ମୋବାଇଲ ଟାୱାରକୁ ଚଢିଗଲା ୪ବର୍ଷର ଶିଶୁ

The Sakala Picture
Published On

କଟକ: କଟକ ଜିଲ୍ଲା କଣ୍ଟାପଡା ବ୍ଲକ ପାଟସୁନ୍ଦରପୁରରେ ସୋମବାର ଏକ ଅଘଟଣ ଘଟିଛି । ଉକ୍ତ ଗାଁର କୈଳାସ ସେଠୀଙ୍କ ୪ବର୍ଷର ପୁଅ ଘର ପାଖରେ ଥିବା ମୋବାଇଲ ଟାଓ୍ବାର ଉପରେ ଚଢ଼ି ଯାଇଥିବା ଜଣାପଡ଼ିଛି। ପ୍ରାୟ ଘଣ୍ଟାଏରୁ ଅଧିକ ସମୟ ଧରି ଟାୱାରରେ ଅଟକି ରହିଥିବା ଜଣାପଡ଼ିଛି। ଟାଓ୍ବାର ପାଖରେ କୌଣସି ପାଚେରୀ ନ ଥିବାରୁ ଏପରି ଅବସ୍ଥା ସୃଷ୍ଟି ହୋଇଛି ବୋଲି ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଘର ପାଖରେ କୈଳାସ ସେଠୀଙ୍କ ୪ […]

କଟକ: କଟକ ଜିଲ୍ଲା କଣ୍ଟାପଡା ବ୍ଲକ ପାଟସୁନ୍ଦରପୁରରେ ସୋମବାର ଏକ ଅଘଟଣ ଘଟିଛି । ଉକ୍ତ ଗାଁର କୈଳାସ ସେଠୀଙ୍କ ୪ବର୍ଷର ପୁଅ ଘର ପାଖରେ ଥିବା ମୋବାଇଲ ଟାଓ୍ବାର ଉପରେ ଚଢ଼ି ଯାଇଥିବା ଜଣାପଡ଼ିଛି। ପ୍ରାୟ ଘଣ୍ଟାଏରୁ ଅଧିକ ସମୟ ଧରି ଟାୱାରରେ ଅଟକି ରହିଥିବା ଜଣାପଡ଼ିଛି। ଟାଓ୍ବାର ପାଖରେ କୌଣସି ପାଚେରୀ ନ ଥିବାରୁ ଏପରି ଅବସ୍ଥା ସୃଷ୍ଟି ହୋଇଛି ବୋଲି ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଏଫ୍‌ସିଆଇ ଚାଉଳ ନ ଉଠାଇବା ପ୍ରସଙ୍ଗ: ସରକାରଙ୍କ ଅପାରଗତା ପାଇଁ ଯୋଗାଣ ବ୍ୟବସ୍ଥା ଫେଲ୍‌ ମାରିଛି କହିଲା ବିଜେଡି

ସୂଚନା ଅନୁଯାୟୀ, ଘର ପାଖରେ କୈଳାସ ସେଠୀଙ୍କ ୪ ବର୍ଷର ପୁଅ ଖେଳୁଥିଲା। ସେହି ସମୟରେ ସେହି ପାଖରେ ଥିବା ଏକ ଟାଓ୍ୱାରରେ ଅଜାଣତରେ ଚଢ଼ିଯାଇଥିଲା । ଏହାପରେ ଘର ଲୋକ ଖୋଜିବା ପରେ ଶିଶୁଟି ଟାଓ୍ୱାର ଉପରେ ଚଢ଼ିଥିବା ଦେଖିବାକୁ ପାଇଥିଲେ । ପରିବାରଲୋକେ ଦମକଳ ବାହିନୀକୁ ଖବର ଦେଇଥିଲେ ଘଟଣା ସ୍ଥାନରେ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କରିଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ସ୍କୁଲ ଗେଟ୍ ନିକଟରେ ଶିକ୍ଷକଙ୍କୁ କାଠ ଫାଳିଆରେ ଆକ୍ରମଣ, ପୋଲିସର ତଦନ୍ତ ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର