ଶସ୍ତାରେ ମେକପ୍ ସାମଗ୍ରୀ ଦେବା ଆଳରେ ଯୁବତୀଙ୍କ ଠାରୁ ୪୦ ହଜାର ନେଇଗଲେ ସାଇବର୍ ଠକ
ଭୁବନେଶ୍ୱର: ଶସ୍ତାରେ ମେକ୍ଅପ୍ ସାମଗ୍ରୀ ଦେବାକୁ କହି ସାଇବର୍ ଠକ ଜଣେ ଯୁବତୀଙ୍କ ଠାରୁ ୪୦ ହଜାର ଟଙ୍କା ଠକି ନେଇଛନ୍ତି। ଠକେଇର ଶିକାର ହୋଇଥିବା ନୂଆପଲ୍ଲୀର ରାଣୀ ବେହେରା ସାଇବର୍ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି। ତାଙ୍କ ଅଭିଯୋଗ ଆଧାରେ ପୁଲିସ ତଦନ୍ତ କରୁଛି। ମିଳିଥିବା ସୂଚନା ଅନୁସାରେ, କିଛିଦିନ ହେବ ଶସ୍ତାରେ ମେକ୍ଅପ୍ ସାମଗ୍ରୀ ଦିଆ ହେଉଥିବା ନେଇ ସାଇବର୍ ଠକ ସୋସିଆଲ ମିଡିଆରେ ବିଜ୍ଞାପନ ଦେଇଥିଲେ। ଏହି ବିଜ୍ଞାପନ ଦେଖି ଲୋଭରେ ପଡିଯାଇଥିଲେ […]
ଭୁବନେଶ୍ୱର: ଶସ୍ତାରେ ମେକ୍ଅପ୍ ସାମଗ୍ରୀ ଦେବାକୁ କହି ସାଇବର୍ ଠକ ଜଣେ ଯୁବତୀଙ୍କ ଠାରୁ ୪୦ ହଜାର ଟଙ୍କା ଠକି ନେଇଛନ୍ତି। ଠକେଇର ଶିକାର ହୋଇଥିବା ନୂଆପଲ୍ଲୀର ରାଣୀ ବେହେରା ସାଇବର୍ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି। ତାଙ୍କ ଅଭିଯୋଗ ଆଧାରେ ପୁଲିସ ତଦନ୍ତ କରୁଛି।
ଆହୁରି ପଢ଼ନ୍ତୁ: ଆଜି ମା'ଙ୍କ ଭସାଣି: ସୁରକ୍ଷା ପାଇଁ ଭୁବନେଶ୍ୱରରେ ମୁତୟନ ହେବେ ୪୮ ପ୍ଲାଟୁନ୍ ପୋଲିସ, DJ ଉପରେ କଟକଣା
ମିଳିଥିବା ସୂଚନା ଅନୁସାରେ, କିଛିଦିନ ହେବ ଶସ୍ତାରେ ମେକ୍ଅପ୍ ସାମଗ୍ରୀ ଦିଆ ହେଉଥିବା ନେଇ ସାଇବର୍ ଠକ ସୋସିଆଲ ମିଡିଆରେ ବିଜ୍ଞାପନ ଦେଇଥିଲେ। ଏହି ବିଜ୍ଞାପନ ଦେଖି ଲୋଭରେ ପଡିଯାଇଥିଲେ ରାଣୀ। ସେ ଦିଆଯାଇଥିବା ଫୋନ୍ ନମ୍ବରରେ କଲ୍ କରି ବୁଝିଥିଲେ।
ଆହୁରି ପଢ଼ନ୍ତୁ: ଆଜି କୋଟିଆ ଗସ୍ତରେ ଯିବ ବିଜେଡିର ପ୍ରତିନିଧି ଦଳ, ଆନ୍ଧ୍ର ସରକାରଙ୍କ ନିର୍ବାଚନ ସମ୍ପର୍କିତ କାର୍ଯ୍ୟକଳାପକୁ କରିବ ବିରୋଧ
ସାଇବର ଠକ ତାଙ୍କୁ ପ୍ରଥମେ ଅଗ୍ରୀମ ଆକାରରେ ଟଙ୍କା ପଠାଇବାକୁ ହେବ ବୋଲି କହିଥିଲେ। ରାଣୀ ମୋବାଇଲ୍ ନମ୍ବରକୁ ସାଇବର ଠକ ଏକ ଲିଙ୍କ୍ ପଠାଇଥିଲେ। ଏହି ଲିଙ୍କ୍କୁ କ୍ଲିକ୍ କରିବା ପରେ ତାଙ୍କ ଆକାଉଣ୍ଟରୁ ୪୦ ହଜାର ଟଙ୍କା କଟି ଯାଇଥିଲା।
ଆହୁରି ପଢ଼ନ୍ତୁ: ରେଳଧାରଣାରୁ ପୋଲିସ ASIଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ






