ଆୟୁଷ୍ମାନ କାର୍ଡ ଛପାରେ ରାଜକୋଷରୁ ଯିବ ୪୦୦ କୋଟି, କେବଳ ପ୍ଲାଷ୍ଟିକ ଖୋଳ ତିଆରିରେ ଖର୍ଚ୍ଚହେବ ୧୨ କୋଟି

The Sakala Picture
Published On

ଭୁବନେଶ୍ୱର : ସରକାର ବଦଳିବା ପରେ ରାଜ୍ୟରେ ପରିବର୍ତ୍ତନ ହୋଇଛି ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ରୂପରେଖ। ବିଜୁବାବୁଙ୍କ ନାମ ପ୍ରତି ନୂଆ ସରକାରଙ୍କ ବିକାର ଯୋଗୁ ପୂର୍ବରୁ ରାଜ୍ୟବାସୀଙ୍କ ପାଇଁ ସଞ୍ଜୀବନୀ ପାଲଟିଥିବା ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ ବା ବିଏସ୍‌କେୱାଇକୁ ଅଚଳ କରି କେନ୍ଦ୍ର ସରକାରଙ୍କ ପ୍ରବର୍ତ୍ତିତ ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନାକୁ ପ୍ରଚଳନ ନିମନ୍ତେ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଆସନ୍ତାକାଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଏହାକୁ ରାଜ୍ୟରେ ପ୍ରଣୟନ କରାଯିବ। ମାତ୍ର […]

ଭୁବନେଶ୍ୱର : ସରକାର ବଦଳିବା ପରେ ରାଜ୍ୟରେ ପରିବର୍ତ୍ତନ ହୋଇଛି ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ରୂପରେଖ। ବିଜୁବାବୁଙ୍କ ନାମ ପ୍ରତି ନୂଆ ସରକାରଙ୍କ ବିକାର ଯୋଗୁ ପୂର୍ବରୁ ରାଜ୍ୟବାସୀଙ୍କ ପାଇଁ ସଞ୍ଜୀବନୀ ପାଲଟିଥିବା ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ ବା ବିଏସ୍‌କେୱାଇକୁ ଅଚଳ କରି କେନ୍ଦ୍ର ସରକାରଙ୍କ ପ୍ରବର୍ତ୍ତିତ ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନାକୁ ପ୍ରଚଳନ ନିମନ୍ତେ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଆସନ୍ତାକାଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଏହାକୁ ରାଜ୍ୟରେ ପ୍ରଣୟନ କରାଯିବ। ମାତ୍ର ବିଡ଼ମ୍ବନା ହେଉଛି ସରକାରଙ୍କ ‘ବିଜୁ ବିକାର’ ଓ ‘ଆୟୁଷ୍ମାନ’ ଯୋଜନାକୁ ପ୍ରଣୟନ ନିଷ୍ପତ୍ତି ନିମନ୍ତେ ରାଜ୍ୟବାସୀଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିଛି। କେବଳ ଆୟୁଷ୍ମାନ କାର୍ଡ ଛପା ବାବଦରେ ରାଜ୍ୟ ରାଜକୋଷରୁ ୪୦୦ କୋଟି ଟଙ୍କା ଓ ଏହାର ପ୍ଲାଷ୍ଟିକ ଖୋଳ ପ୍ରସ୍ତୁତି ନିମନ୍ତେ ପ୍ରାୟ ୧୨ କୋଟିରୁ ୧୫ କୋଟି ଟଙ୍କା ଖର୍ଚ୍ଚ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏହା ସହିତ ଏହି ଯୋଜନାକୁ ପ୍ରଚାର କରିବା ପାଇଁ ବିଜ୍ଞାପନ ଓ ବିଭିନ୍ନ ସମାବେଶ ନିମନ୍ତେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଆହୁରି ୨୫ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ସୂଚନା ମିଳିଛି। ଏହାସତ୍ତ୍ବେ ରାଜ୍ୟବାସୀ ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନାରୁ କେତେ ଲାଭବାନ ହେବେ ତାହା କେବଳ ଭବିଷ୍ୟତ ହିଁ କହିବ ।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ହେରାପଞ୍ଚମୀ: ଅଭିମାନରେ ଲକ୍ଷ୍ମୀ ସାଆନ୍ତାଣୀ ଭାଙ୍ଗିବେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ

ଗତ ନିର୍ବାଚନ ସମୟରେ ରାଜ୍ୟରେ ବିଜେପି ସରକାର ଆସିଲେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ବନ୍ଦ କରିଦେବ ବୋଲି ବିଜେଡି କହିଥିଲା। ସେହିପରି ରାଜ୍ୟରେ ସରକାର ଗଠନ କଲେ ଆୟୁଷ୍ମାନ ଭାରତ ପ୍ରଚଳନ କରାଯିବାକୁ ବିଜେପି ପ୍ରତିଶ୍ରୁତି ଦେଇଥିଲା। ବିଜେପି ରାଜ୍ୟରେ ସରକାର ଗଠନ କରିବା ପରେ ଉଭୟ କଥା ସତ୍ୟ ସାବ୍ୟସ୍ତ ହୋଇଛି। ବିଏସ୍‌କେୱାଇକୁ ବନ୍ଦ କରାଯାଇଛି ଓ ଆୟୁଷ୍ମାନ ଭାରତ ପ୍ରଚଳନ ହୋଇଛି। ମାତ୍ର ରାଜ୍ୟ ସରକାରଙ୍କ ଘୋଷଣା ରାଜ୍ୟବାସୀଙ୍କ ମନରୁ ଦ୍ୱନ୍ଦ୍ୱ ଦୂର କରିବାରେ ଅସମର୍ଥ ହୋଇଛି। ନୂଆ ହିତାଧିକାରୀ ଚୟନ ପାଖରୁ ଆରମ୍ଭ କରି ଚିକିତ୍ସା ପ୍ୟାକେଜ, ବାହାର ରାଜ୍ୟରେ ଚିକିତ୍ସା, ରେଫରାଲ ସମସ୍ୟା ସମ୍ପର୍କରେ ସରକାର କିଛି ସ୍ପଷ୍ଟ କରିନାହାନ୍ତି। ଅନୁରୂପ ଭାବରେ ୭୦ ବର୍ଷରୁ ଊର୍ଦ୍ଧ୍ବ ନାଗରିକ ମାନଙ୍କ ପାଇଁ ଉଦ୍ଦିଷ୍ଟ ବୟୋବନ୍ଦନ ଯୋଜନାରେ ସମସ୍ତଙ୍କୁ ସାମିଲ କରାଯାଉଥିବାରୁ କେମିତି ପଞ୍ଜୀକରଣ ହେବ, କେବେଠାରୁ ଆବେଦନ ହେବ ସେ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ ନିରବ ରହିଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ପ୍ରଥମ: ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପକୁ ଆନ୍ତର୍ଜାତିକ ସ୍ତରରେ ସ୍ୱୀକୃତି ପାଇଁ ଓଡ଼ିଶା ସରକାରଙ୍କ ପ୍ରସ୍ତାବ

ଶୁକ୍ରବାର କଟକ ବାଲିଯାତ୍ରା ପଡିଆରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ କରିବା ସହିତ ବିଧିବଦ୍ଧ ଭାବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସମାଧି ନେବ। ରାଜ୍ୟରେ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏକତ୍ର କାର୍ଯ୍ୟକାରୀ ହେବ। ତେବେ ପୂର୍ବର ବିଏସ୍‌କେୱାଇ ଭଳି ସୁବିଧା ସୁଯୋଗ ଏଥିରେ ମିଳିବ କି ନାହିଁ ତାହା ଏବେ ବି ଅନେକଙ୍କୁ ଆନ୍ଦୋଳିତ କରୁଛି। ବିଏସ୍‌କେୱାଇରେ ସରକାରୀ ଡାକ୍ତରଖାନାରୁ ରେଫର ନ ହୋଇ ହିତାଧିକାରୀ ସିଧାସଳଖ ଘରୋଇ ଡାକ୍ତରଖାନାରେ ତୁରନ୍ତ ଚିକିତ୍ସା ପାଉଥିଲେ। ରେସନ କାର୍ଡ ଦେଖାଇ ବଡ଼ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। କିନ୍ତୁ ଆୟୁଷ୍ମାନ ଭାରତରେ ପ୍ରଥମେ ସରକାରୀ ଡାକ୍ତରଖାନାରୁ ରେଫର ହେବାକୁ ବାଧ୍ୟତାମୂଳକ କରାଯାଇଛି । ଓଡ଼ିଶାରେ ଡାକ୍ତରଖାନାଗୁଡ଼ିକରେ ଆଉଟ୍‌ଡୋର୍‌ ରୋଗୀଙ୍କ ପାଇଁ ମାଗଣା ଚିକିତ୍ସା ବ୍ୟବସ୍ଥା ହୋଇଛି। କିନ୍ତୁ ହିତାଧିକାରୀ ଅନ୍ୟ ରାଜ୍ୟରେ ଚିକିତ୍ସିତ ହେଲେ ସେହି ଖର୍ଚ୍ଚ ରାଜ୍ୟ ସରକାର କିପରି ଭରଣା କରିବେ ତାହା ଏଯାଏ ମଧ୍ୟ ସନ୍ଦେହରେ ରହିଛି। ଗୁରୁତ୍ୱପୂର୍ଣ୍ଣ ହେଉଛି ବିଏସ୍‌କେୱାଇ ଅବା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ତୁଳନାରେ ଆୟୁଷ୍ମାନ ଭାରତ ଚିକିତ୍ସା ପ୍ୟାକେଜରେ ବହୁତ ତଫାତ ରହିଛି। ଅନେକ ରୋଗର ଚିକିତ୍ସା ପାଇଁ ବିଏସ୍‌କେୱାଇ ତୁଳନାରେ ଆୟୁଷ୍ମାନ ଭାରତରେ ଅଧା ଖର୍ଚ୍ଚ ଦିଆଯାଉଛି। ତେଣୁ ରୋଗୀ ହାତରୁ ଖର୍ଚ୍ଚାନ୍ତ ହେବା ଏକ ପ୍ରକାର ନିଶ୍ଚିତ। ପ୍ୟାକେଜ କମ୍‌ ଥିବାରୁ ବିଏସ୍‌କେୱାଇରେ ସାମିଲ ଥିବା ଅନେକ ଘରୋଇ ଡାକ୍ତରଖାନା ନିଜ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ପୁନଶ୍ଚ ବିଏସକେୱାଇରୁ ବାହାରେ ଥିବା ନିମ୍ନ ଆୟକାରୀ ବର୍ଗର ପରିବାର ଏହି ଆୟୁଷ୍ମାନରେ ସାମିଲ ହେବେ କି ନାହିଁ କିଛି ସ୍ପଷ୍ଟ ହୋଇପାରିନି।

ଆହୁରି ପଢ଼ନ୍ତୁ: ଗଞ୍ଜାମରେ ପୋଲିସ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ କାଳିଆ ଆହତ, ଗୋଡ଼ରେ ବାଜିଛି ଗୁଳି

ଅପରପକ୍ଷେ ୭୦ ବର୍ଷରୁ ଅଧିକ ବୟସର ନାଗରିକ ବୟୋବନ୍ଦନ କାର୍ଡ ପାଇଁ କେବେ ଆବେଦନ କରିବେ ସେ ସମ୍ପର୍କରେ ସରକାର କିଛି ବି କହି ନାହାନ୍ତି। ଆୟୁଷ୍ମାନ ଭାରତ କାର୍ଯ୍ୟକାରୀ ହେବା ପରେ ଇ-କେୱାଇସି ଝାମେଲା ଆସିପାରେ। ଦୁଇଟି ଯୋଜନା ପାଇଁ ବିଭାଗ ଗୋଟିଏ କାର୍ଡ ବଣ୍ଟନ କରିବ, କିନ୍ତୁ ଉଭୟ ଯୋଜନା ପାଇଁ ଯୋଗ୍ୟତା ଓ ଚିକିତ୍ସା ଖର୍ଚ୍ଚ ସୀମା ଭିନ୍ନ ଭିନ୍ନ ରହିଛି। ତେଣୁ ଅନଲାଇନ୍‌ ପ୍ଲାଟଫର୍ମରେ ଯୋଗ୍ୟତା ଅନୁସାରେ ଚିକିତ୍ସା ପ୍ୟାକେଜ ମଞ୍ଜୁର କରିବା କେତେଦୂର ସଫଳ ହେଉଛି ତାହା ସମୟ କହିବ। ବିଏସ୍‌କେୱାଇରେ ପ୍ରତି ପରିବାର ପିଛା ଦୁଇଟି ସ୍ୱାସ୍ଥ୍ୟ କାର୍ଡ (ଗୋଟିଏ ମହିଳା, ଅନ୍ୟଟି ପୁରୁଷଙ୍କ ପାଇଁ) ଦିଆଯାଉ ଥିବା ବେଳେ ଏବେ ସରକାର ପ୍ରତି ହିତାଧିକାରୀଙ୍କୁ ଖଣ୍ଡେ ଲେଖାଏଁ କାର୍ଡ ଦେବେ। ସେହିପରି ବୟୋବନ୍ଦନ ଯୋଜନାରେ ମଧ୍ୟ ଗୋଟିଏ ଲେଖାଏଁ କାର୍ଡ ବଣ୍ଟନ କରାଯିବ। ରାଜ୍ୟର ପ୍ରାୟ ୩ କୋଟି ୫୮ ଲକ୍ଷ କାର୍ଡ ବଣ୍ଟନ କରାଯିବ। ଏହି କାର୍ଡ ଛାପିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପ୍ରାୟ ୪୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରୁଛି ଏବଂ ଏହାର ପ୍ଲାଷ୍ଟିକ ଖୋଳ ପାଇଁ ୧୦ କୋଟିରୁ ୧୫ କୋଟି ବ୍ୟୟ ଅଟକଳ କରାଯାଇଛି।

ଯେଉଁ ସବୁ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ ହୋଇଛି ସେଠାରୁ ବହୁ ସଂଖ୍ୟକ ଅନିୟମିତତା ଏବଂ ଚିକିତ୍ସାରେ ଅବହେଳା ଅଭିଯୋଗ ଆସୁଛି। ଚିକିତ୍ସା ନ କରି ଘରୋଇ ଡାକ୍ତରଖାନା କୋଟି କୋଟି ଟଙ୍କା ଠକିନେବା ଭଳି ମାଳ ମାଳ ଅଭିଯୋଗ ରହିଛି। ସେହିପରି ପଞ୍ଜିକୃତ ଡାକ୍ତରଖାନାକୁ ସରକାର ଠିକ୍‌ ସମୟରେ ଚିକିତ୍ସା ବାବଦ ଖର୍ଚ୍ଚ ଭରଣା କରୁନଥିବା ଅଭିଯୋଗ ମଧ୍ୟ ଆସୁଛି। ତେଣୁ ଆୟୁଷ୍ମାନ ରାଜ୍ୟବାସୀଙ୍କ ପାଇଁ ଆଶୀର୍ବାଦ ପାଲଟିବ ନା ଅଭିଶାପ, ତାହା କେବଳ ଭବିଷ୍ୟତ ହିଁ କହିବ ।

11 Apr 2025 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର