ଆସନ୍ତାକାଲି ମିଳିବ ‘ସୁଭଦ୍ରା’ ପ୍ରଥମ କିସ୍ତିର ଚତୁର୍ଥ ପର୍ୟ୍ୟାୟ ଟଙ୍କା, ଉପକୃତ ହେବେ ୧୮ ଲକ୍ଷ ମହିଳା
ଭୁବନେଶ୍ୱର: ସୁଭଦ୍ରା ଯୋଜନାକୁ ନେଇ ବଡ ଖବର । ଆସନ୍ତାକାଲି ମିଳିବ ‘ସୁଭଦ୍ରା’ ପ୍ରଥମ କିସ୍ତିର ଚତୁର୍ଥ ପର୍ୟ୍ୟାୟ ଟଙ୍କା । ସୁଭଦ୍ରା ଟଙ୍କା ମିଳିବା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ ସୂଚନା । ଆସନ୍ତାକାଲି ଯାଜପୁରରେ ସ୍ବତନ୍ତ୍ର ଉତ୍ସବରେ ଟଙ୍କା ପ୍ରଦାନ କରାଯିବ । ୧୮ ଲକ୍ଷରୁ ଊର୍ଦ୍ଧ୍ବ ମହିଳାଙ୍କ ବ୍ୟାଙ୍କ ଖାତାକୁ ଯିବ ଏହି ଟଙ୍କା । ଉପମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି କି, ୩.୩୮ ଲକ୍ଷ ହିତାଧିକାରୀଙ୍କ NPCI କ୍ଲିୟରାନ୍ସ ସମସ୍ୟା […]
ଭୁବନେଶ୍ୱର: ସୁଭଦ୍ରା ଯୋଜନାକୁ ନେଇ ବଡ ଖବର । ଆସନ୍ତାକାଲି ମିଳିବ ‘ସୁଭଦ୍ରା’ ପ୍ରଥମ କିସ୍ତିର ଚତୁର୍ଥ ପର୍ୟ୍ୟାୟ ଟଙ୍କା । ସୁଭଦ୍ରା ଟଙ୍କା ମିଳିବା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ ସୂଚନା । ଆସନ୍ତାକାଲି ଯାଜପୁରରେ ସ୍ବତନ୍ତ୍ର ଉତ୍ସବରେ ଟଙ୍କା ପ୍ରଦାନ କରାଯିବ । ୧୮ ଲକ୍ଷରୁ ଊର୍ଦ୍ଧ୍ବ ମହିଳାଙ୍କ ବ୍ୟାଙ୍କ ଖାତାକୁ ଯିବ ଏହି ଟଙ୍କା । ଉପମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି କି, ୩.୩୮ ଲକ୍ଷ ହିତାଧିକାରୀଙ୍କ NPCI କ୍ଲିୟରାନ୍ସ ସମସ୍ୟା ଥିଲା । ସେମାନଙ୍କ ମଧ୍ୟରୁ ୫୯ ହଜାର ମହିଳାଙ୍କର ସମସ୍ୟା ସମାଧାନ ହୋଇଛି । ବାକି ଯେଉଁମାନଙ୍କର ସମସ୍ୟା ରହିଛି, ସେମାନଙ୍କୁ ବ୍ୟାଙ୍କ ଯିବାକୁ ପଡ଼ିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ମାର୍ଚ୍ଚ ୮ରେ ଯେଉଁମାନେ ଯୋଡି ହେବେ ସେମାନେ ପ୍ରଥମ କିସ୍ତି ଓ ଉଭୟ ୨ୟ କିସ୍ତିର ବି ପଇସା ପାଇବେ।
ଆହୁରି ପଢ଼ନ୍ତୁ: ବର୍ଷା ପାଇଁ ରଦ୍ଦ ହେଲା ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି-୨୦





