ଡିଗ୍ରି କଲେଜରେ ନିଯୁକ୍ତ ହେବେ ୩୩୪ ଅଣଶିକ୍ଷକ କର୍ମଚାରୀ
ଭୁବନେଶ୍ୱର: ଗୁଣାତ୍ମକ ଶୈକ୍ଷିକ ଭିତ୍ତିଭୂମିକୁ ଅଗ୍ରାଧିକାର ଦେଥିବା ରାଜ୍ୟ ସରକାର ଶିକ୍ଷା ରୂପାନ୍ତରଣ ପ୍ରକ୍ରିୟାରେ ଆଉ ଏକ ପାଦ ଆଗକୁ ବଢ଼଼ାଇଛନ୍ତି। ରାଜ୍ୟର ବିଭିନ୍ନ ଡିଗ୍ରି କଲେଜରେ ଖାଲି ଥିବା ଅଣଶିକ୍ଷକ କର୍ମଚାରୀ ପଦଗୁଡ଼ିକୁ ପୂରଣ ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି କ୍ରମରେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସରକାରୀ ଡିଗ୍ରୀ କଲେଜଗୁଡ଼ିକରେ ୩୩୪ ଜଣ ଅଣଶିକ୍ଷକ କର୍ମଚାରୀ ନିଯୁକ୍ତ ହେବେ। ଆସନ୍ତା ୨୫ ତାରିଖରେ ସମ୍ପୃକ୍ତ କର୍ମଚାରୀଙ୍କ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବାବେଳେ […]
ଭୁବନେଶ୍ୱର: ଗୁଣାତ୍ମକ ଶୈକ୍ଷିକ ଭିତ୍ତିଭୂମିକୁ ଅଗ୍ରାଧିକାର ଦେଥିବା ରାଜ୍ୟ ସରକାର ଶିକ୍ଷା ରୂପାନ୍ତରଣ ପ୍ରକ୍ରିୟାରେ ଆଉ ଏକ ପାଦ ଆଗକୁ ବଢ଼଼ାଇଛନ୍ତି। ରାଜ୍ୟର ବିଭିନ୍ନ ଡିଗ୍ରି କଲେଜରେ ଖାଲି ଥିବା ଅଣଶିକ୍ଷକ କର୍ମଚାରୀ ପଦଗୁଡ଼ିକୁ ପୂରଣ ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି କ୍ରମରେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସରକାରୀ ଡିଗ୍ରୀ କଲେଜଗୁଡ଼ିକରେ ୩୩୪ ଜଣ ଅଣଶିକ୍ଷକ କର୍ମଚାରୀ ନିଯୁକ୍ତ ହେବେ। ଆସନ୍ତା ୨୫ ତାରିଖରେ ସମ୍ପୃକ୍ତ କର୍ମଚାରୀଙ୍କ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବାବେଳେ ମୁଖ୍ୟମନ୍ତ୍ରୀ ସେମାନଙ୍କ ମାର୍ଗଦର୍ଶନ କରିବେ। ନିଯୁକ୍ତି ପାଇବାକୁଥିବା ୩୩୪ ଅଣଶିକ୍ଷକ କର୍ମଚାରୀଙ୍କ ମଧ୍ୟରେ ୧୮ ଜଣ ଶାରୀରିକ ଶିକ୍ଷା ପ୍ରଶିକ୍ଷକ (ପିଇଟି) ଥିବାବେଳେ ୨୫ ଜଣ କନିଷ୍ଠ ଗ୍ରନ୍ଥାଗାରିକ (ଜୁନିଅର ଲାଇବ୍ରେରିଆନ୍) ଏବଂ ୨୯୧ ଜଣ ବିଜ୍ଞାନାଗାର ସହାୟକ ତଥା ଭଣ୍ଡାର ରକ୍ଷକ (ଲ୍ୟାବ୍ ଆସିଷ୍ଟାଣ୍ଟ-କମ୍-ଷ୍ଟୋର କିପର) ରହିଛନ୍ତି। ନବନିଯୁକ୍ତ ଶିକ୍ଷକ ଓ ଅଣଶିକ୍ଷକମାନଙ୍କ ଦିଗ୍ଦର୍ଶନ କାର୍ଯ୍ୟକ୍ରମ ଆସନ୍ତା ଅଗଷ୍ଟ ୨୫ ତାରିଖ ଅପରାହ୍ଣ ୫.୩୦ରେ ଅନୁଷ୍ଠିତ ହେବ। ଲୋକସେବା ସମ୍ମିଳନୀ କକ୍ଷରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ତେବେ ମୁଖ୍ୟମନ୍ତ୍ରୀ ଆଭାସୀ ମାଧ୍ୟମରେ ଉପସ୍ଥିତ ରହି ନବ ନିଯୁକ୍ତ କର୍ମଚାରୀଙ୍କୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।