ଛତିଶଗଡ଼ରେ ଗୋଟିଏ ପରିବାରର ୪ ଓଡ଼ିଆଙ୍କୁ ନିର୍ମମ ହତ୍ୟା

The Sakala Picture
Published On

କଣ୍ଟାବାଞ୍ଜି: ଛତିଶଗଡ଼ରେ ଗୋଟିଏ ପରିବାରର ୪ ଓଡ଼ିଆଙ୍କୁ ଅତି ନିର୍ମମଭାବେ ହତ୍ୟା । ଦୁର୍ଗ ଜିଲ୍ଲା କୁହ୍ମାରି ନିକଟ ଅକେଳି ଗାଁରେ ରହୁଥିବା ୪ ଓଡ଼ିଆଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି । ମୃତକମାନେ ହେଲେ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଥାନା ଦେଢଗାଁର ଏକ ପରିବାରର ୪ ସଦସ୍ୟ । ମୃତକଙ୍କ ମଧ୍ୟରେ ସ୍ୱାମୀ-ସ୍ତ୍ରୀ ଓ ସେମାନଙ୍କ ଦୁଇ ଛୁଆ ଅଛନ୍ତି । ସମ୍ପତି ବିବାଦରୁ ସେମାନଙ୍କୁ କେହି ସମ୍ପର୍କୀୟ ହତ୍ୟା କରିଥିବା ନେଇ […]

କଣ୍ଟାବାଞ୍ଜି: ଛତିଶଗଡ଼ରେ ଗୋଟିଏ ପରିବାରର ୪ ଓଡ଼ିଆଙ୍କୁ ଅତି ନିର୍ମମଭାବେ ହତ୍ୟା । ଦୁର୍ଗ ଜିଲ୍ଲା କୁହ୍ମାରି ନିକଟ ଅକେଳି ଗାଁରେ ରହୁଥିବା ୪ ଓଡ଼ିଆଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି । ମୃତକମାନେ ହେଲେ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଥାନା ଦେଢଗାଁର ଏକ ପରିବାରର ୪ ସଦସ୍ୟ । ମୃତକଙ୍କ ମଧ୍ୟରେ ସ୍ୱାମୀ-ସ୍ତ୍ରୀ ଓ ସେମାନଙ୍କ ଦୁଇ ଛୁଆ ଅଛନ୍ତି । ସମ୍ପତି ବିବାଦରୁ ସେମାନଙ୍କୁ କେହି ସମ୍ପର୍କୀୟ ହତ୍ୟା କରିଥିବା ନେଇ ଛତିଶଗଡ଼ ପୋଲିସ ସନ୍ଦେହ କରୁଛି।

ଆହୁରି ପଢ଼ନ୍ତୁ: ବିଜେପିର ଜନବିରୋଧୀ ନୀତି ପାଇଁ ଓଡ଼ିଶା ଉପେକ୍ଷିତ: ବିଜେଡି

ମୃତ ବ୍ୟକ୍ତି ମାନେ ହେଲେ ଭୋଳନାଥ ଯାଦବ, ସ୍ତ୍ରୀ ନେଇଲା ଯାଦବ, ପୁଅ ପ୍ରମୋଦ ଓ ଝିଅ ମୁକ୍ତା ବୋଲି ଜଣାପଡିଛି । ଗତ ୧୨ ବର୍ଷ ହେଲା ପନିପରିବା ବଗିଚାରେ କାମ କରି ଆସୁଥିଲେ । ଗତକାଲି ସେଠାକାର ପୋଲିସ ମୃତଦେହକୁ ଠାବ କରି ଅଧିକ ତଦନ୍ତ ଚଳାଇଛି ।

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରୁ କୁଆଖାଇ ନଦୀକୁ ଦେଇଥିବା ଅଟୋ ଚାଳକଙ୍କ ମୃତଦେହ ଉଦ୍ଧାର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର