ଆଉ ସହଜ ହେବନି ଦ୍ୱିତୀୟ ବିବାହ, ଆଧାର ସହ ସଂଯୋଗ ହେବ ବିବାହ ପ୍ରମାଣପତ୍ର

The Sakala Picture
Published On

ଭୁବନେଶ୍ୱର: ଏଣିକି ଦ୍ୱିତୀୟ ବିବାହ ହେବନି ସହଜ। ପୁରୁଷ ହୁଅନ୍ତୁ ଅବା ମହିଳାମାନେ ପ୍ରଥମ ବିବାହ ପରେ ପତି କିମ୍ବା ପତ୍ନୀ ଥାଇ ଯଦି ଦ୍ୱିତୀୟ ବିବାହ କରିବାକୁ ଚାହୁଁଥିବେ ସେମାନେ ଭୋଗିପାରନ୍ତି ଆଇନଗତ ଦଣ୍ଡ। ଏକାଧିକ ବିବାହ ରୋକିବାକୁ ଆଗକୁ ଆସିବ ନୂଆ ନିୟମ। ଆଧାର କାର୍ଡ ସହ ସଂଯୋଗ ହେବ ବିବାହ ପ୍ରମାଣପତ୍ର ବା ସାର୍ଟିଫିକେଟ୍‌‌। ଏହା ପ୍ରତ୍ୟେକ ବିବାହିତ ବ୍ୟକ୍ତିଙ୍କ ପାଇଁ ହେବ ଏକମାତ୍ର ପ୍ରମାଣପତ୍ର ଏବଂ ଯେକୌଣସି ସ୍ଥାନରେ ଆଧାର ନମ୍ବରରେ […]

ଭୁବନେଶ୍ୱର: ଏଣିକି ଦ୍ୱିତୀୟ ବିବାହ ହେବନି ସହଜ। ପୁରୁଷ ହୁଅନ୍ତୁ ଅବା ମହିଳାମାନେ ପ୍ରଥମ ବିବାହ ପରେ ପତି କିମ୍ବା ପତ୍ନୀ ଥାଇ ଯଦି ଦ୍ୱିତୀୟ ବିବାହ କରିବାକୁ ଚାହୁଁଥିବେ ସେମାନେ ଭୋଗିପାରନ୍ତି ଆଇନଗତ ଦଣ୍ଡ। ଏକାଧିକ ବିବାହ ରୋକିବାକୁ ଆଗକୁ ଆସିବ ନୂଆ ନିୟମ। ଆଧାର କାର୍ଡ ସହ ସଂଯୋଗ ହେବ ବିବାହ ପ୍ରମାଣପତ୍ର ବା ସାର୍ଟିଫିକେଟ୍‌‌। ଏହା ପ୍ରତ୍ୟେକ ବିବାହିତ ବ୍ୟକ୍ତିଙ୍କ ପାଇଁ ହେବ ଏକମାତ୍ର ପ୍ରମାଣପତ୍ର ଏବଂ ଯେକୌଣସି ସ୍ଥାନରେ ଆଧାର ନମ୍ବରରେ ମିଳିପାରିବ ବିବାହର ତଥ୍ୟ। ଏଭଳି ଏକ ବ୍ୟବସ୍ଥା ଆଣିବାକୁ ଯୋଜନା କରିଛନ୍ତି ରାଜ୍ୟ ମହିଳା ଆୟୋଗ।

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣରେ ଇରାନର ‘IRIS Dena’ ଧ୍ୱଂସ: ଶ୍ରୀଲଙ୍କା ନିକଟରେ ଅନ୍ୟ ଏକ ଇରାନୀ ଜାହାଜର ଜରୁରୀ ସହାୟତା ଲୋଡ଼ା

ବିଭିନ୍ନ ସମୟରେ ପ୍ରଥମ ପତ୍ନୀ କିମ୍ୱା ପତି ଥାଇ ଅନେକ ଦମ୍ପତି ଲୁଚି ଲୁଚି ଅନ୍ୟତ୍ର ବିବାହ କରୁଥିବା ଅଭିଯୋଗ ହେଉଛି। ଏହି ସତ୍ୟ ସାମ୍ନାକୁ ଆସିବା ପରେ ଉଭୟ ପରିବାର ମଧ୍ୟରେ ପାରିବାରିକ ସମସ୍ୟା ସୃଷ୍ଟି ହେବା ସହ ବିଶ୍ୱାସଘାତକତାର ଶିକାର ହେଉଛନ୍ତି ଅନେକ ଦମ୍ପତି। ଡେଟିଂ ଆପ୍‌‌ ଦ୍ୱାରା ହେଉ କିମ୍ବା ବିବାହ ଆପ୍‌‌ ମାଧ୍ୟରେ ଅନେକ ନିଜ ନିଜର ଫେକ୍‌‌ ଆକାଉଣ୍ଟ ଖୋଲି ନିଜକୁ ଅବିବାହିତ ଦର୍ଶାଇ ଅନ୍ୟ ଯୁବକ ଯୁବତୀଙ୍କ ସହ ସମ୍ପର୍କ ଯୋଡ଼ିବାକୁ ଚେଷ୍ଟା କରିଥାନ୍ତି। ସେହିପରି ଅନେକଙ୍କ ବିବାହ ବିଚ୍ଛେଦ ମାମଲା ଚାଲୁଥିବା ବେଳେ ସେମାନେ ମଧ୍ୟ ଏସମ୍ପର୍କରେ ଲୁଚାଇ ରଖି ଅନ୍ୟତ୍ର ବିବାହ କରୁଥିବା ଖବର ଗଣମାଧ୍ୟମର ସିରୋନାମା ପାଲଟୁଛି। କେତେକ କ୍ଷେତ୍ରରେ ଏହା ସଫଳ ହେଉଥିବା ବେଳେ ଆଉ କେତେକ ବିଫଳ ହେଉଛନ୍ତି। ଏବଂ ଯେଉଁମାନେ କିଛି ତଥ୍ୟ ସଂଗ୍ରହ ନ କରି ବିବାହ କରିବାକୁ ନିଷ୍ପତ୍ତି ନେଉଛନ୍ତି। ପରବର୍ତ୍ତୀ ସମୟରେ ସେମାନଙ୍କ ବୈବାହିକ ଜୀବନରେ ଫାଟ ସୃଷ୍ଟି ହେଉଛି। ବାହାରୁ ବିବାହ ପ୍ରସ୍ତାବ ଆସିଲେ ସବୁ ତଥ୍ୟ ଜାଣିବା କଷ୍ଟକର ହୋଇପଡୁଛି। ରାଜ୍ୟ ବାହାରେ ବିବାହ କରି ଅନେକ ଝିଅ ଓ ଝିଅ ହଇରାଣ ହେଉଥିବା ମାମଲା ସାମ୍ନାକୁ ଆସୁଛି। ବାଧ୍ୟହୋଇ ଉଭୟ ଆଇନର ଦ୍ୱାରସ୍ଥ ହେଉଥିବା ଦେଖିବାକୁ ମିଳିଛି। ତେଣୁ ଏଭଳି ଏକାଧିକ ବିବାହ ରୋକିବାକୁ ଆସିପାରେ ନୂଆ ନିୟମ।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

ନିୟମ ଅନୁଯାୟୀ, ପ୍ରତ୍ୟେକ ବିବାହ ପଞ୍ଜୀକରଣ କରାଇବାକୁ କରାଯିବ ଯୋଜନା। ଏଥିପାଇଁ ଜିଲ୍ଲାସ୍ତରରେ ରହିବ ବିବାହ ପଞ୍ଜୀକରଣ କାର୍ଯ୍ୟାଳୟ। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ଏବଂ ଜାତୀୟ ମହିଳା ଆୟୋଗ ସହ ଏସମ୍ପର୍କରେ ରାଜ୍ୟ ମହିଳା ଆୟୋଗ ପ୍ରସ୍ତବା ଦେବା ସହ ଆଲୋଚନା କରିଛି। ଏକାଧିକ ବିବାହ ରୋକିବାକୁ ଏଭଳି ଉପାୟ ଆପଣାଇବାକୁ କେନ୍ଦ୍ରକୁ ପ୍ରସ୍ତାବ ଦିଆଯାଇଥିବା ଜଣାପଡ଼ିଛି। ତେବେ ବିବାହକୁ ସୁରକ୍ଷିତ କରିବା ପାଇଁ ରାଜ୍ୟ ମହିଳା ଆୟୋଗଙ୍କ ଏହି ପ୍ରସ୍ତାବକୁ ଜାତୀୟ ମହିଳା କମିସନ୍‌‌ ସ୍ୱାଗତ କରିଥିବା ଜଣାପଡ଼ିଛି। ଯଦି ଓଡ଼ିଶାରେ ଏହି ନିୟମ କାର୍ଯ୍ୟକାରୀ ହୁଏ ତେବେ ଏକାଧିକ ବିବାହ ସମ୍ପର୍କରେ ଜଣାପଡ଼ିବା ସହ ଜାଲ୍‌‌ ବିବାହ ରୋକାଯିବା ଦିଗରେ ଏହା ଏକ ଅସ୍ତ୍ର ପାଲଟିବ ବୋଲି ମହିଳା ଆୟୋଗ ଅଧ୍ୟକ୍ଷା ଡ. ମିନତୀ ବେହେରା କହିଛନ୍ତି। ଏହି ପ୍ରସ୍ତାବ ଅନୁସାରେ, ଦେଶ ପାଇଁ ଏକକ ବିବାହ ପ୍ରମାଣପତ୍ର ବ୍ୟବସ୍ଥା ରହିବା ଦରକାର। ଫଳରେ ଯେକୌଣସି ସ୍ଥାନରେ ବିବାହିତ ବ୍ୟକ୍ତିଙ୍କ ସଠିକ୍‌‌ ତଥ୍ୟ ଉପଲବ୍ଧ ହୋଇପାରିବ। ଏହି ପ୍ରସ୍ତାବ ସମ୍ପର୍କରେ ପୁନର୍ବାର ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ। ସରକାରଙ୍କ ତରଫରୁ ପ୍ରତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପଞ୍ଜୀକରଣ ସେଲ୍‌ଫ ଖୋଲାଯାଇ ଦମ୍ପତିମାନେ ସେଠାରେ ନିଜର ଆଧାରକାର୍ଡ ଦେଖାଇ ବିବାହ ସାର୍ଟିଫିକେଟ୍‌‌ ପାଇଁ ଆବେଦନ କରିପାରିବେ। ପରବର୍ତ୍ତୀ ସମୟରେ ଆଧାରକାର୍ଡ ଓ ବିବାହ ପଞ୍ଜିକୃତ ସାର୍ଟିଫିକେଟ୍‌‌ ଲିଙ୍କ୍‌‌ କରି ଗୋଟିଏ ପ୍ଲାଟଫର୍ମରେ ରଖାଯିବାକୁ ପ୍ରସ୍ତାବ ଦିଆଯାଇଥିବା ଶ୍ରୀମତୀ ବେହେରା କହିଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

25 Jul 2023 By The Sakala

ଆଉ ସହଜ ହେବନି ଦ୍ୱିତୀୟ ବିବାହ, ଆଧାର ସହ ସଂଯୋଗ ହେବ ବିବାହ ପ୍ରମାଣପତ୍ର

ଭୁବନେଶ୍ୱର: ଏଣିକି ଦ୍ୱିତୀୟ ବିବାହ ହେବନି ସହଜ। ପୁରୁଷ ହୁଅନ୍ତୁ ଅବା ମହିଳାମାନେ ପ୍ରଥମ ବିବାହ ପରେ ପତି କିମ୍ବା ପତ୍ନୀ ଥାଇ ଯଦି ଦ୍ୱିତୀୟ ବିବାହ କରିବାକୁ ଚାହୁଁଥିବେ ସେମାନେ ଭୋଗିପାରନ୍ତି ଆଇନଗତ ଦଣ୍ଡ। ଏକାଧିକ ବିବାହ ରୋକିବାକୁ ଆଗକୁ ଆସିବ ନୂଆ ନିୟମ। ଆଧାର କାର୍ଡ ସହ ସଂଯୋଗ ହେବ ବିବାହ ପ୍ରମାଣପତ୍ର ବା ସାର୍ଟିଫିକେଟ୍‌‌। ଏହା ପ୍ରତ୍ୟେକ ବିବାହିତ ବ୍ୟକ୍ତିଙ୍କ ପାଇଁ ହେବ ଏକମାତ୍ର ପ୍ରମାଣପତ୍ର ଏବଂ ଯେକୌଣସି ସ୍ଥାନରେ ଆଧାର ନମ୍ବରରେ ମିଳିପାରିବ ବିବାହର ତଥ୍ୟ। ଏଭଳି ଏକ ବ୍ୟବସ୍ଥା ଆଣିବାକୁ ଯୋଜନା କରିଛନ୍ତି ରାଜ୍ୟ ମହିଳା ଆୟୋଗ।

ବିଭିନ୍ନ ସମୟରେ ପ୍ରଥମ ପତ୍ନୀ କିମ୍ୱା ପତି ଥାଇ ଅନେକ ଦମ୍ପତି ଲୁଚି ଲୁଚି ଅନ୍ୟତ୍ର ବିବାହ କରୁଥିବା ଅଭିଯୋଗ ହେଉଛି। ଏହି ସତ୍ୟ ସାମ୍ନାକୁ ଆସିବା ପରେ ଉଭୟ ପରିବାର ମଧ୍ୟରେ ପାରିବାରିକ ସମସ୍ୟା ସୃଷ୍ଟି ହେବା ସହ ବିଶ୍ୱାସଘାତକତାର ଶିକାର ହେଉଛନ୍ତି ଅନେକ ଦମ୍ପତି। ଡେଟିଂ ଆପ୍‌‌ ଦ୍ୱାରା ହେଉ କିମ୍ବା ବିବାହ ଆପ୍‌‌ ମାଧ୍ୟରେ ଅନେକ ନିଜ ନିଜର ଫେକ୍‌‌ ଆକାଉଣ୍ଟ ଖୋଲି ନିଜକୁ ଅବିବାହିତ ଦର୍ଶାଇ ଅନ୍ୟ ଯୁବକ ଯୁବତୀଙ୍କ ସହ ସମ୍ପର୍କ ଯୋଡ଼ିବାକୁ ଚେଷ୍ଟା କରିଥାନ୍ତି। ସେହିପରି ଅନେକଙ୍କ ବିବାହ ବିଚ୍ଛେଦ ମାମଲା ଚାଲୁଥିବା ବେଳେ ସେମାନେ ମଧ୍ୟ ଏସମ୍ପର୍କରେ ଲୁଚାଇ ରଖି ଅନ୍ୟତ୍ର ବିବାହ କରୁଥିବା ଖବର ଗଣମାଧ୍ୟମର ସିରୋନାମା ପାଲଟୁଛି। କେତେକ କ୍ଷେତ୍ରରେ ଏହା ସଫଳ ହେଉଥିବା ବେଳେ ଆଉ କେତେକ ବିଫଳ ହେଉଛନ୍ତି। ଏବଂ ଯେଉଁମାନେ କିଛି ତଥ୍ୟ ସଂଗ୍ରହ ନ କରି ବିବାହ କରିବାକୁ ନିଷ୍ପତ୍ତି ନେଉଛନ୍ତି। ପରବର୍ତ୍ତୀ ସମୟରେ ସେମାନଙ୍କ ବୈବାହିକ ଜୀବନରେ ଫାଟ ସୃଷ୍ଟି ହେଉଛି। ବାହାରୁ ବିବାହ ପ୍ରସ୍ତାବ ଆସିଲେ ସବୁ ତଥ୍ୟ ଜାଣିବା କଷ୍ଟକର ହୋଇପଡୁଛି। ରାଜ୍ୟ ବାହାରେ ବିବାହ କରି ଅନେକ ଝିଅ ଓ ଝିଅ ହଇରାଣ ହେଉଥିବା ମାମଲା ସାମ୍ନାକୁ ଆସୁଛି। ବାଧ୍ୟହୋଇ ଉଭୟ ଆଇନର ଦ୍ୱାରସ୍ଥ ହେଉଥିବା ଦେଖିବାକୁ ମିଳିଛି। ତେଣୁ ଏଭଳି ଏକାଧିକ ବିବାହ ରୋକିବାକୁ ଆସିପାରେ ନୂଆ ନିୟମ।

ନିୟମ ଅନୁଯାୟୀ, ପ୍ରତ୍ୟେକ ବିବାହ ପଞ୍ଜୀକରଣ କରାଇବାକୁ କରାଯିବ ଯୋଜନା। ଏଥିପାଇଁ ଜିଲ୍ଲାସ୍ତରରେ ରହିବ ବିବାହ ପଞ୍ଜୀକରଣ କାର୍ଯ୍ୟାଳୟ। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ଏବଂ ଜାତୀୟ ମହିଳା ଆୟୋଗ ସହ ଏସମ୍ପର୍କରେ ରାଜ୍ୟ ମହିଳା ଆୟୋଗ ପ୍ରସ୍ତବା ଦେବା ସହ ଆଲୋଚନା କରିଛି। ଏକାଧିକ ବିବାହ ରୋକିବାକୁ ଏଭଳି ଉପାୟ ଆପଣାଇବାକୁ କେନ୍ଦ୍ରକୁ ପ୍ରସ୍ତାବ ଦିଆଯାଇଥିବା ଜଣାପଡ଼ିଛି। ତେବେ ବିବାହକୁ ସୁରକ୍ଷିତ କରିବା ପାଇଁ ରାଜ୍ୟ ମହିଳା ଆୟୋଗଙ୍କ ଏହି ପ୍ରସ୍ତାବକୁ ଜାତୀୟ ମହିଳା କମିସନ୍‌‌ ସ୍ୱାଗତ କରିଥିବା ଜଣାପଡ଼ିଛି। ଯଦି ଓଡ଼ିଶାରେ ଏହି ନିୟମ କାର୍ଯ୍ୟକାରୀ ହୁଏ ତେବେ ଏକାଧିକ ବିବାହ ସମ୍ପର୍କରେ ଜଣାପଡ଼ିବା ସହ ଜାଲ୍‌‌ ବିବାହ ରୋକାଯିବା ଦିଗରେ ଏହା ଏକ ଅସ୍ତ୍ର ପାଲଟିବ ବୋଲି ମହିଳା ଆୟୋଗ ଅଧ୍ୟକ୍ଷା ଡ. ମିନତୀ ବେହେରା କହିଛନ୍ତି। ଏହି ପ୍ରସ୍ତାବ ଅନୁସାରେ, ଦେଶ ପାଇଁ ଏକକ ବିବାହ ପ୍ରମାଣପତ୍ର ବ୍ୟବସ୍ଥା ରହିବା ଦରକାର। ଫଳରେ ଯେକୌଣସି ସ୍ଥାନରେ ବିବାହିତ ବ୍ୟକ୍ତିଙ୍କ ସଠିକ୍‌‌ ତଥ୍ୟ ଉପଲବ୍ଧ ହୋଇପାରିବ। ଏହି ପ୍ରସ୍ତାବ ସମ୍ପର୍କରେ ପୁନର୍ବାର ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ। ସରକାରଙ୍କ ତରଫରୁ ପ୍ରତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପଞ୍ଜୀକରଣ ସେଲ୍‌ଫ ଖୋଲାଯାଇ ଦମ୍ପତିମାନେ ସେଠାରେ ନିଜର ଆଧାରକାର୍ଡ ଦେଖାଇ ବିବାହ ସାର୍ଟିଫିକେଟ୍‌‌ ପାଇଁ ଆବେଦନ କରିପାରିବେ। ପରବର୍ତ୍ତୀ ସମୟରେ ଆଧାରକାର୍ଡ ଓ ବିବାହ ପଞ୍ଜିକୃତ ସାର୍ଟିଫିକେଟ୍‌‌ ଲିଙ୍କ୍‌‌ କରି ଗୋଟିଏ ପ୍ଲାଟଫର୍ମରେ ରଖାଯିବାକୁ ପ୍ରସ୍ତାବ ଦିଆଯାଇଥିବା ଶ୍ରୀମତୀ ବେହେରା କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର