ଓଡ଼ିଶାରେ ଐତିହ୍ୟ ସୁରକ୍ଷା ନେଇ ସଂସଦରେ କେନ୍ଦ୍ରକୁ ପ୍ରଶ୍ନ କଲେ ୩ ବିଜେଡି ସାଂସଦ

The Sakala Picture
Published On

ଭୁବନେଶ୍ୱର: ଓଡ଼ିଶାରେ ଐତିହ୍ୟ ସୁରକ୍ଷା ନେଇ ସଂସଦରେ ୩ ବିଜେଡି ସାଂସଦଙ୍କ ପ୍ରଶ୍ନ । କେନ୍ଦ୍ରୀୟ ସୁରକ୍ଷା ତାଲିକାରେ ଓଡ଼ିଶାର କେତେ ଐତିହ୍ୟ ରହିଛି ? ଏହି ଐତିହ୍ୟସ୍ଥଳରୁ ବାର୍ଷିକ କେତେ ରାଜସ୍ବ ସଂଗ୍ରହ ହେଉଛି ? ଐତିହ୍ୟ ସୁରକ୍ଷା ବାବଦରେ କେତେ ରାଜସ୍ବ ବିନିଯୋଗ ହୋଇଛି ? ଏଭଳି ପ୍ରଶ୍ନ କରିଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ, ସୁଲତା ଦେଓ ଓ ପ୍ରଶାନ୍ତ ନନ୍ଦ । ଯାହାର ଉତ୍ତର ଦେଇଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି. […]

ଭୁବନେଶ୍ୱର: ଓଡ଼ିଶାରେ ଐତିହ୍ୟ ସୁରକ୍ଷା ନେଇ ସଂସଦରେ ୩ ବିଜେଡି ସାଂସଦଙ୍କ ପ୍ରଶ୍ନ । କେନ୍ଦ୍ରୀୟ ସୁରକ୍ଷା ତାଲିକାରେ ଓଡ଼ିଶାର କେତେ ଐତିହ୍ୟ ରହିଛି ? ଏହି ଐତିହ୍ୟସ୍ଥଳରୁ ବାର୍ଷିକ କେତେ ରାଜସ୍ବ ସଂଗ୍ରହ ହେଉଛି ? ଐତିହ୍ୟ ସୁରକ୍ଷା ବାବଦରେ କେତେ ରାଜସ୍ବ ବିନିଯୋଗ ହୋଇଛି ? ଏଭଳି ପ୍ରଶ୍ନ କରିଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ, ସୁଲତା ଦେଓ ଓ ପ୍ରଶାନ୍ତ ନନ୍ଦ ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଆସନ୍ତା ୨୫ ପର୍ଯ୍ୟନ୍ତ ପ୍ରବଳ ତାତି ଓ ଗୁଳୁଗୁଳି, କାଁ ଭାଁ କାଳବୈଶାଖୀ କମାଇପାରିବନି ତାତି

ଯାହାର ଉତ୍ତର ଦେଇଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି. କିଶନ ରେଡ୍ଡୀ । କେନ୍ଦ୍ରୀୟ ସୁରକ୍ଷା ତାଲିକାରେ ଓଡ଼ିଶାର ୮୦ଟି ଐତିହ୍ୟସ୍ଥଳ ରହିଛି । ୨୦୨୧-୨୨ରେ ୩ କୋଟି ୩୪ ଲକ୍ଷ ଟଙ୍କାର ରାଜସ୍ବ ସଂଗ୍ରହ ହୋଇଥିଲା । ୨୦୨୨-୨୩ରେ ୧୧ କୋଟି ୫୬ ଲକ୍ଷ ଟଙ୍କାର ରାଜସ୍ବ ସଂଗ୍ରହ ହୋଇଛି । ସଂଗୃହୀତ ରାଜସ୍ବ କନସୋଲିଡେଟେଡ୍ ଫଣ୍ଡରେ ଜମା ହୋଇଛି ବୋଲି କହିଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ।

ଆହୁରି ପଢ଼ନ୍ତୁ: ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କୁ କଳା ପତାକା ସହ ବାଙ୍କୀରେ ଜୋରଦାର ବିରୋଧ ପ୍ରଦର୍ଶନ

ସେହିପରି ଦିଲ୍ଲୀରେ କେନ୍ଦ୍ରୀୟ ମ୍ୟୁଜିକ ଲାଇବ୍ରେରୀ ଖୋଲିବା ଯୋଜନା ଅଛି କି ବୋଲି ସଂସଦରେ ପ୍ରଶ୍ନ କରିଛନ୍ତି ବିଜେଡିର ଦୁଇ ସାଂସଦ ମାନସ ମଙ୍ଗରାଜ ଓ ସୁଲତା ଦେଓ । କେନ୍ଦ୍ର ସଂସ୍କୃତି ମନ୍ତ୍ରୀ କହିଛନ୍ତି, ସଂଗୀତ ନାଟକ ଏକାଡେମୀ ଏକ ସ୍ବୟଂଶାସିତ ସଂସ୍ଥା । ଶାସ୍ତ୍ରୀୟ ସଂଗୀତ, କଳାର ସଂରକ୍ଷଣ ପାଇଁ ଏହା କାର୍ଯ୍ୟ କରୁଛି । ବହୁ ଲୋକ ଓ ଶାସ୍ତ୍ରୀୟ ସଂଗୀତ ସମ୍ପର୍କିତ ଲିଟରେଚର ଏକାଡେମୀରେ ସଂରକ୍ଷିତ ରହିଛି । ଏକାଡେମୀର ଅଡିଓ ଭିଜୁଆଲ ଲାଇବ୍ରେରୀରେ ବହୁ କୃତୀ ସଂରକ୍ଷିତ ରହିଛି ବୋଲି କହିଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ।

ଆହୁରି ପଢ଼ନ୍ତୁ: ଚିଲିକା ନଳବଣରେ ଭୟାବହ ଅଗ୍ନିକାଣ୍ଡ: ୬ ଦିନ ହେଲା ଜଳୁଛି ନିଆଁ, ବିଦେଶାଗତ ପକ୍ଷୀଙ୍କ ଜୀବନ ସଙ୍କଟରେ

20 Jul 2023 By The Sakala

ଓଡ଼ିଶାରେ ଐତିହ୍ୟ ସୁରକ୍ଷା ନେଇ ସଂସଦରେ କେନ୍ଦ୍ରକୁ ପ୍ରଶ୍ନ କଲେ ୩ ବିଜେଡି ସାଂସଦ

ଭୁବନେଶ୍ୱର: ଓଡ଼ିଶାରେ ଐତିହ୍ୟ ସୁରକ୍ଷା ନେଇ ସଂସଦରେ ୩ ବିଜେଡି ସାଂସଦଙ୍କ ପ୍ରଶ୍ନ । କେନ୍ଦ୍ରୀୟ ସୁରକ୍ଷା ତାଲିକାରେ ଓଡ଼ିଶାର କେତେ ଐତିହ୍ୟ ରହିଛି ? ଏହି ଐତିହ୍ୟସ୍ଥଳରୁ ବାର୍ଷିକ କେତେ ରାଜସ୍ବ ସଂଗ୍ରହ ହେଉଛି ? ଐତିହ୍ୟ ସୁରକ୍ଷା ବାବଦରେ କେତେ ରାଜସ୍ବ ବିନିଯୋଗ ହୋଇଛି ? ଏଭଳି ପ୍ରଶ୍ନ କରିଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ, ସୁଲତା ଦେଓ ଓ ପ୍ରଶାନ୍ତ ନନ୍ଦ ।

ଯାହାର ଉତ୍ତର ଦେଇଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି. କିଶନ ରେଡ୍ଡୀ । କେନ୍ଦ୍ରୀୟ ସୁରକ୍ଷା ତାଲିକାରେ ଓଡ଼ିଶାର ୮୦ଟି ଐତିହ୍ୟସ୍ଥଳ ରହିଛି । ୨୦୨୧-୨୨ରେ ୩ କୋଟି ୩୪ ଲକ୍ଷ ଟଙ୍କାର ରାଜସ୍ବ ସଂଗ୍ରହ ହୋଇଥିଲା । ୨୦୨୨-୨୩ରେ ୧୧ କୋଟି ୫୬ ଲକ୍ଷ ଟଙ୍କାର ରାଜସ୍ବ ସଂଗ୍ରହ ହୋଇଛି । ସଂଗୃହୀତ ରାଜସ୍ବ କନସୋଲିଡେଟେଡ୍ ଫଣ୍ଡରେ ଜମା ହୋଇଛି ବୋଲି କହିଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ।

ସେହିପରି ଦିଲ୍ଲୀରେ କେନ୍ଦ୍ରୀୟ ମ୍ୟୁଜିକ ଲାଇବ୍ରେରୀ ଖୋଲିବା ଯୋଜନା ଅଛି କି ବୋଲି ସଂସଦରେ ପ୍ରଶ୍ନ କରିଛନ୍ତି ବିଜେଡିର ଦୁଇ ସାଂସଦ ମାନସ ମଙ୍ଗରାଜ ଓ ସୁଲତା ଦେଓ । କେନ୍ଦ୍ର ସଂସ୍କୃତି ମନ୍ତ୍ରୀ କହିଛନ୍ତି, ସଂଗୀତ ନାଟକ ଏକାଡେମୀ ଏକ ସ୍ବୟଂଶାସିତ ସଂସ୍ଥା । ଶାସ୍ତ୍ରୀୟ ସଂଗୀତ, କଳାର ସଂରକ୍ଷଣ ପାଇଁ ଏହା କାର୍ଯ୍ୟ କରୁଛି । ବହୁ ଲୋକ ଓ ଶାସ୍ତ୍ରୀୟ ସଂଗୀତ ସମ୍ପର୍କିତ ଲିଟରେଚର ଏକାଡେମୀରେ ସଂରକ୍ଷିତ ରହିଛି । ଏକାଡେମୀର ଅଡିଓ ଭିଜୁଆଲ ଲାଇବ୍ରେରୀରେ ବହୁ କୃତୀ ସଂରକ୍ଷିତ ରହିଛି ବୋଲି କହିଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର