ଇଣ୍ଡିଆ ବୁକ୍‍ ଅଫ୍‌ ରେକର୍ଡରେ ଓଡ଼ିଶାର ୩ ବର୍ଷୀୟ ବିସ୍ମୟ ବାଳକ ଦିବ୍ୟାଂଶୁ

The Sakala Picture
Published On

ବାଲିପାଟଣା: ବିଚକ୍ଷଣ ସ୍ମରଣ ଶକ୍ତିର ଅଧିକାରୀ ଦିବ୍ୟାଂଶୁ। ମାତ୍ର ୩ ବର୍ଷ ବୟସରଙ୍କ ଅସାଧାରଣ ପ୍ରତିଭା ଆଣିଦେଇଛି ସଫଳତା। ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନୀତ ହୋଇଛନ୍ତି ଦିବ୍ୟାଂଶୁ। ଦିବ୍ୟାଂଶୁ ହେଉଛନ୍ତି ବାଲିପାଟଣା ବ୍ଲକ ବନମାଳିପୁର ଦିୱାନ୍‍ପାଟଣା ମଠସାହି ଗ୍ରାମର କୃଷ୍ଣଚନ୍ଦ୍ର ସାହୁ ଏବଂ ଅନ୍ନପୂର୍ଣ୍ଣା ସାହୁଙ୍କ ପୁତ୍ର। ବାପା ଜଣେ ବ୍ୟବସାୟୀ ଏବଂ ମାମା ଗୃହିଣୀ। ବହିରୁ ଛବି ଦେଖି ବିଭିନ୍ନ ପ୍ରକାର ପଶୁପକ୍ଷୀ ଓ ପନିପରିବାର ଇଂରାଜୀରେ ନାମ କହି ପାରୁଛନ୍ତି ଦିବ୍ୟାଂଶୁ। ୨୮ […]

ବାଲିପାଟଣା: ବିଚକ୍ଷଣ ସ୍ମରଣ ଶକ୍ତିର ଅଧିକାରୀ ଦିବ୍ୟାଂଶୁ। ମାତ୍ର ୩ ବର୍ଷ ବୟସରଙ୍କ ଅସାଧାରଣ ପ୍ରତିଭା ଆଣିଦେଇଛି ସଫଳତା। ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନୀତ ହୋଇଛନ୍ତି ଦିବ୍ୟାଂଶୁ। ଦିବ୍ୟାଂଶୁ ହେଉଛନ୍ତି ବାଲିପାଟଣା ବ୍ଲକ ବନମାଳିପୁର ଦିୱାନ୍‍ପାଟଣା ମଠସାହି ଗ୍ରାମର କୃଷ୍ଣଚନ୍ଦ୍ର ସାହୁ ଏବଂ ଅନ୍ନପୂର୍ଣ୍ଣା ସାହୁଙ୍କ ପୁତ୍ର। ବାପା ଜଣେ ବ୍ୟବସାୟୀ ଏବଂ ମାମା ଗୃହିଣୀ। ବହିରୁ ଛବି ଦେଖି ବିଭିନ୍ନ ପ୍ରକାର ପଶୁପକ୍ଷୀ ଓ ପନିପରିବାର ଇଂରାଜୀରେ ନାମ କହି ପାରୁଛନ୍ତି ଦିବ୍ୟାଂଶୁ। ୨୮ ରାଜ୍ୟର ନାମ କହିବା ସହ ସେମାନଙ୍କର ରାଜଧାନୀର ନାମ ନିର୍ଭୁଲ ଭାବେ କହୁଛନ୍ତି। ଇନ୍ଦ୍ରଧନୁର ସାତ ରଙ୍ଗ, ରାଇମ୍ସ, ଶରୀରର ସମସ୍ତ ଅଙ୍ଗପ୍ରତ୍ୟଙ୍ଗର ନାମ, ଜାତୀୟ ଚିହ୍ନ ଚିହ୍ନିବା ସହ ଇଂରାଜୀରେ କହିବା ସହ ପଣିକିଆ ମଧ୍ୟ ବୋଲି ପାରୁଛନ୍ତି ଏହି କୁନି ବିସ୍ମୟ ବାଳକ।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପରିବାର ଲୋକଙ୍କ କହିବାନୁଯାୟୀ ଦିବ୍ୟାଂଶୁଙ୍କୁ ଯେତେବେଳେ ୨ ବର୍ଷ ସେବେଠାରୁ ତାଙ୍କର ଏହି ପ୍ରତିଭାକୁ ଚିହ୍ନିପାରିଥିଲେ ମାମା ଅନ୍ନପୂର୍ଣ୍ଣା। ଦିବ୍ୟାଂଶୁଙ୍କ ବଡ଼ଭାଇ ପାଠ ପଢ଼଼ିବା ବେଳେ ଦିବ୍ୟାଂଶୁ ସେହି ପାଠ ସବୁକୁ ମନେ ରଖିପାରୁଥିଲେ। ମା’ ଠାକୁରଙ୍କ ପାଖରେ ପ୍ରାର୍ଥନା ଏବଂ ଶ୍ଳୋକ ବୋଲିବା ବେଳେ ଦିବ୍ୟାଂଶୁ ତାହାକୁ ଶୁଣି ମନେରଖି ପରବର୍ତ୍ତୀ ସମୟରେ ଉଚ୍ଚାରଣ କରୁଥିଲେ। ୧ ବର୍ଷରେ ଯେତେବେଳେ ଦିବ୍ୟାଂଶୁ କଥା କହିବା ଆରମ୍ଭ କରିଥିଲେ ସେବେଠାରୁ ତାଙ୍କର ପ୍ରତିଭା ସମ୍ପର୍କରେ ଜଣା ପଡୁଥିଲା। ଦିବ୍ୟାଂଶୁ ସର୍ବଦା ମୋବାଇଲ୍‍ ଦେଖିବା ଠାରୁ ଦୂରେଇ ରହୁଥିଲେ। ତାଙ୍କର ଏହି ସବୁ ପ୍ରତିଭା ଜାଣିବା ପରେ ତାଙ୍କ ମାମା ଅନ୍ନପୂର୍ଣ୍ଣା ଦିବ୍ୟାଂଶୁଙ୍କୁ ବିଭିନ୍ନ ପ୍ରକାର ଛବି ଦେଖାଇ ଇଂରାଜୀରେ ନାମ ଶିଖାଇଥିଲେ।

ଆହୁରି ପଢ଼ନ୍ତୁ: ଆକ୍ସନ ମୋଡ଼ରେ ଲିଙ୍ଗରାଜ ଥାନା ପୋଲିସ, ହତ୍ୟା ଅଭିଯୁକ୍ତର ଘରେ ଚାଲିଲା ବୁଲଡୋଜର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର