ଖଣ୍ଡପଡାରେ ପୂର୍ବତନ ବିଧାୟକ ସ୍ବର୍ଗତ ଅରୁଣ ପଟ୍ଟନାୟକଙ୍କ ୨୭ତମ ଶ୍ରାଦ୍ଧ ଦିବସ ପାଳିତ

The Sakala Picture
Published On

ନୟାଗଡ଼: ଖଣ୍ଡପଡାରେ ପୂର୍ବତନ ବିଧାୟକ ସ୍ବର୍ଗତ ଅରୁଣ ପଟ୍ଟନାୟକଙ୍କ ୨୭ ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ୧୨ ସେପ୍ଟେମ୍ବରକୁ ଖଣ୍ଡପଡ଼ା ଜାଗ୍ରତ ଦିବସ ଭାବେ ପାଳନ କରାଯାଉଛି । ସମାରୋହରେ ମନ୍ତ୍ରୀ ତୁଷାରକାନ୍ତି ବେହେରା, ସାଂସଦ ମାନସ ମଙ୍ଗରାଜ ଓ ବିଧାୟକ ପଦ୍ମନାଭ ବେହେରା ସାମିଲ ହୋଇଛନ୍ତି। ୧୯୯୦ରୁ ୧୯୯୫ ପର୍ଯ୍ୟନ୍ତ ସ୍ବର୍ଗତ ଅରୁଣ ପଟ୍ଟନାୟକ ଜନତା ଦଳରୁ ବିଧାୟକ ଭାବେ ନିର୍ବାଚିତ ହୋଇ ଖଣ୍ଡପଡା ଅଞ୍ଚଳରେ ଖୁବ ଲୋକପ୍ରିୟ ଥିଲେ। ଖଣ୍ଡପଡ଼ାର ବିକାଶ ପାଇଁ […]

ନୟାଗଡ଼: ଖଣ୍ଡପଡାରେ ପୂର୍ବତନ ବିଧାୟକ ସ୍ବର୍ଗତ ଅରୁଣ ପଟ୍ଟନାୟକଙ୍କ ୨୭ ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ୧୨ ସେପ୍ଟେମ୍ବରକୁ ଖଣ୍ଡପଡ଼ା ଜାଗ୍ରତ ଦିବସ ଭାବେ ପାଳନ କରାଯାଉଛି । ସମାରୋହରେ ମନ୍ତ୍ରୀ ତୁଷାରକାନ୍ତି ବେହେରା, ସାଂସଦ ମାନସ ମଙ୍ଗରାଜ ଓ ବିଧାୟକ ପଦ୍ମନାଭ ବେହେରା ସାମିଲ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉନାହିଁ FCI : ହାତ ଟେକିଦେଲେ ଅସହାୟ ଯୋଗାଣମନ୍ତ୍ରୀ; କହିଲେ, କେନ୍ଦ୍ର ଆମ କଥା ଶୁଣୁନି

୧୯୯୦ରୁ ୧୯୯୫ ପର୍ଯ୍ୟନ୍ତ ସ୍ବର୍ଗତ ଅରୁଣ ପଟ୍ଟନାୟକ ଜନତା ଦଳରୁ ବିଧାୟକ ଭାବେ ନିର୍ବାଚିତ ହୋଇ ଖଣ୍ଡପଡା ଅଞ୍ଚଳରେ ଖୁବ ଲୋକପ୍ରିୟ ଥିଲେ। ଖଣ୍ଡପଡ଼ାର ବିକାଶ ପାଇଁ ଅନେକ ସ୍ବପ୍ନ ଦେଖିଥିଲେ ଅରୁଣ ପଟ୍ଟନାୟକ । ଅରୁଣ ପଟ୍ଟନାୟକଙ୍କ ବିୟୋଗ ପରେ ତାଙ୍କ ପତ୍ନୀ ବିଜୟଲକ୍ଷ୍ମୀ ପଟ୍ଟନାୟକ ଦୁଇ ଥର ଏଠାରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ ତାଙ୍କ ପୁଅ ଅନୁଭବ ପଟ୍ଟନାୟକ ମଧ୍ୟ ୨୦୧୪ରୁ ୨୦୧୯ ଯାଏଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ କୋଠା ଭୁଶୁଡିବା ପରେ ରାଜ୍ୟ ସରକାର ତତ୍ପର; ସହରରେ ଭଙ୍ଗାଯିବ ଦୁର୍ବଳ ଓ ଅସୁରକ୍ଷିତ କୋଠା

ସାଂସଦ ମାନସ ମଙ୍ଗରାଜ ତାଙ୍କ ବକ୍ତବ୍ୟରେ କହିଛନ୍ତି ଯେ,  ଅରୁଣ ପଟ୍ଟନାୟକଙ୍କ ସମୟରେ ଖଣ୍ଡପଡାର ବିକାଶ ହୋଇଥିଲା। ଏହାପରେ ତାଙ୍କ ସୁପୁତ୍ର ଅନୁଭବ ପଟ୍ଟନାୟକଙ୍କ ସମୟରେ ବିକାଶ ହୋଇଛି। ମୁଁ ଅନୁଭବଙ୍କୁ ବ୍ୟକ୍ତିଗତ ଭାବେ ଜାଣେ। ସେ ଜଣେ, ଭଦ୍ର, ନମ୍ର, ଅମାୟିକ ଓ ଉଚ୍ଚ ଶିକ୍ଷିତ। ଆମେ ସାଙ୍ଗ ହୋଇ ରାଜନୀତି କରୁଛୁ। ସିଏ ସବୁବେଳେ ବିକାଶ କଥା ଚିନ୍ତା କରନ୍ତି। ଲୋକଙ୍କ ସାଙ୍ଗରେ ରୁହନ୍ତି, ତାଙ୍କ ଭଦ୍ର ଓ ନମ୍ର ବ୍ୟବହାର ପାଇଁ ସେ ଜଣାଶୁଣା। ହେଲେ ରାଜନୀତିରେ ରହି ଗର୍ବ ଓ ଅହଙ୍କାର ଦେଖାଇଲେ ଚଳିବ ନାହିଁ। ରାଜନୀତିରେ ଅହଙ୍କାରୀଙ୍କ ପାଇଁ ଉଦାହରଣ ହେଉଛନ୍ତି ନମ୍ର, ଉଚ୍ଚ ଶିକ୍ଷିତ ଅନୁଭବ। ଗର୍ବ ଓ ଅହଙ୍କାର ଛାଡି ରାଜନୀତି କରିବା ଉଚିତ। ବୋଲି ସାଂସଦ ମାନସ ମଙ୍ଗରାଜ କହିଛନ୍ତି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ରକରି ବାପାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ନିଶାସକ୍ତ ପୁଅ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର