ବାଚସ୍ପତିଙ୍କୁ ଚପଲ ଫିଙ୍ଗିବା ଘଟଣା, ଚଳିତ ବିଧାନସଭା ଅଧିବେସନ ପାଇଁ ବିଜେପିର ୩ ବିଧାୟକ ନିଲମ୍ବିତ

The Sakala Picture
Published On

ଭୁବନେଶ୍ବର: ବିଧାନସଭାରେ ବଚସ୍ପତିଙ୍କୁ ଚପଲ ଫିଙ୍ଗିବା ଘଟଣାରେ ବିଧାନସଭାର ଚଳିତ ଅଧିବେସନ ପାଇଁ ନିଲମ୍ବିତ ହୋଇଛନ୍ତି ବିଜେପରି ୩ ବିଧାୟକ। ମୋହନା ମାଝୀ, ଜୟ ନାରୟଣ ମିଶ୍ର ଓ ବିଷ୍ଣୁ ସେଠୀଙ୍କୁ ନିଲମ୍ବିତ କରଛନ୍ତି ବାଚସ୍ପତି ସୂର୍ଯ୍ଯ ନାରୟଣ ପାତ୍ର। ନିଲମ୍ବିତ ପାଇଁ ପ୍ରସ୍ତାବ ଆଣିଥିଲେ ସରକାରୀ ଦଳର ମୁଖ୍ଯସଚେତକ ପ୍ରମିଳା ମଲ୍ଲିକ । ସୂଚନା ଅନୁଯାୟୀ, ଘଟଣା ସମସ୍ତ ଭିଡିଓ କ୍ଲିପିଂ ମାଗିଥିଲେ ବାଚସ୍ପତି ।  ଭିଡିଓ କ୍ଲିପିଂ ଦେଖି ଅନୁଧ୍ୟାନ କରାଯିବା କଥା କହିଥିଲେ […]

ଭୁବନେଶ୍ବର: ବିଧାନସଭାରେ ବଚସ୍ପତିଙ୍କୁ ଚପଲ ଫିଙ୍ଗିବା ଘଟଣାରେ ବିଧାନସଭାର ଚଳିତ ଅଧିବେସନ ପାଇଁ ନିଲମ୍ବିତ ହୋଇଛନ୍ତି ବିଜେପରି ୩ ବିଧାୟକ। ମୋହନା ମାଝୀ, ଜୟ ନାରୟଣ ମିଶ୍ର ଓ ବିଷ୍ଣୁ ସେଠୀଙ୍କୁ ନିଲମ୍ବିତ କରଛନ୍ତି ବାଚସ୍ପତି ସୂର୍ଯ୍ଯ ନାରୟଣ ପାତ୍ର। ନିଲମ୍ବିତ ପାଇଁ ପ୍ରସ୍ତାବ ଆଣିଥିଲେ ସରକାରୀ ଦଳର ମୁଖ୍ଯସଚେତକ ପ୍ରମିଳା ମଲ୍ଲିକ ।

ଆହୁରି ପଢ଼ନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ସୂଚନା ଅନୁଯାୟୀ, ଘଟଣା ସମସ୍ତ ଭିଡିଓ କ୍ଲିପିଂ ମାଗିଥିଲେ ବାଚସ୍ପତି ।  ଭିଡିଓ କ୍ଲିପିଂ ଦେଖି ଅନୁଧ୍ୟାନ କରାଯିବା କଥା କହିଥିଲେ ବାଚସ୍ପତି। ଅପରାହ୍ଣ ଅଧିବେଶନରେ ବାଚସ୍ପତି ଭିଡିଓ କ୍ଲିପିଂ ଅନୁଧ୍ୟାନ କରିବା ପରେ ୩ ବିଜେପି ବିଧାୟକଙ୍କୁ ନିଲମ୍ବିତ କରିବା ସହ ଗୃହ ଛାଡ଼ି ଚାଲିଯିବାକୁ ରୁଲିଂ ଦେଇଛନ୍ତି । ବିଜେପିର ୩ ବିଧାୟକଙ୍କୁ ସସପେଣ୍ଡ କରାଯିବା ପରେ ସମସ୍ତ ବିଜେପି ବିଧାୟକ କକ୍ଷ ତ୍ୟାଗ କରି ଚାଲି ଯାଇଛନ୍ତି ।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ଆଜି ଗଣତନ୍ତ୍ରର ମନ୍ଦିରରେ ବିଜେପି ବିଧାୟକଙ୍କ ଅଶୋଭନୀୟ ଆଚରଣ ଦେଖିବାକୁ ମିଳିଥିଲା। ବିଧାନସଭାର ଗୃହର ମୁଖ୍ୟ ବାଚସ୍ପତିଙ୍କୁ ଅସମ୍ମାନ କରିଥିଲେ । ଗୃହ କାର୍ଯ୍ୟ ଚାଲିଥିବା ବେଳେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ଲକ୍ଷ୍ୟ କରି ଚପଲ ଫିଙ୍ଗିଥିଲେ ବିଜେପି ସଦସ୍ୟ । ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଓ ବିଷ୍ଣୁ ସେଠୀ ଚପଲ ଫିଙ୍ଗିଥିବା ଜଣାପଡିଥିଲା । କେବଳ ସେତିକି ନୁହେଁ ବିଜେପି ବିଧାୟକ ମୋହନ ମାଝୀ ମଧ୍ୟ ବାଚସ୍ପତିଙ୍କୁ ଲକ୍ଷ୍ୟ କରି ପୋଡିୟମ୍ ଉପରକୁ ଇୟରଫୋନ୍ ଓ କାଗଜ ଫିଙ୍ଗିଥିବା ଦେଖିବାକୁ ମିଳିଥିଲା ।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

ଲୋକାୟୁକ୍ତ ସଂଶୋଧନ ବିଲକୁ ବିରୋଧ କରି ଏଭଳି କରିଥିଲେ ବିରୋଧୀ ସଦସ୍ୟ । ଗୃହରେ ବିରୋଧୀଙ୍କ ହଙ୍ଗାମା ଓ ହୋହଲ୍ଲା ସାଧାରଣ କଥା ହୋଇଥିବା ବେଳେ ଆଉ ପାଦେ ଟପିଯାଇ ଏପରି ଆଚରଣ ଦେଖାଇଥିଲେ ବିଜେପି ବିଧାୟକ ।

ଅନ୍ୟପଟେ ଏ ପ୍ରସଙ୍ଗରେ ବିଜେପି ବିଧାୟକ ବିଷ୍ଣୁ ସେଠୀ ଅଭିଯୋଗକୁ ଅସ୍ୱୀକାର କରିବା ସହ କହିଛନ୍ତି ମୁଁ ହେଡଫୋନ ଓ କଲମ ଫିଙ୍ଗିଛି । କେହି ନୂଆ ବିଧାୟକ ଚପଲ ଫିଙ୍ଗିଥିବେ । ମଣିଷକୁ ବାଧିଲେ ଯାହା ପାରିବ ତାହା କରିବ । ସାମ୍ବିଧାନିକ ବ୍ୟବସ୍ଥାକୁ ବାଚସ୍ପତି ପାଳନ କରୁନାହାନ୍ତି ବୋଲି ଅଭିଯୋଗ କରିଥିଲେ ବିଷ୍ଣୁ । ତେବେ ଏଭଳି ହୋ ହାଲ୍ଲା ଭିତରେ ଗୃହକୁ ୪ଟା ଯାଏଁ ମୁଲତବି କରିଥିଲେ ବାଚସ୍ପତି ।

03 Apr 2021 By The Sakala

ବାଚସ୍ପତିଙ୍କୁ ଚପଲ ଫିଙ୍ଗିବା ଘଟଣା, ଚଳିତ ବିଧାନସଭା ଅଧିବେସନ ପାଇଁ ବିଜେପିର ୩ ବିଧାୟକ ନିଲମ୍ବିତ

ଭୁବନେଶ୍ବର: ବିଧାନସଭାରେ ବଚସ୍ପତିଙ୍କୁ ଚପଲ ଫିଙ୍ଗିବା ଘଟଣାରେ ବିଧାନସଭାର ଚଳିତ ଅଧିବେସନ ପାଇଁ ନିଲମ୍ବିତ ହୋଇଛନ୍ତି ବିଜେପରି ୩ ବିଧାୟକ। ମୋହନା ମାଝୀ, ଜୟ ନାରୟଣ ମିଶ୍ର ଓ ବିଷ୍ଣୁ ସେଠୀଙ୍କୁ ନିଲମ୍ବିତ କରଛନ୍ତି ବାଚସ୍ପତି ସୂର୍ଯ୍ଯ ନାରୟଣ ପାତ୍ର। ନିଲମ୍ବିତ ପାଇଁ ପ୍ରସ୍ତାବ ଆଣିଥିଲେ ସରକାରୀ ଦଳର ମୁଖ୍ଯସଚେତକ ପ୍ରମିଳା ମଲ୍ଲିକ ।

ସୂଚନା ଅନୁଯାୟୀ, ଘଟଣା ସମସ୍ତ ଭିଡିଓ କ୍ଲିପିଂ ମାଗିଥିଲେ ବାଚସ୍ପତି ।  ଭିଡିଓ କ୍ଲିପିଂ ଦେଖି ଅନୁଧ୍ୟାନ କରାଯିବା କଥା କହିଥିଲେ ବାଚସ୍ପତି। ଅପରାହ୍ଣ ଅଧିବେଶନରେ ବାଚସ୍ପତି ଭିଡିଓ କ୍ଲିପିଂ ଅନୁଧ୍ୟାନ କରିବା ପରେ ୩ ବିଜେପି ବିଧାୟକଙ୍କୁ ନିଲମ୍ବିତ କରିବା ସହ ଗୃହ ଛାଡ଼ି ଚାଲିଯିବାକୁ ରୁଲିଂ ଦେଇଛନ୍ତି । ବିଜେପିର ୩ ବିଧାୟକଙ୍କୁ ସସପେଣ୍ଡ କରାଯିବା ପରେ ସମସ୍ତ ବିଜେପି ବିଧାୟକ କକ୍ଷ ତ୍ୟାଗ କରି ଚାଲି ଯାଇଛନ୍ତି ।

ଆଜି ଗଣତନ୍ତ୍ରର ମନ୍ଦିରରେ ବିଜେପି ବିଧାୟକଙ୍କ ଅଶୋଭନୀୟ ଆଚରଣ ଦେଖିବାକୁ ମିଳିଥିଲା। ବିଧାନସଭାର ଗୃହର ମୁଖ୍ୟ ବାଚସ୍ପତିଙ୍କୁ ଅସମ୍ମାନ କରିଥିଲେ । ଗୃହ କାର୍ଯ୍ୟ ଚାଲିଥିବା ବେଳେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ଲକ୍ଷ୍ୟ କରି ଚପଲ ଫିଙ୍ଗିଥିଲେ ବିଜେପି ସଦସ୍ୟ । ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଓ ବିଷ୍ଣୁ ସେଠୀ ଚପଲ ଫିଙ୍ଗିଥିବା ଜଣାପଡିଥିଲା । କେବଳ ସେତିକି ନୁହେଁ ବିଜେପି ବିଧାୟକ ମୋହନ ମାଝୀ ମଧ୍ୟ ବାଚସ୍ପତିଙ୍କୁ ଲକ୍ଷ୍ୟ କରି ପୋଡିୟମ୍ ଉପରକୁ ଇୟରଫୋନ୍ ଓ କାଗଜ ଫିଙ୍ଗିଥିବା ଦେଖିବାକୁ ମିଳିଥିଲା ।

ଲୋକାୟୁକ୍ତ ସଂଶୋଧନ ବିଲକୁ ବିରୋଧ କରି ଏଭଳି କରିଥିଲେ ବିରୋଧୀ ସଦସ୍ୟ । ଗୃହରେ ବିରୋଧୀଙ୍କ ହଙ୍ଗାମା ଓ ହୋହଲ୍ଲା ସାଧାରଣ କଥା ହୋଇଥିବା ବେଳେ ଆଉ ପାଦେ ଟପିଯାଇ ଏପରି ଆଚରଣ ଦେଖାଇଥିଲେ ବିଜେପି ବିଧାୟକ ।

ଅନ୍ୟପଟେ ଏ ପ୍ରସଙ୍ଗରେ ବିଜେପି ବିଧାୟକ ବିଷ୍ଣୁ ସେଠୀ ଅଭିଯୋଗକୁ ଅସ୍ୱୀକାର କରିବା ସହ କହିଛନ୍ତି ମୁଁ ହେଡଫୋନ ଓ କଲମ ଫିଙ୍ଗିଛି । କେହି ନୂଆ ବିଧାୟକ ଚପଲ ଫିଙ୍ଗିଥିବେ । ମଣିଷକୁ ବାଧିଲେ ଯାହା ପାରିବ ତାହା କରିବ । ସାମ୍ବିଧାନିକ ବ୍ୟବସ୍ଥାକୁ ବାଚସ୍ପତି ପାଳନ କରୁନାହାନ୍ତି ବୋଲି ଅଭିଯୋଗ କରିଥିଲେ ବିଷ୍ଣୁ । ତେବେ ଏଭଳି ହୋ ହାଲ୍ଲା ଭିତରେ ଗୃହକୁ ୪ଟା ଯାଏଁ ମୁଲତବି କରିଥିଲେ ବାଚସ୍ପତି ।

https://www.thesakala.in/latest-odisha-news/3-bjp-mla-suspends-from-odisha-assembly-over-shoe-throw-to-speaker/article-1206
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର