ଚିପ୍ସ ପ୍ୟାକେଟ ଭିତରେ ଥିବା ପ୍ଲାଷ୍ଟିକ ଖେଳନା ଗିଳି ୪ ବର୍ଷର ଶିଶୁ ମୃତ
ଦାରିଙ୍ଗବାଡି: ଚିପ୍ସ ପ୍ୟାକେଟରେ ଥିବା ଖେଳନା ନେଲା ଶିଶୁର ଜୀବନ । ଚିପ୍ସ ପ୍ୟାକେଟ ଭିତରେ ଥିବା ପ୍ଲାଷ୍ଟିକ ଖେଳନା ଗିଳି ୪ ବର୍ଷ ଶିଶୁ ମୃତ । ମୃତ ଶିଶୁ ଜଣକ ହେଲେ ରଞ୍ଜିତ ପ୍ରଧାନଙ୍କ ପୁଅ ବିଗିଲ ପ୍ରଧାନ। ଏଭଳି ଦୁଃଖଦ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବ୍ରାମୁଣୀଗାଁ ଥାନା ଅନ୍ତର୍ଗତ ତାଜୁଙ୍ଗିଆ ପଞ୍ଚାୟତ ନିକଟସ୍ଥ ମୁସୀମାହା ଗ୍ରାମରେ। ଶିଶୁଟି ବାପାମାଆଙ୍କ ସହ ଯାଇ ମକା ଖେତରେ ଖେଳୁଥିଲା । ସେଠାରେ ଚିପ୍ସ ପ୍ୟାକେଟରେ ଥିବା ଖେଳନା ବନ୍ଧୁକକୁ ଗିଳି ଦେଇଥିଲା । ଗୁରୁତର ଅବସ୍ଥାରେ ଶିଶୁକୁ ଦାରିଙ୍ଗବାଡ଼ି ମେଡ଼ିକାଲରେ ଭର୍ତ୍ତି କରିଥିଲେ ପରିବାର ଲୋକ । ସେଠାରେ ଶିଶୁପୁତ୍ରକୁ ମୃତ ଘୋଷଣା କରିଥିଲେ ଡାକ୍ତର । ଶିଶୁ ମୃତ୍ୟୁକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରୁ ୪୦ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ଜଣେ ଗିରଫ





