ଜେଜେମା’ଙ୍କ ବାର୍ଦ୍ଧକ୍ୟ ଭତ୍ତାରେ ବିତୁଛି ୩ ନାତୁଣୀଙ୍କ ଜୀବନ

The Sakala Picture
Published On

ସାନଖେମୁଣ୍ଡି: ଅନାଥ ଶିଶୁଙ୍କ ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ଖାମଖିଆଲି ହେତୁ କିଛି ଅନାଥ ଶିଶୁ ଆଜି ବଞ୍ଚିତ ରହିଛନ୍ତି। ଏଭଳି ଘଟଣା ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପି.ରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତରେ ଦେଖିବାକୁ ମିଳିଛି। ପି.ରାମଚନ୍ଦ୍ରପୁର ଗ୍ରାମରେ ରହୁଥିବା ୩ ଅନାଥ ଭଉଣୀ ଜେଜେ ମା’ଙ୍କ ବାର୍ଦ୍ଧକ୍ୟ ଭତ୍ତା ୫୦୦ ଟଙ୍କାରେ ଜୀବନ ବିତାଉଛନ୍ତି। କ୍ଷୀର ପ୍ରଧାନଙ୍କ ପୁଅ ଭଗବାନ ଆଜକୁ ୫ ବର୍ଷ […]

ସାନଖେମୁଣ୍ଡି: ଅନାଥ ଶିଶୁଙ୍କ ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ଖାମଖିଆଲି ହେତୁ କିଛି ଅନାଥ ଶିଶୁ ଆଜି ବଞ୍ଚିତ ରହିଛନ୍ତି। ଏଭଳି ଘଟଣା ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପି.ରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତରେ ଦେଖିବାକୁ ମିଳିଛି। ପି.ରାମଚନ୍ଦ୍ରପୁର ଗ୍ରାମରେ ରହୁଥିବା ୩ ଅନାଥ ଭଉଣୀ ଜେଜେ ମା’ଙ୍କ ବାର୍ଦ୍ଧକ୍ୟ ଭତ୍ତା ୫୦୦ ଟଙ୍କାରେ ଜୀବନ ବିତାଉଛନ୍ତି। କ୍ଷୀର ପ୍ରଧାନଙ୍କ ପୁଅ ଭଗବାନ ଆଜକୁ ୫ ବର୍ଷ ପୂର୍ବେ ମୃତ୍ୟୁବରଣ କରିଛନ୍ତି। ସେହିପରି ତାଙ୍କ ପତ୍ନୀ ରତନ ବର୍ଷକ ପୂର୍ବେ ମୃତ୍ୟୁବରଣ କରିଛନ୍ତି। ରତନଙ୍କ ମୃତ୍ୟୁ ପରେ ୪ ଝିଅ କୁନି ପ୍ରଧାନ (୨୨), ସୁନିତା ପ୍ରଧାନ (୨୦), ଶିବାନୀ ପ୍ରଧାନ (୧୮), ଭବାନୀ ପ୍ରଧାନ (୧୬) ଅନାଥ ହୋଇଯାଇଥିଲେ। ଭଗବାନଙ୍କ ମା’ କ୍ଷୀର (୮୦) ନିଜ ନାତୁଣୀମାନଙ୍କ ଦାୟିତ୍ୱ ତୁଲାଇ ଆସୁଛନ୍ତି। ଗ୍ରାମବାସୀଙ୍କ ସହାୟତାରେ ୪ ଭଉଣୀ ମ୍ୟାଟ୍ରିକ୍‍ ପର୍ଯ୍ୟନ୍ତ ପଢ଼ିଥିଲେ। କିଛି ସମ୍ପର୍କୀୟ ଲୋକଙ୍କ ସହାୟତାରେ ବଡ଼ ଝିଅ କୁନି ପ୍ରଧାନଙ୍କ ବିବାହ ହୋଇଥିଲା।

ଆହୁରି ପଢ଼ନ୍ତୁ: ବରମୁଣ୍ଡା ବସ ଟର୍ମିନାଲରେ ଅପହରଣ ଉଦ୍ୟମ ପଣ୍ଡ: ଏନଜିଓ କର୍ମୀଙ୍କ କବଳରୁ ଉଦ୍ଧାର ହେଲେ ନାବାଳିକାଙ୍କ ସମେତ ୩ ମହିଳା

୩ ନାତୁଣୀ ଦଶମ ଶ୍ରେଣୀ ପାସ କରିଥିବା ବେଳେ ପଢ଼଼ା ପାଇଁ ଇଚ୍ଛା ଥିଲେ ମଧ୍ୟ ଆର୍ଥିକ ସ୍ଥିତି ସୁଦୃଢ଼ ନଥିବା ହେତୁ ଆଗକୁ ପଢ଼଼ିପାରିନଥିଲେ। ରହିବା ପାଇଁ ଘର ଅଛି କିନ୍ତୁ ବର୍ଷା ହେବା ମାତ୍ରେ ଘରେ ଆଣ୍ଠୁଏ ପାଣି ରହୁଅଛି। ବର୍ଷା ହେବା ମାତ୍ରେ ଘରେ ଚୁଲି ଜଳୁପାରୁନି। କେନ୍ଦ୍ର ସରକାର ଗରିବମାନଙ୍କଙ୍କୁ ମାଗଣାରେ ଏଲପିଜି ଗ୍ୟାସ୍‍ ଯୋଗାଇଦେଉଥିବା ବେଳେ ସେମାନେ ଏଥିରୁ ବଞ୍ଚିତ ରହିଛନ୍ତି। ସୁନିତା ନିଜ ସମ୍ପର୍କିୟ ମାଉସୀ ଜଗନ୍ନାଥପ୍ରସାଦ ବ୍ଲକ ମାଳୀଙ୍ଗି ଗ୍ରାମରେ ରହି ଶ୍ରମିକ ଭାବେ କାମ କରୁଛି। ସ୍ଥାନୀୟ ଲୋକ ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ। କ୍ଷୀରଙ୍କ ନାମରେ ରାସନ୍‍ କାର୍ଡ ରହିଛି। ସେଥିରୁ ୨୫ କେଜି ଚାଉଳ ମିଳୁଛି। ଭତ୍ତା ୫୦୦ ଟଙ୍କା ଓ ୨୫ କେଜି ଚାଉଳ ସରିବା ପରେ ସେମାନେ ଭୋକ ଉପାସରେ ଦିନ କାଟୁଛନ୍ତି। ପ୍ରଶାସନ ଦୃଷ୍ଟି ଦେଇ ଉକ୍ତ ପରିବାରକୁ ସାହାଯ୍ୟ ଯୋଗାଇ ଦେବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ଶଙ୍ଖ ଭବନରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ; ପରାଜିତ ନେତାଙ୍କ ସହ କଥା ହେବେ ନବୀନ

26 Dec 2021 By The Sakala

ଜେଜେମା’ଙ୍କ ବାର୍ଦ୍ଧକ୍ୟ ଭତ୍ତାରେ ବିତୁଛି ୩ ନାତୁଣୀଙ୍କ ଜୀବନ

ସାନଖେମୁଣ୍ଡି: ଅନାଥ ଶିଶୁଙ୍କ ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ଖାମଖିଆଲି ହେତୁ କିଛି ଅନାଥ ଶିଶୁ ଆଜି ବଞ୍ଚିତ ରହିଛନ୍ତି। ଏଭଳି ଘଟଣା ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପି.ରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତରେ ଦେଖିବାକୁ ମିଳିଛି। ପି.ରାମଚନ୍ଦ୍ରପୁର ଗ୍ରାମରେ ରହୁଥିବା ୩ ଅନାଥ ଭଉଣୀ ଜେଜେ ମା’ଙ୍କ ବାର୍ଦ୍ଧକ୍ୟ ଭତ୍ତା ୫୦୦ ଟଙ୍କାରେ ଜୀବନ ବିତାଉଛନ୍ତି। କ୍ଷୀର ପ୍ରଧାନଙ୍କ ପୁଅ ଭଗବାନ ଆଜକୁ ୫ ବର୍ଷ ପୂର୍ବେ ମୃତ୍ୟୁବରଣ କରିଛନ୍ତି। ସେହିପରି ତାଙ୍କ ପତ୍ନୀ ରତନ ବର୍ଷକ ପୂର୍ବେ ମୃତ୍ୟୁବରଣ କରିଛନ୍ତି। ରତନଙ୍କ ମୃତ୍ୟୁ ପରେ ୪ ଝିଅ କୁନି ପ୍ରଧାନ (୨୨), ସୁନିତା ପ୍ରଧାନ (୨୦), ଶିବାନୀ ପ୍ରଧାନ (୧୮), ଭବାନୀ ପ୍ରଧାନ (୧୬) ଅନାଥ ହୋଇଯାଇଥିଲେ। ଭଗବାନଙ୍କ ମା’ କ୍ଷୀର (୮୦) ନିଜ ନାତୁଣୀମାନଙ୍କ ଦାୟିତ୍ୱ ତୁଲାଇ ଆସୁଛନ୍ତି। ଗ୍ରାମବାସୀଙ୍କ ସହାୟତାରେ ୪ ଭଉଣୀ ମ୍ୟାଟ୍ରିକ୍‍ ପର୍ଯ୍ୟନ୍ତ ପଢ଼ିଥିଲେ। କିଛି ସମ୍ପର୍କୀୟ ଲୋକଙ୍କ ସହାୟତାରେ ବଡ଼ ଝିଅ କୁନି ପ୍ରଧାନଙ୍କ ବିବାହ ହୋଇଥିଲା।

୩ ନାତୁଣୀ ଦଶମ ଶ୍ରେଣୀ ପାସ କରିଥିବା ବେଳେ ପଢ଼଼ା ପାଇଁ ଇଚ୍ଛା ଥିଲେ ମଧ୍ୟ ଆର୍ଥିକ ସ୍ଥିତି ସୁଦୃଢ଼ ନଥିବା ହେତୁ ଆଗକୁ ପଢ଼଼ିପାରିନଥିଲେ। ରହିବା ପାଇଁ ଘର ଅଛି କିନ୍ତୁ ବର୍ଷା ହେବା ମାତ୍ରେ ଘରେ ଆଣ୍ଠୁଏ ପାଣି ରହୁଅଛି। ବର୍ଷା ହେବା ମାତ୍ରେ ଘରେ ଚୁଲି ଜଳୁପାରୁନି। କେନ୍ଦ୍ର ସରକାର ଗରିବମାନଙ୍କଙ୍କୁ ମାଗଣାରେ ଏଲପିଜି ଗ୍ୟାସ୍‍ ଯୋଗାଇଦେଉଥିବା ବେଳେ ସେମାନେ ଏଥିରୁ ବଞ୍ଚିତ ରହିଛନ୍ତି। ସୁନିତା ନିଜ ସମ୍ପର୍କିୟ ମାଉସୀ ଜଗନ୍ନାଥପ୍ରସାଦ ବ୍ଲକ ମାଳୀଙ୍ଗି ଗ୍ରାମରେ ରହି ଶ୍ରମିକ ଭାବେ କାମ କରୁଛି। ସ୍ଥାନୀୟ ଲୋକ ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ। କ୍ଷୀରଙ୍କ ନାମରେ ରାସନ୍‍ କାର୍ଡ ରହିଛି। ସେଥିରୁ ୨୫ କେଜି ଚାଉଳ ମିଳୁଛି। ଭତ୍ତା ୫୦୦ ଟଙ୍କା ଓ ୨୫ କେଜି ଚାଉଳ ସରିବା ପରେ ସେମାନେ ଭୋକ ଉପାସରେ ଦିନ କାଟୁଛନ୍ତି। ପ୍ରଶାସନ ଦୃଷ୍ଟି ଦେଇ ଉକ୍ତ ପରିବାରକୁ ସାହାଯ୍ୟ ଯୋଗାଇ ଦେବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର