ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ବ୍ରହ୍ମପୁର ଆମ୍ବପୁଆରେ ନୂଆ–ଓ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ସଫଳତାର ଗୁରୁମନ୍ତ୍ର ଦେଲେ 5T ଅଧ୍ୟକ୍ଷ

The Sakala Picture
Published On

ବ୍ରହ୍ମପୁର : କଠିନ ପରିଶ୍ରମ ହିଁ ସଫଳତାର ଏକମାତ୍ର ମାଧ୍ୟମ । ୫ ବର୍ଷ ପରିଶ୍ରମ କଲେ ୫୦ ର୍ବଷ ଖୁସିରେ କଟିବ ଜୀବନ । ବ୍ରହ୍ମପୁର ଆମ୍ବପୁଆରେ ଆୟୋଜିତ ନୂଆ-ଓ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ସଫଳତାର ଗୁରୁମନ୍ତ୍ର ଦେଇଛନ୍ତି ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଗଞ୍ଜାମ ତାଙ୍କ ପ୍ରିୟ ଜିଲ୍ଲା ବୋଲି ସେ କହିଛନ୍ତି । ଜୀବନରେ ସଫଳ ହେବାକୁ ହେଲେ ୬ଟି ଦିଗ ପ୍ରତି ଧ୍ୟାନ ଦେବାକୁ ସେ ପରାମର୍ଶ ଦୋଇଛନ୍ତି । ଠାକୁର ଆମକୁ […]

ବ୍ରହ୍ମପୁର : କଠିନ ପରିଶ୍ରମ ହିଁ ସଫଳତାର ଏକମାତ୍ର ମାଧ୍ୟମ । ୫ ବର୍ଷ ପରିଶ୍ରମ କଲେ ୫୦ ର୍ବଷ ଖୁସିରେ କଟିବ ଜୀବନ । ବ୍ରହ୍ମପୁର ଆମ୍ବପୁଆରେ ଆୟୋଜିତ ନୂଆ-ଓ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ସଫଳତାର ଗୁରୁମନ୍ତ୍ର ଦେଇଛନ୍ତି ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଗଞ୍ଜାମ ତାଙ୍କ ପ୍ରିୟ ଜିଲ୍ଲା ବୋଲି ସେ କହିଛନ୍ତି । ଜୀବନରେ ସଫଳ ହେବାକୁ ହେଲେ ୬ଟି ଦିଗ ପ୍ରତି ଧ୍ୟାନ ଦେବାକୁ ସେ ପରାମର୍ଶ ଦୋଇଛନ୍ତି । ଠାକୁର ଆମକୁ ସୁସ୍ଥ ଶରୀର ଉପହାର ଦେଇଛନ୍ତି। ଫିଜିକାଲ ଫିଟନେସ ପାଇଁ ଅଧଘଣ୍ଟା ବ୍ୟାୟାମ କରିବା ନିହାତି ଆବଶ୍ୟକ ବୋଲି ଛାତ୍ରଛାତ୍ରୀଙ୍କୁ ପରାର୍ମଶ ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ । ନିଜ ବୁଦ୍ଧିକୁ ଶାନ୍ତିରେ ଉପଯୋଗ କଲେ ନିଶ୍ଚିତ ସଫଳତା ମିଳିବ ବୋଲି ସେ କହିଛନ୍ତି । ସେହିଭଳି ୧୫ ମିନିଟ ଯୋଗ କଲେ ଆପଣଙ୍କ ଏକାଗ୍ରତା ବଢିବ ବୋଲି ଛାତ୍ରଛାତ୍ରୀଙ୍କୁ ଉଚିତ ମାର୍ଗ ଦେଖାଇଛନ୍ତି କାର୍ତ୍ତିକ ପାଣ୍ଡିଆନ।

ଆହୁରି ପଢ଼ନ୍ତୁ: ଆର୍ଥିକ ଅନଟନରେ ଶିକ୍ଷାର ଆଲୁଅ ଖୋଜୁଛନ୍ତି ମାନସ; +୩ ଆଡମିସନ୍‌ ପାଇଁ ପରଘରେ ମୂଲ ଲାଗୁଛନ୍ତି

ଦିନକୁ ୧୪ ଘଣ୍ଟା କଠିନ ପରିଶ୍ରମ କଲେ ନିଶ୍ଚିତ ରୂପେ ସଫଳତା ପାଦ ଚୁମିବ ବୋଲି ସେ କହିଛନ୍ତି । ସେ ଏହାର ଉଦାହରଣ ଦେବାକୁ ଯାଇ କ୍ରିକେଟ କିମ୍ବଦନ୍ତି ସଚିନ ତେନ୍ଦୁଲକରଙ୍କ ପରାମର୍ଶ ଦେଇଛନ୍ତି । ବିଶ୍ବ କପ ହକି ବେଳେ ଅତିଥିଭାବେ ଓଡ଼ିଶା ଆସିଥିବା ବେଳ ସଚିନ ତେନ୍ଦୁଲକରଙ୍କ ସହ ଆଲୋଚନା କରିବାକୁ ତାଙ୍କୁ ସୁଯୋଗ ମିଳିଥିଲା । ଏହି ସମୟରେ ସଫଳତା ପାଇଁ ଜୀବନରେ କଣ କରିବାକୁ ପଡିବ ବୋଲି ପଚାରିଥିବା ପ୍ରଶ୍ନର ଅତି ସରଳ ଉତ୍ତର ରଖିଥିଲ ସଚିିିନ । ସଫଳତା ପାଇଁ କଠିନ ପରିଶ୍ରମ ହିଁ ଏକ ମାତ୍ର ମାଧ୍ୟମ ସେ କହିଥିଲେ । ତେବେ ସୋସିଆଲ ମିଡ଼ିଆକୁ ଉପଯୁକ୍ତ କାର୍ୟ୍ୟରେ ବ୍ୟବହାର କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ।

ଆହୁରି ପଢ଼ନ୍ତୁ: କୋଟିଆରେ ଆନ୍ଧ୍ର ପ୍ରଦେଶର ଆଦିବାସୀ କଲ୍ୟାଣ ମନ୍ତ୍ରୀ, ବିରୋଧରେ ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ଓଡ଼ିଆ ଅସ୍ମିତା ପରିଷଦ

ସେହିଭଳି ବାପା, ମଆ ଓ ଗୁରୁଙ୍କୁ ସମ୍ମାନ ଜଣାଇବାକୁ ପାଣ୍ଡିଆନ ସମସ୍ତ ଛାତ୍ରଛାତ୍ରୀଙ୍କୁ ଅନୁରୋଧ କରିଛନ୍ତି । ସରକାରୀ ସ୍କୁଲରେ ବି ପାଠ ପଢି ଅନେକ ବ୍ୟକ୍ତି ସଫଳତା ସଡ଼ି ଚଢିପାରୁଥିବା କହିଛନ୍ତି କାର୍ତ୍ତିକ ପାଣ୍ଡିଆନ । ଗଞ୍ଜାମର ପାଞ୍ଚ ଜଣ ସଫଳ ବ୍ୟକ୍ତିଙ୍କ ଉଦାହାରଣ ଦେଇଛନ୍ତି । ବ୍ରହ୍ମପୁର ୟୁନିଭରସିଟରେ ପାଠ ପଢି ଓ୍ବାଲ୍ହ ଟପ ମୋଷ୍ଟ ମଲଟି ନ୍ୟାସନାଲ କମ୍ପାନୀର ସିଇଓ ଅଛନ୍ତି ରବି କୁମାର । ସେହିଭଳି କୈଳାଶା ଚନ୍ଦ୍ର ସାହୁ ବରହ୍ମପୁର ୟୁନିଭରସିଟରେ ପାଠ ପଢି ନାସାରେ ଇଞ୍ଜିନିୟର ଅଛନ୍ତି ।

ଆହୁରି ପଢ଼ନ୍ତୁ: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ମାମଲା: ଫେରାର୍‌ ପ୍ରେମିକ ମୟୂରଭଞ୍ଜରୁ ଗିରଫ

ପଦ୍ମ ପୁରସ୍କାର ପାଇଥିବା କୋଟା ହରି ନାରାୟଣା ସିଟି ହାଇସ୍କୁଲରେ ପାଠ ପଢିଛନ୍ତି । ତାଙ୍କର ତେଜସ ର୍ନିମାଣ ପ୍ରମୁଖ ଭୂମିକା ରହିଛି । କମଲ ଓ୍ବେଲ୍ଥ ଗୋଲ୍ଡ ମେଡାଲିଷ୍ଟ ରବି କୁମାର ମଧ୍ୟ ସରକାରୀ ସ୍କୁଲରେ ଶିକ୍ଷା ଲାଭ କରି ଏବେ ଡିଏସପି ଅଛନ୍ତି । ପ୍ରତିର୍ବଷ ନୂଆ ଓ ର୍କାଯ୍ୟକ୍ରମ ଚାଲୁ ରଖିବାକୁ ମିଖୁମନ୍ତ୍ରୀଙ୍କୁ ଅନୁରୋଧ କରାଯିବ ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ ।

30 Jan 2024 By The Sakala

ବ୍ରହ୍ମପୁର ଆମ୍ବପୁଆରେ ନୂଆ–ଓ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ସଫଳତାର ଗୁରୁମନ୍ତ୍ର ଦେଲେ 5T ଅଧ୍ୟକ୍ଷ

ବ୍ରହ୍ମପୁର : କଠିନ ପରିଶ୍ରମ ହିଁ ସଫଳତାର ଏକମାତ୍ର ମାଧ୍ୟମ । ୫ ବର୍ଷ ପରିଶ୍ରମ କଲେ ୫୦ ର୍ବଷ ଖୁସିରେ କଟିବ ଜୀବନ । ବ୍ରହ୍ମପୁର ଆମ୍ବପୁଆରେ ଆୟୋଜିତ ନୂଆ-ଓ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ସଫଳତାର ଗୁରୁମନ୍ତ୍ର ଦେଇଛନ୍ତି ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଗଞ୍ଜାମ ତାଙ୍କ ପ୍ରିୟ ଜିଲ୍ଲା ବୋଲି ସେ କହିଛନ୍ତି । ଜୀବନରେ ସଫଳ ହେବାକୁ ହେଲେ ୬ଟି ଦିଗ ପ୍ରତି ଧ୍ୟାନ ଦେବାକୁ ସେ ପରାମର୍ଶ ଦୋଇଛନ୍ତି । ଠାକୁର ଆମକୁ ସୁସ୍ଥ ଶରୀର ଉପହାର ଦେଇଛନ୍ତି। ଫିଜିକାଲ ଫିଟନେସ ପାଇଁ ଅଧଘଣ୍ଟା ବ୍ୟାୟାମ କରିବା ନିହାତି ଆବଶ୍ୟକ ବୋଲି ଛାତ୍ରଛାତ୍ରୀଙ୍କୁ ପରାର୍ମଶ ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ । ନିଜ ବୁଦ୍ଧିକୁ ଶାନ୍ତିରେ ଉପଯୋଗ କଲେ ନିଶ୍ଚିତ ସଫଳତା ମିଳିବ ବୋଲି ସେ କହିଛନ୍ତି । ସେହିଭଳି ୧୫ ମିନିଟ ଯୋଗ କଲେ ଆପଣଙ୍କ ଏକାଗ୍ରତା ବଢିବ ବୋଲି ଛାତ୍ରଛାତ୍ରୀଙ୍କୁ ଉଚିତ ମାର୍ଗ ଦେଖାଇଛନ୍ତି କାର୍ତ୍ତିକ ପାଣ୍ଡିଆନ।

ଦିନକୁ ୧୪ ଘଣ୍ଟା କଠିନ ପରିଶ୍ରମ କଲେ ନିଶ୍ଚିତ ରୂପେ ସଫଳତା ପାଦ ଚୁମିବ ବୋଲି ସେ କହିଛନ୍ତି । ସେ ଏହାର ଉଦାହରଣ ଦେବାକୁ ଯାଇ କ୍ରିକେଟ କିମ୍ବଦନ୍ତି ସଚିନ ତେନ୍ଦୁଲକରଙ୍କ ପରାମର୍ଶ ଦେଇଛନ୍ତି । ବିଶ୍ବ କପ ହକି ବେଳେ ଅତିଥିଭାବେ ଓଡ଼ିଶା ଆସିଥିବା ବେଳ ସଚିନ ତେନ୍ଦୁଲକରଙ୍କ ସହ ଆଲୋଚନା କରିବାକୁ ତାଙ୍କୁ ସୁଯୋଗ ମିଳିଥିଲା । ଏହି ସମୟରେ ସଫଳତା ପାଇଁ ଜୀବନରେ କଣ କରିବାକୁ ପଡିବ ବୋଲି ପଚାରିଥିବା ପ୍ରଶ୍ନର ଅତି ସରଳ ଉତ୍ତର ରଖିଥିଲ ସଚିିିନ । ସଫଳତା ପାଇଁ କଠିନ ପରିଶ୍ରମ ହିଁ ଏକ ମାତ୍ର ମାଧ୍ୟମ ସେ କହିଥିଲେ । ତେବେ ସୋସିଆଲ ମିଡ଼ିଆକୁ ଉପଯୁକ୍ତ କାର୍ୟ୍ୟରେ ବ୍ୟବହାର କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ।

ସେହିଭଳି ବାପା, ମଆ ଓ ଗୁରୁଙ୍କୁ ସମ୍ମାନ ଜଣାଇବାକୁ ପାଣ୍ଡିଆନ ସମସ୍ତ ଛାତ୍ରଛାତ୍ରୀଙ୍କୁ ଅନୁରୋଧ କରିଛନ୍ତି । ସରକାରୀ ସ୍କୁଲରେ ବି ପାଠ ପଢି ଅନେକ ବ୍ୟକ୍ତି ସଫଳତା ସଡ଼ି ଚଢିପାରୁଥିବା କହିଛନ୍ତି କାର୍ତ୍ତିକ ପାଣ୍ଡିଆନ । ଗଞ୍ଜାମର ପାଞ୍ଚ ଜଣ ସଫଳ ବ୍ୟକ୍ତିଙ୍କ ଉଦାହାରଣ ଦେଇଛନ୍ତି । ବ୍ରହ୍ମପୁର ୟୁନିଭରସିଟରେ ପାଠ ପଢି ଓ୍ବାଲ୍ହ ଟପ ମୋଷ୍ଟ ମଲଟି ନ୍ୟାସନାଲ କମ୍ପାନୀର ସିଇଓ ଅଛନ୍ତି ରବି କୁମାର । ସେହିଭଳି କୈଳାଶା ଚନ୍ଦ୍ର ସାହୁ ବରହ୍ମପୁର ୟୁନିଭରସିଟରେ ପାଠ ପଢି ନାସାରେ ଇଞ୍ଜିନିୟର ଅଛନ୍ତି ।

ପଦ୍ମ ପୁରସ୍କାର ପାଇଥିବା କୋଟା ହରି ନାରାୟଣା ସିଟି ହାଇସ୍କୁଲରେ ପାଠ ପଢିଛନ୍ତି । ତାଙ୍କର ତେଜସ ର୍ନିମାଣ ପ୍ରମୁଖ ଭୂମିକା ରହିଛି । କମଲ ଓ୍ବେଲ୍ଥ ଗୋଲ୍ଡ ମେଡାଲିଷ୍ଟ ରବି କୁମାର ମଧ୍ୟ ସରକାରୀ ସ୍କୁଲରେ ଶିକ୍ଷା ଲାଭ କରି ଏବେ ଡିଏସପି ଅଛନ୍ତି । ପ୍ରତିର୍ବଷ ନୂଆ ଓ ର୍କାଯ୍ୟକ୍ରମ ଚାଲୁ ରଖିବାକୁ ମିଖୁମନ୍ତ୍ରୀଙ୍କୁ ଅନୁରୋଧ କରାଯିବ ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର