୫ଟି ସଚିବଙ୍କ କନ୍ଧମାଳ ଗସ୍ତର ଦ୍ୱିତୀୟ ଦିନ: କନ୍ଧମାଳର ବିକାଶରେ ଆସିବ ବୈପ୍ଳବିକ ପରିବର୍ତ୍ତନ, ମେଡିକାଲ କଲେଜରେ ଆସନ୍ତା ବର୍ଷଠାରୁ ଆରମ୍ଭ ହେବ ପାଠପଢା

The Sakala Picture
Published On

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଥିବା  ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ଭି.କେ. ପାଣ୍ଡିଆନ ଆଜି ଦ୍ୱିତୀୟ ଦିନରେ କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ, ଫୁଲବାଣୀ, ଦାରିଙ୍ଗବାଡୀ, କେ. ନୂଆଗାଁ, ବାଲିଗୁଡା ଓ ଜି. ଉଦୟଗିରୀ ବ୍ଲକ ଗସ୍ତ କରିବା ସହ ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଥିଲେ । ବିଭିନ୍ନ ବିକାଶ କାମର ସମୀକ୍ଷା କରିଥିଲେ ଏବଂ ଜନସାଧାରଣଙ୍କୁ ଭେଟି ସେମାନଙ୍କ ଅଭିଯୋଗ ଶୁଣିଥିଲେ । ଏହି ଗସ୍ତ ଅବସରରେ ଶ୍ରୀ ପାଣ୍ଡିଆନ […]

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଥିବା  ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ଭି.କେ. ପାଣ୍ଡିଆନ ଆଜି ଦ୍ୱିତୀୟ ଦିନରେ କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ, ଫୁଲବାଣୀ, ଦାରିଙ୍ଗବାଡୀ, କେ. ନୂଆଗାଁ, ବାଲିଗୁଡା ଓ ଜି. ଉଦୟଗିରୀ ବ୍ଲକ ଗସ୍ତ କରିବା ସହ ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଥିଲେ । ବିଭିନ୍ନ ବିକାଶ କାମର ସମୀକ୍ଷା କରିଥିଲେ ଏବଂ ଜନସାଧାରଣଙ୍କୁ ଭେଟି ସେମାନଙ୍କ ଅଭିଯୋଗ ଶୁଣିଥିଲେ ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉନାହିଁ FCI : ହାତ ଟେକିଦେଲେ ଅସହାୟ ଯୋଗାଣମନ୍ତ୍ରୀ; କହିଲେ, କେନ୍ଦ୍ର ଆମ କଥା ଶୁଣୁନି

ଏହି ଗସ୍ତ ଅବସରରେ ଶ୍ରୀ ପାଣ୍ଡିଆନ ବାଲିଗୁଡାରେ ଥିବା ପ୍ରସିଦ୍ଧ ମା ପାଟ୍ଟଖଣ୍ଡା ମନ୍ଦିର ଏବଂ ଜଗନ୍ନାଥ ମନ୍ଦିର ଯାଇ ସେଠାରେ ପୂଜାର୍ଚ୍ଚନା କରିଥିଲେ । ମନ୍ଦିର ଦ୍ୱୟର ବିକାଶ ଓ ସୌନ୍ଦର୍ଯ୍ୟକରଣ ବିଷୟରେ ଉଭୟ ମନ୍ଦିରର ପରିଚାଳନା କମିଟି 5T ସଚିବ ଶ୍ରୀ ପାଣ୍ଡିଆନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମା ପଟ୍ଟଖଣ୍ଡା ମନ୍ଦିର ଓ ଜଗନ୍ନାଥ ମନ୍ଦିରର ସୌନ୍ଦର୍ଯ୍ୟୀକରଣ ଓ ବିକାଶ ସମ୍ପର୍କରେ ଡି.ପି.ଆର୍ ପ୍ରସ୍ତୁତ କରିବା ପାଇଁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ ।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଶିକ୍ଷକଙ୍କୁ ମିଳିବନି ସମ୍ମାନ; ଅନିର୍ଦ୍ଦିଷ୍ଟ କାଳ ଘୁଞ୍ଚିଲା ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମାରୋହ

ଫୁଲବାଣୀଠାରେ ୧୦୦୦ କୋଟି ଟଙ୍କାରେ ନିର୍ମାଣାଧୀନ ୬୫୦ ଶଯ୍ୟାବିଶିଷ୍ଟ ମେଡିକାଲ କଲେଜ ଓ ହସ୍ପିଟାଲର କାମ ଶ୍ରୀ ପାଣ୍ଡିଆନ ବୁଲି ଦେଖିଥିଲେ ଓ କାର୍ଯ୍ୟ ଶେଷ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ମେଡିକାଲ କଲେଜରେ ଆସନ୍ତା ବର୍ଷରୁ ପାଠ୍ୟକ୍ରମ ଆରମ୍ଭ ହେବ। ଏହା ଦ୍ୱାରା ଜିଲ୍ଲାର ସ୍ୱାସ୍ଥ୍ୟ ସେବାରେ ବଡ ରୂପାନ୍ତର ଆଣିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ ।

ଆହୁରି ପଢ଼ନ୍ତୁ: ରାଉରକେଲାରେ ଚାଞ୍ଚଲ୍ୟ: ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନରେ ଫିଙ୍ଗିଦେଲେ ଦୁର୍ବୃତ୍ତ !

ସୂଚନାଯୋଗ୍ୟ ଯେ, ଗତକାଲି ୫ଟି ସଚିବ ଶ୍ରୀ ପାଣ୍ଡିଆନ ତାଙ୍କ ଅଭିଭାଷଣରେ କନ୍ଧମାଳ ମେଡିକାଲ କଲେଜ ଓ ମେଗା ପାନୀୟ ଜଳ ସମ୍ପର୍କରେ ସୂଚନା ଦେଇଥିଲେ।  ଏହି ପାନୀୟ ଜଳ ପ୍ରକଳ୍ପ ୫୦୦ କୋଟି ଟଙ୍କରେ କାର୍ଯ୍ୟକାରୀ କରାଯିବ ।  ମହାନଦୀରୁ ପାଇପ ଯୋଗେ ପାଣି ଅଣା ଯାଇ କନ୍ଧମାଳର ସବୁ ଅଞ୍ଚଳର ଲୋକଙ୍କୁ ଭଲ ପିଇବା ପାଣି ଯୋଗାଇ ଦିଆଯିବ । ଏହି ଦୁଇଟି ପ୍ରକଳ୍ପ ସହିତ ପର୍ଯ୍ୟଟନ ଓ ଯୋଗାଯୋଗର ଉନ୍ନତି କନ୍ଧମାଳର ବିକାଶରେ ବୈପ୍ଳବିକ ପରିବର୍ତ୍ତନ ଆଣିବ ।

ଫୁଲବାଣୀ ଜିଲ୍ଲାର ଉଦ୍ୟାନ କାର୍ଯ୍ୟାଳୟ ପରିସରରେ ମିଶନ ଶକ୍ତି ଦ୍ୱାରା ପରିଚାଳିତ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ବୁଲି ଦେଖିବା ସହ ଏହି କାର୍ଯ୍ୟର ଉଚ୍ଚପ୍ରଶଂସା କରିଥିଲେ ଏବଂ ସେମାନଙ୍କୁ ମାର୍କେଟିଁ କ୍ଷେତ୍ରରେ ବିଭିନ୍ନ ସାହାଯ୍ୟ ଯୋଗାଇ ଦେବା ପାଇଁ ପରାମର୍ଶ ଦେଇଥିଲେ ।

ଫିରିଙ୍ଗିଆ ବ୍ଲକ ଡିଣ୍ଡିରା ଗାଁରେ ଥିବା ଆଦର୍ଶ ବିଦ୍ୟାଳୟକୁ ୫ଟି ସଚିବ ବୁଲି ଦେଖିଥିଲେ ଏବଂ ଛାତ୍ର, ଶିକ୍ଷକ ଓ ସ୍କୁଲ ପରିଚାଳନା କମିଟି ସଦସ୍ୟମାନଙ୍କ ସହ ଆଲୋଚନା କରି ବିଦ୍ୟାଳୟର ସମ୍ପତ୍ତି ଓ ପରିବେଶର ସୁରକ୍ଷା ଏବଂ ଯତ୍ନ ନେବା ପାଇଁ ପରାମର୍ଶ ଦେଇଥିଲେ । ଏହି ବିଦ୍ୟାଳୟଟି ନିକଟରେ ୫ଟି ସ୍କୁଲ ରୂପାନ୍ତରରେ ସାମିଲ ହୋଇଥିଲା ।

ପରେ ଫିରିଙ୍ଗିଆ ବ୍ଲକକୁ ଯାଇ ସେଠାରେ ମିଶନ ଶକ୍ତି କାଫେ ବୁଲି ଦେଖିଥିଲେ। ଫିରିଙ୍ଗିଆ ମିନି ଷ୍ଟାଡିଅମ ଠାରେ ସମାଜର ବିଭିନ୍ନ ବର୍ଗର ଲୋକ ଓ ସଙ୍ଗଠନମାନଙ୍କୁ ଭେଟିଥିଲେ । ସେମାନଙ୍କ ଅନୁରୋଧକ୍ରମେ ଫିରିଙ୍ଗିଆ ନୂଆ ବସ ଷ୍ଟାଣ୍ଡ ଉପରେ ଖୁବ୍ ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ସେ କହିଥିଲେ । ଗ୍ରାମାଞ୍ଚଳରର ଜନସାଧାରଣ ଯେପରି ସୁବିଧାରେ ଯାତାୟତ କରିପାରିବେ ତାକୁ ଦୃଷ୍ଟିରେ ରଖି ଏହି ବ୍ଲକରେ ସବୁ ଗ୍ରାମପଞ୍ଚାୟତକୁ ପରିବହନ ସେବା ଯୋଗାଇ ଦିଆଯିବ ବୋଲି ୫ଟି ସଚିବ  ସୂଚନା ଦେଇଥିଲେ।

୫ଟି ରୂପାନ୍ତରରେ ସାମିଲ ହୋଇଥିବା ରତାଙ୍ଗ ହାଇସ୍କୁଲ ଶ୍ରୀ ପାଣ୍ଡିଆନ ବୁଲି ଦେଖିବା ସହ ଛାତ୍ରଛାତ୍ରୀ, ଶିକ୍ଷକଙ୍କ ସହ ଆଲୋଚନା କରିଥିଲେ । ରତାଙ୍ଗ ମଡେଲ ଟ୍ୟାଙ୍କ ବୁଲି ଦେଖିବା ସହିତ ମିଶନ ଶକ୍ତି ମା ମାନଙ୍କ ଦ୍ୱରା କରାଯାଉଥିବା ମାଛ ଚାଷ ବିଷୟରେ ବୁଝିଥିଲେ ଏବଂ ଏହା ପର୍ଯ୍ୟଟନର ସମ୍ଭାବନା ରହିଥିବାରୁ ତା’ର ପୂର୍ଣ୍ଣ ବିନିଯୋଗ କରିବା ପାଇଁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ । ପରେ ଫିରିଙ୍ଗିଆ ବ୍ଲକର ବନ୍ଧଗଡାରେ ଥିବା KASAM  ଖାଦ୍ୟପ୍ରକ୍ରିୟାକରଣ ୟୁନିଟ, ଶ୍ରୀ ପାଣ୍ଡିଆନ ବୁଲି ଦେଖିବା ସହ  ଅର୍ଗାନିକ ଫାର୍ମିଂ କୁ ଉତ୍ସାହିତ କରିବା ପାଇଁ ପରାମର୍ଶ ଦେଇଥିଲେ ।

କେ. ନୂଆଗାଁ ବ୍ଲକରେ ୫ଟି ସଚିବ ଶ୍ରୀ ପାଣ୍ଡିଆନ ବିଭିନ୍ନ ଅନୁଷ୍ଠାନ ସହ ଭେଟି ସେମାନଙ୍କ ସୁବିଧା ଓ ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ ଓ ସମାଧାନ ପାଇଁ ପ୍ରତିଶୃତି ଦେଇଥିଲେ । ପରେ ବାଲିଗୁଡାଠରେ ଆମ ହସ୍ପିଟାଲ ବୁଲି ଦେଖି ରୋଗୀ ଓ ଡାକ୍ତର ମାନଙ୍କ  ସହ ମତ ବିନିମୟ କରିଥିଲେ ଏବଂ ସ୍ୱାସ୍ଥ୍ୟସେବାରେ ଅଧିକ ଉନ୍ନତି ଆଣି ରୋଗୀମାନଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇଦେବାକୁ ପରାମର୍ଶ ଦେଇଥିଲେ ।

ବାଲିଗୁଡା ମିନି ଷ୍ଟାଡିଅମ ଠାରେ ଜନସାଧାରଣ, ବିଭିନ୍ନ ସଂଗଠନ, କ୍ରୀଡାବିତଙ୍କୁ ଭେଟିଥିଲେ ଏବଂ ସେଠାରେ ମିନି ଷ୍ଟାଡିଅମ ଓ ଇଣ୍ଡୋର ଷ୍ଟାଡିଅମର ବିକାଶ ଓ ସୌନ୍ଦର୍ଯ୍ୟୀକରଣ ପାଇଁ ଶୀଘ୍ର ଡି.ପି.ଆର୍ ପ୍ରସ୍ତୁତ ପାଇଁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ ।

ଦାରିଙ୍ଗବାଡୀ ବ୍ଲକରେ ମଧ୍ୟ ୫ଟି ସଚିବ ମିନି ଷ୍ଟାଡିଅମ କୁ ବୁଲି ଦେଖିଥିଲେ । ମିଶନ ଶକ୍ତି ର ସଦସ୍ୟା, ସାଧାରଣ ଜନତା ଓ ବିଭିନ୍ନ ସଙ୍ଗଠନ ସହ ମିଶି ସେମାନଙ୍କ ଆପତ୍ତି ଅଭିଯୋଗ ଶୁଣିଥିଲେ ଓ ସମାଧାନ ପାଇଁ ଆଶ୍ୱାସନା ଦେଇଥିଲେ ।

ପରିବେଶ ପର୍ଯ୍ୟଟନ ପାଇଁ ପ୍ରସିଦ୍ଧ ଦାରିଙ୍ଗବାଡୀରେ ଥିବା ହିଲ-ଭିୟୁ ପାର୍କ ଓ ବଟରଫ୍ଲାଏ ପାର୍କକୁ ୫ଟି ସଚିବ ବୁଲି ଦେଖିଥିଲେ  ୫ଟି ସଚିବ ବୁଲି ଦେଖିଥିଲେ । ଦାରିଙ୍ଗବାଡୀର ପର୍ଯ୍ୟଟନର ବିକାଶ ପାଇଁ ବିପୂଳ ସୂଯୋଗ ରହିଛି ବୋଲି ସେ ମତ ଦେଇଥିଲେ ।  ଏହି ପାର୍କ ଗୁଡିକର ପରିଚାଳନା ଦାୟିତ୍ୱରେ ଥିବା ବନ ବିଭାଗର ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ । ଦାରିଙ୍ଗବାଡୀରେ ପର୍ଯ୍ୟଟନର ଅଧିକ ବିକାଶ ପାଇଁ  ଡି.ପି.ଆର୍ ପ୍ରସ୍ତୁତ କରି ପ୍ରଦାନ କରିବାକୁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ । ଏହା ପରେ ସେ ଦାରିଙ୍ଗବାଡୀର ପ୍ରସିଦ୍ଧ Eco-Cottage  ବୁଲି ଦେଖିଥିଲେ। ଏଠାରେ ମିଶନ ଶକ୍ତିର ସଦସ୍ୟାମାନେ ଅତ୍ୟନ୍ତ ବୃତ୍ତିଗତ ଢଙ୍ଗରେ ଏହାର ପରିଚାଳନା କରୁଥିବାରୁ ସେ ସନ୍ତୋଷ ପ୍ରକାଶ କରିଥିଲେ ।

ଜି. ଉଦୟଗିରୀରେ ୫ଟି ସଚିବ ଏନ.ଏ.ସିର ମଲ୍ଟି-ପର୍ପୋଜ୍ ହଲ ବୁଲି ଦେଖିଥିଲେ ଏବଂ ସେଠାରେ ଏକ ମାସ ମଧ୍ୟରେ ଇଣ୍ଡୋର ଷ୍ଟାଡିଅମର ବିଭିନ୍ନ ଅତ୍ୟାଧୁନିକ ସୁଯୋଗ ଓ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ । ଜି.ଉଦୟଗିରୀର କଳିଙ୍ଗ ମହାବିଦ୍ୟାଳୟ ଠାରେ ଜନସାଧାରଣଙ୍କୁ ଭେଟିଥିଲେ ଓ ସେମାନଙ୍କ ଆପତ୍ତି ଅଭିଯୋଗ ଶୁଣି ଏହାର ତୁରନ୍ତ ସମାଧାନ ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୫ଟି ସଚିବଙ୍କ ଜିଲ୍ଲା ପରିଦର୍ଶନ ସମୟରେ  ସ୍ୱାସ୍ଥ୍ୟ  ସଚିବ ଶାଳିନୀ  ପଣ୍ଡିତ, କ୍ରୀଡା ସଚିବ ଆର୍. ଭିନିଲ୍ କ୍ରୀଷ୍ଣା ଓ ଜିଲ୍ଲାପାଳ ଉପସ୍ଥିତ ଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର