ଓଏଭି ଦିଶାହୀନ; ୮୨ ପ୍ରତିଶତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନାହାନ୍ତି ସ୍ଥାୟୀ ଅଧ୍ୟକ୍ଷ, ମୋଟ ଶିକ୍ଷକ ପଦରୁ ୩୮ପ୍ରତିଶତ ଖାଲି
ଭୁବନେଶ୍ୱର: ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି)ରେ ଖାଲି ପଡ଼ିଛି ଅଧ୍ୟକ୍ଷ ଓ ଶିକ୍ଷକ ପଦ ଖାଲି। ଅର୍ଦ୍ଧାଧିକ ବିଦ୍ୟାଳୟରେ ନିୟମିତ ଅଧ୍ୟକ୍ଷ ନାହାନ୍ତି। ବିଭିନ୍ନ ବିଷୟରେ ପାଠ ପଢ଼ାଇବାକୁ ମଧ୍ୟ ଶିକ୍ଷକ ନାହାନ୍ତି। ୩୮ ପ୍ରତିଶତରୁ ଅଧିକ ପଦ ଖାଲି ପଡ଼ିଥିବାରୁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି। ଏପରିକି ନିୟମିତ ଅଧ୍ୟକ୍ଷ ନ ଥିବାରୁ ପ୍ରଶାସନିକ ଅଚଳାବସ୍ଥା ମଧ୍ୟ ସୃଷ୍ଟି ହୋଇଛି। ଫଳରେ ରାଜ୍ୟର ଏହି ଅନନ୍ୟ ଏବଂ ପ୍ରଥମ ସରକାରୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଶିକ୍ଷାଦାନ ଲକ୍ଷ୍ୟଭ୍ରଷ୍ଟ […]
ଭୁବନେଶ୍ୱର: ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି)ରେ ଖାଲି ପଡ଼ିଛି ଅଧ୍ୟକ୍ଷ ଓ ଶିକ୍ଷକ ପଦ ଖାଲି। ଅର୍ଦ୍ଧାଧିକ ବିଦ୍ୟାଳୟରେ ନିୟମିତ ଅଧ୍ୟକ୍ଷ ନାହାନ୍ତି। ବିଭିନ୍ନ ବିଷୟରେ ପାଠ ପଢ଼ାଇବାକୁ ମଧ୍ୟ ଶିକ୍ଷକ ନାହାନ୍ତି। ୩୮ ପ୍ରତିଶତରୁ ଅଧିକ ପଦ ଖାଲି ପଡ଼ିଥିବାରୁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି। ଏପରିକି ନିୟମିତ ଅଧ୍ୟକ୍ଷ ନ ଥିବାରୁ ପ୍ରଶାସନିକ ଅଚଳାବସ୍ଥା ମଧ୍ୟ ସୃଷ୍ଟି ହୋଇଛି। ଫଳରେ ରାଜ୍ୟର ଏହି ଅନନ୍ୟ ଏବଂ ପ୍ରଥମ ସରକାରୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଶିକ୍ଷାଦାନ ଲକ୍ଷ୍ୟଭ୍ରଷ୍ଟ ହେଉଛି। କୌତୂହଳର କଥା ହେଉଛି ୩୧୫ଟି ବିଦ୍ୟାଳୟରେ ମାତ୍ର ଜଣେ ଲାଇବ୍ରେରିଆନ୍ ନିଯୁକ୍ତ ହୋଇଛନ୍ତି।
ରାଜ୍ୟରେ ମୋଟ୍ ୩୧୫ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି) ସହିତ ୫ଟି ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ (ଓଏମ୍ଏଭି) ରହିଛି। ସମୁଦାୟ ୩୨୦ଟି ବିଦ୍ୟାଳୟ ମଧ୍ୟରୁ ୨୬୫ଟି ରେ ନିୟମିତ ଅଧ୍ୟକ୍ଷ ନାହାନ୍ତି। ଅର୍ଥାତ୍ ୮୨ ପ୍ରତିଶତ ଅଧ୍ୟକ୍ଷ ପଦ ଖାଲି ପଡ଼ିଛି। ସେହିପରି ମୋଟ୍ ୭୩୭୦ଟି ମଞ୍ଜୁରୀପ୍ରାପ୍ତ ପଦ ମଧ୍ୟରୁ ୨୮୦୫ଟି ପଦ ଖାଲି ପଡ଼ିଛି। ଶିକ୍ଷା ସହିତ ପିଲାଙ୍କୁ କଳା କ୍ଷେତ୍ରରେ ମଧ୍ୟ ଦକ୍ଷ କରିବା ପାଇଁ ଆର୍ଟ ଓ ସଂଗୀତ ଶିକ୍ଷକ ପଦ ସୃଷ୍ଟି କରାଯାଇଥିଲା। ହେଲେ ଏସବୁ ବାଟବଣା ହୋଇଛି। ୩୧୪ଟି ଲେଖାଏଁ ପଦରୁ ୧୦୧ଟି ଆର୍ଟ ଶିକ୍ଷକ ଖାଲି ପଡ଼ିଥିବା ବେଳେ ୨୩୪ଟି ସଂଗୀତ ଶିକ୍ଷକ ପଦରେ କେହି ନାହାନ୍ତି। ଅନୁରୂପ ଭାବେ ଛାତ୍ରଛାତ୍ରୀଙ୍କ ପଠନ କ୍ଷମତା ବଢ଼ାଇବା ଏକାଧିକ ପଦକ୍ଷେପ ନିଆଯାଉଥିବା ବେଳେ ପିଲାଙ୍କୁ ବହି ଯୋଗାଇବାକୁ ଉଦ୍ଦିଷ୍ଟ ଲାଇବ୍ରେରିଆନ୍ ପଦ ମଧ୍ୟ ଫାଙ୍କା ରହିଛି। ୩୧୫ଟି ଓଏଭିରେ ମାତ୍ର ଜଣେ ଲାଇବ୍ରେରିଆନ୍ ନିଯୁକ୍ତ ହୋଇଥିବା ବେଳେ ୩୧୪ଟିରେ କେହି ନାହାନ୍ତି। ୬୬୩ଟି ପ୍ରଶିକ୍ଷିତ ସ୍ନାତକ ଶିକ୍ଷକ (ଟିଜିଟି) ଏବଂ ୮୯୧ଟି ସ୍ନାତକୋତ୍ତର ଶିକ୍ଷକ (ପିଜିଟି) ମଧ୍ୟ ଖାଲି ପଡ଼ିଥିବାରୁ ଶିକ୍ଷାଦାନ ଏକ ପ୍ରକାର ବାଟବଣା ହୋଇ ଯାଇଛି। ୮୨ ପ୍ରତିଶତ ବିଦ୍ୟାଳୟରେ ଅଧ୍ୟକ୍ଷ ଏବଂ ୩୮ ପ୍ରତିଶତ ଶିକ୍ଷକ ପଦ ଖାଲି ପଡ଼ିଥିବାରୁ ଅଭିଭାବକଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି। ସମସ୍ତ ପଦ ପୂରଣ କରି ଶିକ୍ଷାଦାନ ବ୍ୟବସ୍ଥା ସୁବ୍ୟବସ୍ଥିତ କରିବାକୁ ଅଭିଭାବକଙ୍କ ସମେତ ଶିକ୍ଷାବିତ୍ମାନେ ଦାବି କରିଛନ୍ତି।