ରାଜ୍ୟକୁ ମିଳିବ ଆଉ ୩୫୦ ଇ-ବସ୍, ସ୍ବଚ୍ଛ ପରିବେଶ ସହ ସୁନିଶ୍ଚିତ ହେବ ସାଧାରଣ ପରିବହନ ସେବା
ଭୁବନେଶ୍ୱର: ରାଜ୍ୟକୁ ଆସିବ ଆଉ ୩୫୦ ଇ-ବସ୍। କଟକ, ଭୁବନେଶ୍ୱର ଓ ରାଉରକେଲାରେ ଏହି ବସ୍ ସେବା ଯୋଗାଇବ। ସାଧାରଣ ପରିବହନ ସେବା ବୃଦ୍ଧି ଓ ପରିବେଶ ଉପଯୋଗୀ ପଦକ୍ଷେପ ସ୍ୱରୂପ ଓଡ଼ିଶାକୁ ଏହି ବସ୍ ମିଳିବ। ପିଏମ୍-ଇ ବସ୍ ଯୋଜନାରେ ଏହି ବସ୍ ରାଜ୍ୟକୁ ମିଳିବାକୁ ଥିବା ବେଳେ ପ୍ରାଥମିକ ପର୍ଯ୍ୟାୟରେ ଓଡ଼ିଶା ସମେତ ଦେଶର ୭ଟି ରାଜ୍ୟକୁ ଏହି ବସ୍ ମିଳିବ। ବସ୍ ପାଇଁ ମୋ’ ବସ୍ ପରିଚାଳନା ସଂସ୍ଥା କ୍ରୁଟ୍ ପକ୍ଷରୁ କେନ୍ଦ୍ର […]
ଭୁବନେଶ୍ୱର: ରାଜ୍ୟକୁ ଆସିବ ଆଉ ୩୫୦ ଇ-ବସ୍। କଟକ, ଭୁବନେଶ୍ୱର ଓ ରାଉରକେଲାରେ ଏହି ବସ୍ ସେବା ଯୋଗାଇବ। ସାଧାରଣ ପରିବହନ ସେବା ବୃଦ୍ଧି ଓ ପରିବେଶ ଉପଯୋଗୀ ପଦକ୍ଷେପ ସ୍ୱରୂପ ଓଡ଼ିଶାକୁ ଏହି ବସ୍ ମିଳିବ। ପିଏମ୍-ଇ ବସ୍ ଯୋଜନାରେ ଏହି ବସ୍ ରାଜ୍ୟକୁ ମିଳିବାକୁ ଥିବା ବେଳେ ପ୍ରାଥମିକ ପର୍ଯ୍ୟାୟରେ ଓଡ଼ିଶା ସମେତ ଦେଶର ୭ଟି ରାଜ୍ୟକୁ ଏହି ବସ୍ ମିଳିବ। ବସ୍ ପାଇଁ ମୋ’ ବସ୍ ପରିଚାଳନା ସଂସ୍ଥା କ୍ରୁଟ୍ ପକ୍ଷରୁ କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ନିକଟରେ ଡିପିଆର ପୈଠ କରାଯାଇସାରିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଯୋଜନାକୁ କେନ୍ଦ୍ର ସରକାର ସ୍ୱୀକୃତି ଦେଇଥିବା ବେଳେ ଏହି ଯୋଜନାରେ ଖୁବ୍ଶୀଘ୍ର ଓଡ଼ିଶାକୁ ବସ୍ ମିଳିବ ବୋଲି ଆଶା ରହିଛି।
ଏହି ଯୋଜନାରେ ଲୋକସଂଖ୍ୟାକୁ ଦୃଷ୍ଟିରେ ରଖି ବସ୍ ସଂଖ୍ୟା ଦେବା ପାଇଁ ନିଷ୍ପତ୍ତି ହୋଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ୪ଟି ସହରରେ ଏହି ଯୋଜନାରେ ଇ-ବସ୍ ଗଡ଼ାଇବା ପାଇଁ ନିଷ୍ପତ୍ତି ହୋଇଛି। ଭୁବନେଶ୍ୱର, କଟକ, ରାଉରକେଲା ଏବଂ ବ୍ରହ୍ମପୁର ସହରରେ ଏହି ସେବାରେ ବସ୍ ଯୋଗାଣ ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବା ବେଳେ ୧୦ଲକ୍ଷ ଜନସଂଖ୍ୟା ବିଶିଷ୍ଟ ସହର ଭୁବନେଶ୍ୱର, କଟକ ଏବଂ ରାଉରକେଲାକୁ ୧୦୦ ଟି ଲେଖାଏଁ ଇ-ବସ୍ ମିଳିବ ଲକ୍ଷ୍ୟ ରହିଛି। ୫ ଲକ୍ଷରୁ କମ୍ ଜନସଂଖ୍ୟା ବିଶିଷ୍ଟ ବ୍ରହ୍ମପୁର ସହର ଏହି ଯୋଜନା ଅଧୀନରେ ୫୦ ଟି ଇ-ବସ୍ ପାଇବ ବୋଲି ସୂଚନା ମିଳିଛି।
ରାଜ୍ୟର ପ୍ରମଖ ସହର ଭୁବନେଶ୍ୱର, କଟକ, ପୁରୀ, ଖୋର୍ଦ୍ଧା ଓ ରାଉର୍କେଲାରେ ବର୍ତ୍ତମାନ ମୋ’ ବସ୍ ସେବା ଜାରି ରହିଛି।
ବର୍ତ୍ତମାନ ରାଜ୍ୟ ସରକାର ଏହି ଯୋଜନାରେ ୪୦୫ ଟି ବସ୍ ଚଳାଇଛନ୍ତି। ଖୁବ୍ଶୀଘ୍ର ଏହି ବସ୍ ସେବା ସମ୍ବଲପୁର, ଝାରସୁଗୁଡ଼ା ଓ ବ୍ରହ୍ମପୁରକୁ ସଂପ୍ରସାରିତ ହେବା ନେଇ ଯୋଜନା ରହିଛି। ରାଜ୍ୟ ସରକାର ୨୦୧୮ ମସିହାରେ ଏହି ସେବା ଆରମ୍ଭ କରିଥିବା ବେଳେ ସହରାଞ୍ଚଳବାସୀଙ୍କ ସାଧାରଣ ପରିବହନ ସେବା କ୍ଷେତ୍ରରେ ଏହା ବଡ଼ ଭାଗୀଦାରି ହୋଇପାରିଛି।






