ଭୁବନେଶ୍ୱର ରେଳ ଷ୍ଟେସନ୍‍ ବିକାଶ ପାଇଁ ୩୦୮ କୋଟି

The Sakala Picture
Published On

ଭୁବନେଶ୍ୱର : ଭୁବନେଶ୍ୱର ରେଳ ଷ୍ଟେସନର ବିକାଶ ପାଇଁ ରେଳବାଇ ୩୦୮ କୋଟି ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ କରିଛି। ତେବେ ପ୍ରଥମ ପର୍ଯ୍ୟାୟ ଉନ୍ନୟନ କାର୍ଯ୍ୟ ପାଇଁ ଏହି ଅର୍ଥ ବ୍ୟୟ କରାଯିବ। ୨୦୨୪ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ଲକ୍ଷ୍ୟ ରହିଛି। ରେଳ ଷ୍ଟେସନ୍‍ ଉନ୍ନୟନ ପାଇଁ ପୂର୍ବତଟ ରେଳପଥ ଡିପିଆର ପ୍ରସ୍ତୁତ କରିଛି। ଗତ ୭ ତାରିଖରେ ପୂର୍ବତଟ ରେଳପଥ ଏଥିପାଇଁ ଟେଣ୍ଡର ଆହ୍ୱାନ କରିଛି। ୨୪ ମାସ ମଧ୍ୟରେ […]

ଭୁବନେଶ୍ୱର : ଭୁବନେଶ୍ୱର ରେଳ ଷ୍ଟେସନର ବିକାଶ ପାଇଁ ରେଳବାଇ ୩୦୮ କୋଟି ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ କରିଛି। ତେବେ ପ୍ରଥମ ପର୍ଯ୍ୟାୟ ଉନ୍ନୟନ କାର୍ଯ୍ୟ ପାଇଁ ଏହି ଅର୍ଥ ବ୍ୟୟ କରାଯିବ। ୨୦୨୪ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ଲକ୍ଷ୍ୟ ରହିଛି। ରେଳ ଷ୍ଟେସନ୍‍ ଉନ୍ନୟନ ପାଇଁ ପୂର୍ବତଟ ରେଳପଥ ଡିପିଆର ପ୍ରସ୍ତୁତ କରିଛି। ଗତ ୭ ତାରିଖରେ ପୂର୍ବତଟ ରେଳପଥ ଏଥିପାଇଁ ଟେଣ୍ଡର ଆହ୍ୱାନ କରିଛି। ୨୪ ମାସ ମଧ୍ୟରେ କାମ ଶେଷ କରିବା ପାଇଁ ସର୍ତ୍ତ ରଖାଯାଇଛି। ତେବେ ୨୭୫ କୋଟି ଟଙ୍କାର କାମ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି। କିନ୍ତୁ ପ୍ରକଳ୍ପ ପାଇଁ ୩୦୮ କୋଟି ଟଙ୍କା ବ୍ୟୟ କରାଯିବ ବୋଲି ଆରଟିଆଇରେ ମଗାଯାଇଥିବା ପ୍ରଶ୍ନରେ କୁହାଯାଇଛି।

ଆହୁରି ପଢ଼ନ୍ତୁ: ହୀରାକୁଦରେ ବଢୁଛି ଜଳସ୍ତର, ମୋଟ ୧୦ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

ପ୍ରସ୍ତୁତ ଡିଜାଇନ୍‍ ଅନୁସାରେ ନୂଆ ଷ୍ଟେସନ୍‍ର ପ୍ରବେଶ ଓ ପ୍ରସ୍ଥାନ ପଥ ଅଲଗା ରହିବ। ଏଥିରେ ସୌର ପ୍ଲାଣ୍ଟ ସ୍ଥାପନ କରାଯିବ ଏବଂ ସବୁ ଦୃଷ୍ଟିରୁ ଏହା ଏକ ଗ୍ରୀନ୍‍ ବିଲ୍ଡିଂ ହେବ। ସେହିପରି ବର୍ଷା ଜଳ ସଂରକ୍ଷଣ ଓ ପରିମଳ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିବ। ଯାତ୍ରୀସ୍ଥଳ ସମ୍ପୂର୍ଣ୍ଣ ଭାବେ ବାତାନୁକୂଳିତ ହେବା ସହିତ ଲିଫ୍ଟ ଓ ଏସ୍କାଲେଟର ବ୍ୟବସ୍ଥା ରହିବ। ମାଷ୍ଟର କ୍ୟାଣ୍ଟିନ୍‍ ପଟକୁ ଆଉ ଦୁଇଟି ପ୍ଲାଟଫର୍ମ ନିର୍ମାଣ କରାଯିବ। କହିବାକୁ ଗଲେ ଭୁବନେଶ୍ୱର ରେଳ ଷ୍ଟେସନର ବିକାଶ କାର୍ଯ୍ୟ ଶେଷ ହେଲେ ସେଠାରେ ବିମାନବନ୍ଦର ଭଳି ସୁବିଧା ସୁଯୋଗ ଉପଲବ୍ଧ ହେବ। ନିର୍ମାଣ କାର୍ଯ୍ୟ କିପରି ଚାଲୁଛି ତାହା ତଦାରଖ କରିବା ପାଇଁ ସଫ୍ଟୱେର ଆଧାରିତ କୌଶଳ ଅବଲମ୍ବନ କରାଯିବ। ମାଷ୍ଟର କ୍ୟାଣ୍ଟିନ୍‍ ପଟୁ ପ୍ରଶସ୍ତ ସଡ଼କ ସଂଯୋଗ, ପାର୍କିଂ, ବ୍ୟାରିକେଡ୍‍, ସ୍କାନର୍‍ ବ୍ୟବସ୍ଥା ଆଦି ରହିବ।

ଆହୁରି ପଢ଼ନ୍ତୁ: ଢେଙ୍କାନାଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ପୋଖରୀକୁ ଖସିଲା ବରଯାତ୍ରୀ ଗାଡ଼ି, ୫ ମୃତ

ଭୁବନେଶ୍ୱର ରେଳ ଷ୍ଟେସନ୍‍ର ସମ୍ମୁଖ ଭାଗ ସହିତ ଆଭ୍ୟନ୍ତରୀଣ ଅଞ୍ଚଳର ବିକାଶ କରାଯିବ। ପ୍ରବେଶ ଟର୍ମିନାଲ ଉପରେ ତିନି ମହଲା କୋଠାରେ ଯାତ୍ରୀ ବିଶ୍ରାମସ୍ଥଳ, କାଫେଟେରିଆ, ଶୌଚାଳୟ ଆଦି ରହିବ। ସେହିପରି ପ୍ରଥମ ମହଲାରେ ଅନୁସନ୍ଧାନ କାଉଣ୍ଟର, ସୁରକ୍ଷା କର୍ମଚାରୀଙ୍କ କାର୍ଯ୍ୟାଳୟ ରହିବ। ସେହିପରି ଆରପିଏଫ୍‍, ଜିଆରପି କାର୍ଯ୍ୟାଳୟ ସମେତ ନୂଆ ଟିକଟ ବୁକିଂ କାଉଣ୍ଟର ନିର୍ମାଣ କରାଯିବ ବୋଲି ଜଣାପଡ଼ିଛି। ନିକଟରେ ଓଡ଼ିଶା ଗସ୍ତରେ ଆସିଥିବା ସମୟରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ୱର ରେଳ ଷ୍ଟେସନର ପୁନଃ ନିର୍ମାଣ କାର୍ଯ୍ୟ ଶୀଘ୍ର ଆରମ୍ଭ କରାଯିବ ବୋଲି ଘୋଷଣା କରିଥିଲେ।

ଆହୁରି ପଢ଼ନ୍ତୁ: ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଜି ମହାପ୍ରଭୁଙ୍କ ଶେଷ ଆଡ଼ପ ଦର୍ଶନ, ସନ୍ଧ୍ୟା ୬ଟାରୁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

18 Jun 2022 By The Sakala

ଭୁବନେଶ୍ୱର ରେଳ ଷ୍ଟେସନ୍‍ ବିକାଶ ପାଇଁ ୩୦୮ କୋଟି

ଭୁବନେଶ୍ୱର : ଭୁବନେଶ୍ୱର ରେଳ ଷ୍ଟେସନର ବିକାଶ ପାଇଁ ରେଳବାଇ ୩୦୮ କୋଟି ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ କରିଛି। ତେବେ ପ୍ରଥମ ପର୍ଯ୍ୟାୟ ଉନ୍ନୟନ କାର୍ଯ୍ୟ ପାଇଁ ଏହି ଅର୍ଥ ବ୍ୟୟ କରାଯିବ। ୨୦୨୪ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ଲକ୍ଷ୍ୟ ରହିଛି। ରେଳ ଷ୍ଟେସନ୍‍ ଉନ୍ନୟନ ପାଇଁ ପୂର୍ବତଟ ରେଳପଥ ଡିପିଆର ପ୍ରସ୍ତୁତ କରିଛି। ଗତ ୭ ତାରିଖରେ ପୂର୍ବତଟ ରେଳପଥ ଏଥିପାଇଁ ଟେଣ୍ଡର ଆହ୍ୱାନ କରିଛି। ୨୪ ମାସ ମଧ୍ୟରେ କାମ ଶେଷ କରିବା ପାଇଁ ସର୍ତ୍ତ ରଖାଯାଇଛି। ତେବେ ୨୭୫ କୋଟି ଟଙ୍କାର କାମ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି। କିନ୍ତୁ ପ୍ରକଳ୍ପ ପାଇଁ ୩୦୮ କୋଟି ଟଙ୍କା ବ୍ୟୟ କରାଯିବ ବୋଲି ଆରଟିଆଇରେ ମଗାଯାଇଥିବା ପ୍ରଶ୍ନରେ କୁହାଯାଇଛି।

ପ୍ରସ୍ତୁତ ଡିଜାଇନ୍‍ ଅନୁସାରେ ନୂଆ ଷ୍ଟେସନ୍‍ର ପ୍ରବେଶ ଓ ପ୍ରସ୍ଥାନ ପଥ ଅଲଗା ରହିବ। ଏଥିରେ ସୌର ପ୍ଲାଣ୍ଟ ସ୍ଥାପନ କରାଯିବ ଏବଂ ସବୁ ଦୃଷ୍ଟିରୁ ଏହା ଏକ ଗ୍ରୀନ୍‍ ବିଲ୍ଡିଂ ହେବ। ସେହିପରି ବର୍ଷା ଜଳ ସଂରକ୍ଷଣ ଓ ପରିମଳ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିବ। ଯାତ୍ରୀସ୍ଥଳ ସମ୍ପୂର୍ଣ୍ଣ ଭାବେ ବାତାନୁକୂଳିତ ହେବା ସହିତ ଲିଫ୍ଟ ଓ ଏସ୍କାଲେଟର ବ୍ୟବସ୍ଥା ରହିବ। ମାଷ୍ଟର କ୍ୟାଣ୍ଟିନ୍‍ ପଟକୁ ଆଉ ଦୁଇଟି ପ୍ଲାଟଫର୍ମ ନିର୍ମାଣ କରାଯିବ। କହିବାକୁ ଗଲେ ଭୁବନେଶ୍ୱର ରେଳ ଷ୍ଟେସନର ବିକାଶ କାର୍ଯ୍ୟ ଶେଷ ହେଲେ ସେଠାରେ ବିମାନବନ୍ଦର ଭଳି ସୁବିଧା ସୁଯୋଗ ଉପଲବ୍ଧ ହେବ। ନିର୍ମାଣ କାର୍ଯ୍ୟ କିପରି ଚାଲୁଛି ତାହା ତଦାରଖ କରିବା ପାଇଁ ସଫ୍ଟୱେର ଆଧାରିତ କୌଶଳ ଅବଲମ୍ବନ କରାଯିବ। ମାଷ୍ଟର କ୍ୟାଣ୍ଟିନ୍‍ ପଟୁ ପ୍ରଶସ୍ତ ସଡ଼କ ସଂଯୋଗ, ପାର୍କିଂ, ବ୍ୟାରିକେଡ୍‍, ସ୍କାନର୍‍ ବ୍ୟବସ୍ଥା ଆଦି ରହିବ।

ଭୁବନେଶ୍ୱର ରେଳ ଷ୍ଟେସନ୍‍ର ସମ୍ମୁଖ ଭାଗ ସହିତ ଆଭ୍ୟନ୍ତରୀଣ ଅଞ୍ଚଳର ବିକାଶ କରାଯିବ। ପ୍ରବେଶ ଟର୍ମିନାଲ ଉପରେ ତିନି ମହଲା କୋଠାରେ ଯାତ୍ରୀ ବିଶ୍ରାମସ୍ଥଳ, କାଫେଟେରିଆ, ଶୌଚାଳୟ ଆଦି ରହିବ। ସେହିପରି ପ୍ରଥମ ମହଲାରେ ଅନୁସନ୍ଧାନ କାଉଣ୍ଟର, ସୁରକ୍ଷା କର୍ମଚାରୀଙ୍କ କାର୍ଯ୍ୟାଳୟ ରହିବ। ସେହିପରି ଆରପିଏଫ୍‍, ଜିଆରପି କାର୍ଯ୍ୟାଳୟ ସମେତ ନୂଆ ଟିକଟ ବୁକିଂ କାଉଣ୍ଟର ନିର୍ମାଣ କରାଯିବ ବୋଲି ଜଣାପଡ଼ିଛି। ନିକଟରେ ଓଡ଼ିଶା ଗସ୍ତରେ ଆସିଥିବା ସମୟରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ୱର ରେଳ ଷ୍ଟେସନର ପୁନଃ ନିର୍ମାଣ କାର୍ଯ୍ୟ ଶୀଘ୍ର ଆରମ୍ଭ କରାଯିବ ବୋଲି ଘୋଷଣା କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର