ମାଲକାନଗିରିରେ ୫ଟି ସଚିବଙ୍କ ୨ୟ ଦିନ: ଗ୍ରାଉଣ୍ଡ ଜିରୋରେ ଚାଲିଛି ବିକାଶର ଅନୁଧ୍ୟାନ

The Sakala Picture
Published On

ମାଲକାନଗିରି: ଦୃତ ସାମଗ୍ରିକ ବିକାଶ ଧାରାରେ ଯୋଡ଼ିହୋଇଛି ମାଲକାନଗିରି ଜିଲ୍ଲା। ସ୍ବାଭିମାନ ଅଞ୍ଚଳଠାରୁ ଆରମ୍ଭ କରି ବଣ୍ଡାଘାଟି ଯାଏ ; ସବୁ ଅଞ୍ଚଳକୁ ମିଳିବ ନୂଆ ରୂପ। ଗମନାଗମନ, ଶିକ୍ଷା, ସ୍ବାସ୍ଥ୍ୟ, ପର୍ଯ୍ୟଟନ; ସବୁକ୍ଷେତ୍ରରେ କିପରି ବିକାଶ ପ୍ରତିଫଳିତ ହେବ ତା’ର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭିକେ ପାଣ୍ଡିଆନ। ଶ୍ରୀ ପାଣ୍ଡିଆନ ଦୁଇଦିନିଆ ମାଲକାନଗିରି ଗସ୍ତରେ ଆସିଛନ୍ତି। ଆଜି ତାଙ୍କର ୨ୟ ଦିନରେ ସ୍ବାଭିମାନ ଅଞ୍ଚଳରେ ମାରାଥନ ଅନୁଧ୍ୟାନ ଜାରି ରହିଛି। ଗ୍ରାଉଣ୍ଡ ଜିରୋରେ ବିକାଶର […]

ମାଲକାନଗିରି: ଦୃତ ସାମଗ୍ରିକ ବିକାଶ ଧାରାରେ ଯୋଡ଼ିହୋଇଛି ମାଲକାନଗିରି ଜିଲ୍ଲା। ସ୍ବାଭିମାନ ଅଞ୍ଚଳଠାରୁ ଆରମ୍ଭ କରି ବଣ୍ଡାଘାଟି ଯାଏ ; ସବୁ ଅଞ୍ଚଳକୁ ମିଳିବ ନୂଆ ରୂପ। ଗମନାଗମନ, ଶିକ୍ଷା, ସ୍ବାସ୍ଥ୍ୟ, ପର୍ଯ୍ୟଟନ; ସବୁକ୍ଷେତ୍ରରେ କିପରି ବିକାଶ ପ୍ରତିଫଳିତ ହେବ ତା’ର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭିକେ ପାଣ୍ଡିଆନ। ଶ୍ରୀ ପାଣ୍ଡିଆନ ଦୁଇଦିନିଆ ମାଲକାନଗିରି ଗସ୍ତରେ ଆସିଛନ୍ତି। ଆଜି ତାଙ୍କର ୨ୟ ଦିନରେ ସ୍ବାଭିମାନ ଅଞ୍ଚଳରେ ମାରାଥନ ଅନୁଧ୍ୟାନ ଜାରି ରହିଛି। ଗ୍ରାଉଣ୍ଡ ଜିରୋରେ ବିକାଶର ଅନୁଧ୍ୟାନ କରୁଛନ୍ତି ଶ୍ରୀ ପାଣ୍ଡିଆନ। ଗୁରୁପ୍ରିୟା ସେତୁ ଉପରେ ବଡପଦାକୁ ସବଷ୍ଟେସନକୁ ଆସୁଥିବା ୩୩କେଭି ଲାଇନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଛନ୍ତି । ପରେ ମାଲାକାନକିରି କୋଟେଲଗୁଡାରେ ଏୟାରଷ୍ଟ୍ରିପ ଟର୍ମିନାଲ ବିଲଡିଂ ଓ ଗେଷ୍ଟହାଉସର ନିର୍ମାଣ କାର୍ଯ୍ଯର ଅନୁଧ୍ୟାନ କରିଥିଲେ।

ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ: ଦ୍ରୁତ ଗତିରେ ଆସି ଏକାଧିକ ଗାଡ଼ିକୁ ଧକ୍କା ଦେଲା ବିଳାସପୂର୍ଣ୍ଣ କାର୍, ୫ ଆହତ

ସେଠାରୁ ଚିତ୍ରୋକୋଣ୍ଡା ମିଶନ ଶକ୍ତି କାଫେକୁ ଆସି ମାଆ ଓ ପରେ ସ୍କୁଲକୁ ଯାଇ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି ୫ଟି ସଚିବ। ସ୍କୁଲରେ ପହଞ୍ଚି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ସ୍କୁଲର ଲାଇବ୍ରେରୀ, ସ୍କାର୍ଟ କ୍ଲାସରୁମରେ କିଭଳି ଛାତ୍ରଛାତ୍ରୀମାନେ ପାଠ ପଢୁଛନ୍ତି, ସେ ସମ୍ପର୍କରେ ବୁଲି ଦେଖିଛନ୍ତି । ପରେ ମାଲକାନଗିରିର ମାଳିକେଶ୍ବର ମନ୍ଦିରକୁ ଯାଇ ଏହାର ଉନ୍ନତିକରଣ ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି ।

ଆହୁରି ପଢ଼ନ୍ତୁ: ନନ୍ଦନକାନନରେ ଦୁଇ ଏସିଆଟିକ୍ ସିଂହ ଶାବକଙ୍କ ଜନ୍ମ: ମୋଟ ସିଂହ ସଂଖ୍ୟା ୨୪କୁ ବୃଦ୍ଧି

ସତିଗୁଡ଼ା ଇକୋପାର୍କରେ ବିକାଶର ସମୀକ୍ଷା କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି । ବିଭିନ୍ନ ବ୍ଲକକୁ ଯାଇ ବିକାଶ କାର୍ଯ୍ଯର ଅନୁଧ୍ୟାନ କରୁଛନ୍ତି । ମାଲକାନଗିରି ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ ପରିଦର୍ଶନ କରିବା ସହ କାୟାକଳ୍ପ ପୁରସ୍କାର ପାଇଁ ଜିଲ୍ଲାପ୍ରଶାସନ ଓ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଧନ୍ୟାବାଦ ଅର୍ପଣ କରିଥିଲେ ପାଣ୍ଡିଆନ୍ । ଗତକାଲି ବଣ୍ଡାଘାଟିରେ ପହଞ୍ଚିଥିଲେ ୫ଟି ସଚିବ ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରୁ ଓରାଙ୍ଗଉଟାନ୍‌ ଉଦ୍ଧାର ଘଟଣା: ଅନ୍ତର୍ଜାତୀୟ ଚୋରାଚାଲାଣ ଲିଙ୍କ୍ ଆଶଙ୍କା କଲେ ଜଙ୍ଗଲ ମନ୍ତ୍ରୀ

ଲୋକଙ୍କ ସମସ୍ୟା ଶୁଣିବା ସହ ବଣ୍ଡାଘାଟିକୁ ବସ୍ ଓ ଖଇରପୁଟରେ ଯୁକ୍ତ ଦୁଇ କଲେଜ ପ୍ରତିଷ୍ଠା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ବଦପଡା କମ୍ପ୍ଲେକ୍ସ ସ୍କୁଲର ଛାତ୍ରଛାତ୍ରୀଙ୍କ ସହ ରାତ୍ରି ଭୋଜନ କରିଥିଲେ । ପିଲାଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏକ ହକି ଗ୍ରାଉଣ୍ଡ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ୩୦୦ଶଯ୍ୟା ବିଶିଷ୍ଟ ହଷ୍ଟେଲ ନିର୍ମାଣ କାର୍ୟ୍ୟ ବୁଲି ଦେଖିବା ପରେ ଗୁରୁପ୍ରିୟା ସେତୁକୁ ଯାଇ ବୁଲି ଦେଖିଥିଲେ ୫ଟି ସଚିବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର