ରାଜଧାନୀରେ ପୁଣି ମାତିଲେ ଲୁଟେରା; ଏଟିଏମ୍‍ କାର୍ଡ ବଦଳାଇ ନେଇଗଲେ ୪୦ ହଜାର

The Sakala Picture
Published On

ଭୁବନେଶ୍ୱର: ରାଜଧାନୀରେ ଲୁଟେରାଙ୍କ କାରନାମା ଥମୁନି। ନୂଆପଲ୍ଲୀ ଥାନା ଆଇଆର୍‍ସି ଭିଲେଜରୁ ଜଣେ ବରିଷ୍ଠ ନାଗରିକଙ୍କ ଏଟିଏମ୍‍ କାର୍ଡ ବଦଳାଇ ୪୦ହଜାର ଟଙ୍କା ଲୁଟି ନେଇଛନ୍ତି ଲୁଟେରା। ଲୁଟ୍‍ର ଶିକାର ବ୍ୟକ୍ତି ମହମ୍ମଦ ଫିରୋଜ। ଅଭିଯୋଗ ଅନୁଯାୟୀ ଫିରୋଜ ଜଣେ ଅବସରପ୍ରାପ୍ତ କର୍ମଚାରୀ। ସେ ନୂଆପଲ୍ଲୀର ଏକ ଏଟିଏମ୍‍କୁ ଆଜି ଟଙ୍କା ଉଠାଇବା ଲାଗି ଯାଇଥିଲେ। ଲୁଟେରା ଫିରୋଜଙ୍କୁ ବ୍ୟସ୍ତ କରାଇବା ସହ ତାଙ୍କ ପିନ୍‍କୁ ଦେଖି କୌଶଳକ୍ରମେ ଏଟିଏମ୍‍ କାର୍ଡକୁ ବଦଳାଇ ଦେଇଥିଲା। ତେବେ ଏଟିଏମ୍‍ […]

ଭୁବନେଶ୍ୱର: ରାଜଧାନୀରେ ଲୁଟେରାଙ୍କ କାରନାମା ଥମୁନି। ନୂଆପଲ୍ଲୀ ଥାନା ଆଇଆର୍‍ସି ଭିଲେଜରୁ ଜଣେ ବରିଷ୍ଠ ନାଗରିକଙ୍କ ଏଟିଏମ୍‍ କାର୍ଡ ବଦଳାଇ ୪୦ହଜାର ଟଙ୍କା ଲୁଟି ନେଇଛନ୍ତି ଲୁଟେରା। ଲୁଟ୍‍ର ଶିକାର ବ୍ୟକ୍ତି ମହମ୍ମଦ ଫିରୋଜ। ଅଭିଯୋଗ ଅନୁଯାୟୀ ଫିରୋଜ ଜଣେ ଅବସରପ୍ରାପ୍ତ କର୍ମଚାରୀ। ସେ ନୂଆପଲ୍ଲୀର ଏକ ଏଟିଏମ୍‍କୁ ଆଜି ଟଙ୍କା ଉଠାଇବା ଲାଗି ଯାଇଥିଲେ। ଲୁଟେରା ଫିରୋଜଙ୍କୁ ବ୍ୟସ୍ତ କରାଇବା ସହ ତାଙ୍କ ପିନ୍‍କୁ ଦେଖି କୌଶଳକ୍ରମେ ଏଟିଏମ୍‍ କାର୍ଡକୁ ବଦଳାଇ ଦେଇଥିଲା। ତେବେ ଏଟିଏମ୍‍ କାମ ନ କରିବାରୁ ଘରକୁ ଫେରି ଆସିଥିଲେ ଫିରୋଜ। ଘରେ ଦେଖିବା ବେଳକୁ ଏଟିଏମ୍‍ କାର୍ଡ ବଦଳିଯାଇଛି। ଏହାର କେଇ ମିନିଟ୍‍ ପରେ ପର୍ଯ୍ୟାୟକ୍ରମେ ଫିରୋଜଙ୍କ ଏଟିଏମ୍‍ରୁ ୪୦ହଜାର ଟଙ୍କା କଟିଯାଇଛି।

ଆହୁରି ପଢ଼ନ୍ତୁ: ପୋଖରୀରେ ବୁଡ଼ିଯାଉଥିଲେ ୨ ଛୋଟ ଝିଅ, ବଞ୍ଚାଇବାକୁ ଯାଇ ନିଜ ଜୀବନ ହାରିଲେ ସସ୍ମିତା

ଏହାପରେ ସେ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିବା ସହ ବ୍ୟାଙ୍କକୁ ଯାଇ ଏଟିଏମ୍‍ କାର୍ଡ ବନ୍ଦ କରିଦେଇଥିଲେ। ସେହିପରି କାର୍ଡ ବ୍ଲକ କରିବା ପରେ ଲୁଟେରା ଟଙ୍କା ଉଠାଇବାକୁ ପ୍ରୟାସ କରୁଥିବାର ମେସେଜ୍‍ ଆସୁଛି। ସେପଟେ ଏଟିଏମ୍‍ କାଉଣ୍ଟର୍‍ରେ ସୁରକ୍ଷାକର୍ମୀ ଓ ସିସିଟିଭି ଥିବାବେଳେ ବାରମ୍ବାର ଲୁଟ୍‍ ହେଉଥିବା ଅଭିଯୋଗ ଆସୁଛି। ପୂର୍ବରୁ କ୍ୟାପିଟାଲ ଓ ଏୟାରପୋର୍ଟ ଥାନାରେ ସମାନଧରଣର ସହାୟତା ଆଳରେ ଠକେଇ କରି ନେଇଛନ୍ତି ଲୁଟେରା।

ଆହୁରି ପଢ଼ନ୍ତୁ: ବଦଳିବ ଦଶମ ପାଠ୍ୟକ୍ରମ: ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ହେବ ଗୋଟିଏ ବୋର୍ଡ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର