ରାଜଧାନୀରେ ଅଘଟଣ: ବେଆଇନ ବାଣ ଭିଡ଼ିବା ବେଳେ ଭୟଙ୍କର ବିସ୍ଫୋରଣ, ୫ ଆହତ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଅଘଟଣ । ଛାତ ଉପରେ ବାଣ ଭିଡ଼ିବା ବେଳେ ହୋଇଛି ଭୟଙ୍କର ବିସ୍ଫୋରଣ । ବାଣ ବିସ୍ଫୋରଣରେ ୩ ଜଣ ମହିଳାଙ୍କ ସମେତ ମୋଟ ୫ଜଣ ଆହତ ହୋଇଛନ୍ତି । ଏୟାରଫିଲ୍ଡ ଥାନା ସୁନ୍ଦରପଦା ଆଜାଦ ନଗରରେ ଘଟିଛି ଏହି ବିସ୍ଫୋରଣ । ବିସ୍ଫୋରଣରେ ଆହତ ୨ ଗୁରୁତରଙ୍କୁ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଏୟାରଫିଲ୍ଡ ଥାନା ପୁଲିସ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରି ତଦନ୍ତ କରୁଛନ୍ତି।





