ଗୁରୁତ୍ବପୂର୍ଣ୍ଣ ଶିକ୍ଷା ପ୍ରଦାନ କରିବ। ସଫଳତା ହାସଲ ଲାଗି ଛାତ୍ରଛାତ୍ରୀ ଶାରିରୀକ ବ୍ୟାୟାମ ସହ ୧୫ ମିନିଟ ଧ୍ୟାନ କରିବାକୁ କହିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ସଫଳତା ପାଇବାକୁ ଦିନକୁ ୧୪ ଘଣ୍ଟା ପରିଶ୍ରମ କରିବାକୁ ସେ କହିଛନ୍ତି। କଠିନ ପରିଶ୍ରମର ଅନ୍ୟ କୌଣସି ବିକଳ୍ପ ନାହିଁ ବୋଲି ସେ କରିଛନ୍ତି। ସୋସିଆଲ ମିଡିଆରେ କମ ସମୟ ଅପଚୟ କରିବାକୁ ଦେଇଛନ୍ତି ପରାମର୍ଶ। ଏହାସହ ବାପା, ମା ଓ ଗୁରୁଜନଙ୍କ କଥା ମାନି ସେମାନଙ୍କୁ ସମ୍ମାନ ପ୍ରଦାନ କରିବାକୁ କହିଛନ୍ତି। ପ୍ରତିଛାତ୍ର ଏହି ସମସ୍ତ କଥାକୁ ନେଇ ଆତ୍ମସମୀକ୍ଷା କରିବାର ଅଛି ।  ୫ ବର୍ଷ ଖଟିଲେ ଆସନ୍ତା ୫୦ ବର୍ଷ ଖୁସିରେ ରହିବେ।

ଆହୁରି ପଢ଼ନ୍ତୁ: ସୁଭଦ୍ରା ଯୋଜନାକୁ ନେଇ ବଡ ଅପଡେଟ୍: ୨୭ ଅଗଷ୍ଟ ନୁହେଁ, ୨୮ରେ ମିଳିବ ପଞ୍ଚମ କିସ୍ତି

ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ କିଛି ସଫଳ ବ୍ୟକ୍ତିତ୍ବଙ୍କ ଉଦାହରଣ ଦେଇଥିଲେ ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟରୁ ପାଠ ପଢି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପଦରେ ଥିବା ପି.କେ ମିଶ୍ରଙ୍କ ଉଦାହରଣ ଦେଇଛନ୍ତି। ସରକାରୀ କଲେଜରୁ ପାଠ ପଢି କିପରି ଦେଶ ଏକ ପ୍ରମୁଖ ସ୍ଥାନରେ ପହଞ୍ଚି ପାରିଛନ୍ତି ବୋଲି କହିଥିଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ସମ୍ବଲପୁରର ଛାତ୍ର ଶେଷ କିଶାନଙ୍କ ଉଦାହରଣ ଦେଇଥିଲେ।ବାପା, ମାଆଙ୍କୁ ହରାଇ କିପରି ସରକାରୀ ସ୍କୁଲରେ ପାଠ ପଢି ଜାତୀୟ ସ୍ତରର ଶିକ୍ଷାନୁଷ୍ଠାନରେ ପଢି ଜଣେ ବୈଜ୍ଞାନିକ ହୋଇପାରିଛନ୍ତି ବୋଲି କହିଥିଲେ। କଠିନ ପରିଶ୍ରମ କରି ସେ ଆଗକୁ ଆସି ପାରିଛନ୍ତି। ଶେଷ କିଶାନ ବର୍ତ୍ତମାନ ଜର୍ମାନୀରେ ବୈଜ୍ଞାନିକ ଅଛନ୍ତି । ନିକଟରେ ଏକ ଔଷଧ କମ୍ପାନୀ ଆରମ୍ଭ କରି ଲୋକଙ୍କୁ ନିୟୋଜନ କରିବାକୁ ଯୋଜନା କରିଛନ୍ତି । କଠିନ ପରିଶ୍ରମ ଯୋଗୁଁ ଆଜି ସମସ୍ତେ ସଫଳତାର ସ୍ଥାନ ହାସଲ କରିଛନ୍ତି ବୋଲି କହିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।

ଆହୁରି ପଢ଼ନ୍ତୁ: ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ଧୋକା: ବାରିପଦା ଟାଉନ୍ ଥାନା SI ଅଟକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର