ସୁରକ୍ଷାକର୍ମୀଙ୍କ ଏନକାଣ୍ଟରରେ ୩ ମାଓବାଦୀ ନିହତ, ଘଟଣାସ୍ଥଳରୁ ୩ଟି ବନ୍ଧୁକ ସହ ବିସ୍ଫୋରକ ସାମଗ୍ରୀ ଜବତ

Madhusudan Das Picture
Published On

ମାଲକାନଗିରି : ମାଲକାନଗିରି ଜିଲ୍ଲା ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲାରେ ଏନକାଣ୍ଟର । ସୁରକ୍ଷା କର୍ମୀଙ୍କ ଗୁଳିରେ ୩ ଜଣ ମାଓବାଦୀ ନିହତ ହୋଇଛନ୍ତି । ଘଟଣାସ୍ଥଳରୁ ୩ଟି ବନ୍ଧୁକ ସହ ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷାକର୍ମୀ । ଚିନ୍ତାଗୁମ୍ଫା ଜଙ୍ଗଲରେ ମାଓବାଦୀମାନେ ଏକତ୍ରିତ ହୋଇ ଏକ ବୈଠକ କରିବାର ଯୋଜନା କରୁଥିବା ବେଳେ ଗୁଇନ୍ଦା ବିଭାଗକୁ ଏହାର ସୁଚନା ମିଳିଥିଲା । ଯାହାକୁ ଆଧାର କରି ଡିଆରଜି ଓ ସିଆରପିଏଫ ବାହିନୀ ପକ୍ଷରୁ ସେଠାରେ ଆରମ୍ଭ ହୋଇଥିଲା ଅପରେସନ । ପ୍ରାୟ ୨ ଘଣ୍ଟାରୁ ଅଧିକ ସମୟ ଧରି ଗୁଳି ବିନିମୟ ହେବା ପରେ ନକ୍ସଲମାନେ ଘଟଣାସ୍ଥଳରୁ ପଳାୟନ କରିଛନ୍ତି । ବର୍ତ୍ତମାନ ଜବାନଙ୍କ ପକ୍ଷରୁ ସେଠାରେ ସର୍ଚ୍ଚ ଅପରେସନ ଚାଲିଥିବା ନେଇ ସୁଚନା ଦେଇଛନ୍ତି ସୁକୁମା ଏସପି କିରଣ ଚୌହାନ ।

ଆହୁରି ପଢ଼ନ୍ତୁ: ଝାଡ଼ଖଣ୍ଡ ଏୟାର ଆମ୍ବୁଲାନ୍ସ କ୍ରାସ୍‌: ଦୁର୍ଘଟଣାଗ୍ରସ୍ତ ବିମାନରେ ନଥିଲା ବ୍ଲାକ ବକ୍ସ !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp