ନକଲି ଔଷଧ କାରବାର ମାମଲାରେ ୩ ଜଣଙ୍କୁ ଗିରଫ କଲା ଏସଟିଏଫ

The Sakala Picture
Published On

ନକଲି କରୋନା ଔଷଧ କାରବାର ମାମଲାରେ ଏସଟିଏଫର ଗିରଫଦାରୀ । ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ମେଡିଲଏଡ ପ୍ରାଇଭେଟ୍‌ ଲିମିଟେଡର୍‌ ନିର୍ଦ୍ଦେଶକ ଓ ଏହି କମ୍ପାନୀର ୨ ସଦସ୍ୟଙ୍କୁ ଏସଟିଏଫ ଗିରଫ କରିଛି। ଏମାନେ ନକଲି ଫାଭି-ମାକ୍ସ ଔଷଧ କିଣି ଓଡିଶା ବଜାରରେ ବିକ୍ରି ପାଇଁ ଯୋଜନା କରୁଥିବା ନେଇ ଅଭିଯୋଗ ହୋଇଛି । ସମ୍ପୃକ୍ତ କମ୍ପାନୀ ଓ ଗିରଫ ଅଭିଯୁକ୍ତଙ୍କ ଆକାଉଣ୍ଟରୁ ପୋଲିସ୍ ୫୦ ଲକ୍ଷରୁ ଉର୍ଦ୍ଧ ଟଙ୍କା […]

ନକଲି କରୋନା ଔଷଧ କାରବାର ମାମଲାରେ ଏସଟିଏଫର ଗିରଫଦାରୀ । ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ମେଡିଲଏଡ ପ୍ରାଇଭେଟ୍‌ ଲିମିଟେଡର୍‌ ନିର୍ଦ୍ଦେଶକ ଓ ଏହି କମ୍ପାନୀର ୨ ସଦସ୍ୟଙ୍କୁ ଏସଟିଏଫ ଗିରଫ କରିଛି। ଏମାନେ ନକଲି ଫାଭି-ମାକ୍ସ ଔଷଧ କିଣି ଓଡିଶା ବଜାରରେ ବିକ୍ରି ପାଇଁ ଯୋଜନା କରୁଥିବା ନେଇ ଅଭିଯୋଗ ହୋଇଛି । ସମ୍ପୃକ୍ତ କମ୍ପାନୀ ଓ ଗିରଫ ଅଭିଯୁକ୍ତଙ୍କ ଆକାଉଣ୍ଟରୁ ପୋଲିସ୍ ୫୦ ଲକ୍ଷରୁ ଉର୍ଦ୍ଧ ଟଙ୍କା ଜବତ କରିଛି । ଏବେ ଘଟଣାର ତଦନ୍ତ ଜାରି ରହିଥିବା ଏସ୍‌ଟିଏଫ୍‌ ସୂଚନା ଦେଇଛି।

ଆହୁରି ପଢ଼ନ୍ତୁ: ଚାଷୀଙ୍କୁ ମିଳିଲା 'ସିଏମ୍ କିଷାନ' ଯୋଜନାର ୫ମ କିସ୍ତି, DBT ମାଧ୍ୟମରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୨ ହଜାର ଟଙ୍କା

ସୂଚନାଯୋଗ୍ୟ, କିଛିଦିନ ତଳେ କଟକରୁ ନକଲି ଫାଭିମାକ୍ସ-୨୦୦ ଓ ଫାଭିମାକ୍ସ ୪୦୦ ମେଡିସିନ୍ ଜବତ ହୋଇଥିଲା। ଯାହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ପାଇବା ପରେ ଓଡ଼ିଶା, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗରେ ତଦନ୍ତକାରୀ ଟିମ୍ ପହଞ୍ଚି ତନାଘନା କରୁଥିଲା। ତେବେ ଆଜି ମୁମ୍ବାଇ ପୋଲିସ ଏହି ଘଟଣାରେ ନକଲି ଓଷଧ ତିଆରି କରୁଥିବା ‘ମ୍ୟାକ୍ସ ରିଲିଫ ହେଲ୍ଥ କେୟାର’ କମ୍ପାନୀର ଦୁଇଜଣ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି।

ଆହୁରି ପଢ଼ନ୍ତୁ: ଗୋପାଳପୁର ଗାଁରୁ ବିଡ଼ା ବିଡ଼ା ଟଙ୍କା ସହ ୧ କ୍ବିଣ୍ଟାଲ ଗଞ୍ଜେଇ ଜବତ, ଦୁଇ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର