ଚାକିରି ଦେବା ନାଁରେ ୫ଲକ୍ଷ ଠକେଇ; ଟଙ୍କା ମାଗିବାରୁ ଯୁବତୀଙ୍କୁ ଅସଦାଚରଣ

The Sakala Picture
Published On

ଭୁବନେଶ୍ୱର: ଚାକିରି ଦେବା ନାଁରେ ୫ଲକ୍ଷ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଓଲଟା ଟଙ୍କା ଫେରାଇବ କ’ଣ ଯୁବତୀଙ୍କୁ ଅସଦାଚରଣ କରିଥିବା ନେଇ ଯୁବକଙ୍କ ନାଁରେ ଅଭିଯୋଗ ହୋଇଛି। ଶେଷରେ ଯୁବତୀ ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଜଟଣୀର ବିନୟ ରାଉତରାୟ(୩୨)। ଏହି ଠକେଇ ପଛରେ ଥିବା ଆହୁରି ୩ରୁ ୪ଜଣ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଛି। […]

ଭୁବନେଶ୍ୱର: ଚାକିରି ଦେବା ନାଁରେ ୫ଲକ୍ଷ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଓଲଟା ଟଙ୍କା ଫେରାଇବ କ’ଣ ଯୁବତୀଙ୍କୁ ଅସଦାଚରଣ କରିଥିବା ନେଇ ଯୁବକଙ୍କ ନାଁରେ ଅଭିଯୋଗ ହୋଇଛି। ଶେଷରେ ଯୁବତୀ ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଜଟଣୀର ବିନୟ ରାଉତରାୟ(୩୨)। ଏହି ଠକେଇ ପଛରେ ଥିବା ଆହୁରି ୩ରୁ ୪ଜଣ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଛି।

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ା ସରବାହାଲ ସ୍ଥିତ ସପିଂ ମଲ୍ ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ସୂଚନାଯୋଗ୍ୟ ଯେ, ଅଭିଯୁକ୍ତ ବିନୟ ବୁଦ୍ଧପାର୍କ ନିକଟରେ ଏକ କନ୍‍ସଲଟାନ୍ସି ଅଫିସ କରିଥିଲେ। ୨୦୨୧ ମସିହା ମାର୍ଚ୍ଚ ୧୮ ତାରିଖରେ ଜଣେ ଯୁବତଙ୍କୁ ଚାକିରି ଦେବାର ପ୍ରତିଶ୍ରୁତି ଦେଇ ୧ଲକ୍ଷ ଟଙ୍କା ନେଇଥିଲେ। ସେହିପରି ଯୁବତୀଙ୍କ ଜଣେ ପୁରୁଷବନ୍ଧୁ ମଧ୍ୟ ଚାକିରି ପାଇଁ ବିନୟଙ୍କୁ ୧ଲକ୍ଷ ଦେଇଥିଲେ। ପରେ ଉକ୍ତ କନ୍‍ସଲଟାନ୍ସି ଅଫିସ୍‍ ଖାରବେଳନଗର ଥାନା ଅନ୍ତର୍ଗତ ସୂର୍ଯ୍ୟନଗରକୁ ଉଠିଆସିଥିଲା। ଏହାପରେ ବିନୟ ଏଜି ଅଫିସ ଓ ନାଲ୍‍କୋ ଅଫିସର ଦୁଇଟି ନକଲି ନିଯୁକ୍ତିପତ୍ର ଦେଇଥିଲେ। ଏହି ନିଯୁକ୍ତିପତ୍ର ନେଇ ଯୁବତୀ ଏବଂ ପୁରୁଷ ବନ୍ଧୁ ଉକ୍ତ ଅଫିସ୍‍ ଯିବା ପରେ ତାହା ନକଲି ବୋଲି ଜଣାପଡ଼ିଥିଲା। ଏହାପରେ ଯୁବତୀ ଜଣକ ବିନୟଙ୍କୁ ଟଙ୍କା ମାଗିଥିଲେ। ବିନୟ ଆଜିକାଲି ଦେବି କହି ଭଣ୍ଡାଇ ଚାଲିଥିଲେ। ଶେଷରେ ଗତ ୫ତାରିଖରେ ଟଙ୍କା ଦେବାକୁ ବିନୟ ସୂର୍ଯ୍ୟନଗରସ୍ଥିତ ଅଫିସକୁ ଯୁବତୀଙ୍କୁ ଡାକିଥିଲେ। ସେଠାରେ ବିନୟ ଯୁବତୀଙ୍କ ସହ ଅସଦାଚରଣ କରିବା ସହ ଅଶ୍ଲୀଳ ଇଙ୍ଗିତ କରିଥିଲେ। ସେଠାରୁ ଯୁବତୀ ଖସିଆସି ଥାନାରେ ଅଭିଯୋଗ କରିଥିଲେ।

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର: ୫ ପ୍ରତିଶତ ବୃଦ୍ଧି ହେଲା ମହଙ୍ଗା ଭତ୍ତା

08 Feb 2022 By The Sakala

ଚାକିରି ଦେବା ନାଁରେ ୫ଲକ୍ଷ ଠକେଇ; ଟଙ୍କା ମାଗିବାରୁ ଯୁବତୀଙ୍କୁ ଅସଦାଚରଣ

ଭୁବନେଶ୍ୱର: ଚାକିରି ଦେବା ନାଁରେ ୫ଲକ୍ଷ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଓଲଟା ଟଙ୍କା ଫେରାଇବ କ’ଣ ଯୁବତୀଙ୍କୁ ଅସଦାଚରଣ କରିଥିବା ନେଇ ଯୁବକଙ୍କ ନାଁରେ ଅଭିଯୋଗ ହୋଇଛି। ଶେଷରେ ଯୁବତୀ ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଜଟଣୀର ବିନୟ ରାଉତରାୟ(୩୨)। ଏହି ଠକେଇ ପଛରେ ଥିବା ଆହୁରି ୩ରୁ ୪ଜଣ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଛି।

ସୂଚନାଯୋଗ୍ୟ ଯେ, ଅଭିଯୁକ୍ତ ବିନୟ ବୁଦ୍ଧପାର୍କ ନିକଟରେ ଏକ କନ୍‍ସଲଟାନ୍ସି ଅଫିସ କରିଥିଲେ। ୨୦୨୧ ମସିହା ମାର୍ଚ୍ଚ ୧୮ ତାରିଖରେ ଜଣେ ଯୁବତଙ୍କୁ ଚାକିରି ଦେବାର ପ୍ରତିଶ୍ରୁତି ଦେଇ ୧ଲକ୍ଷ ଟଙ୍କା ନେଇଥିଲେ। ସେହିପରି ଯୁବତୀଙ୍କ ଜଣେ ପୁରୁଷବନ୍ଧୁ ମଧ୍ୟ ଚାକିରି ପାଇଁ ବିନୟଙ୍କୁ ୧ଲକ୍ଷ ଦେଇଥିଲେ। ପରେ ଉକ୍ତ କନ୍‍ସଲଟାନ୍ସି ଅଫିସ୍‍ ଖାରବେଳନଗର ଥାନା ଅନ୍ତର୍ଗତ ସୂର୍ଯ୍ୟନଗରକୁ ଉଠିଆସିଥିଲା। ଏହାପରେ ବିନୟ ଏଜି ଅଫିସ ଓ ନାଲ୍‍କୋ ଅଫିସର ଦୁଇଟି ନକଲି ନିଯୁକ୍ତିପତ୍ର ଦେଇଥିଲେ। ଏହି ନିଯୁକ୍ତିପତ୍ର ନେଇ ଯୁବତୀ ଏବଂ ପୁରୁଷ ବନ୍ଧୁ ଉକ୍ତ ଅଫିସ୍‍ ଯିବା ପରେ ତାହା ନକଲି ବୋଲି ଜଣାପଡ଼ିଥିଲା। ଏହାପରେ ଯୁବତୀ ଜଣକ ବିନୟଙ୍କୁ ଟଙ୍କା ମାଗିଥିଲେ। ବିନୟ ଆଜିକାଲି ଦେବି କହି ଭଣ୍ଡାଇ ଚାଲିଥିଲେ। ଶେଷରେ ଗତ ୫ତାରିଖରେ ଟଙ୍କା ଦେବାକୁ ବିନୟ ସୂର୍ଯ୍ୟନଗରସ୍ଥିତ ଅଫିସକୁ ଯୁବତୀଙ୍କୁ ଡାକିଥିଲେ। ସେଠାରେ ବିନୟ ଯୁବତୀଙ୍କ ସହ ଅସଦାଚରଣ କରିବା ସହ ଅଶ୍ଲୀଳ ଇଙ୍ଗିତ କରିଥିଲେ। ସେଠାରୁ ଯୁବତୀ ଖସିଆସି ଥାନାରେ ଅଭିଯୋଗ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର