ରାଜଧାନୀରେ ନ୍ୟୁଡ୍ କଲ୍ କରି ଇଞ୍ଜିନିୟରଙ୍କଠାରୁ ଲୁଟିଲେ ୨୫ ଲକ୍ଷ ଟଙ୍କା

The Sakala Picture
Published On

ଭୁବନେଶ୍ୱର: ସାବଧାନ, ନ୍ୟୁଡ୍ ଭିଡିଓ କଲ୍‌ କରି ଠକୁଛନ୍ତି ସାଇବର ଠକ। ରାଜ୍ୟରେ ଦିନକୁ ଦିନ ସାଇବର ଠକେଇ ବୃଦ୍ଧି ପାଉଥିବା ବେଳେ ଏବେ ଏହାର ଶିକାର ହୋଇଛନ୍ତି ରାଜଧାନୀ ଭୁବନେଶ୍ୱରର ଜଣେ ଇଞ୍ଜିନିୟର । ନ୍ୟୁଡ୍ କଲ କରି ଇଞ୍ଜିନିୟରଙ୍କଠାରୁ ୨୫ ଲକ୍ଷ ଟଙ୍କା ଲୁଟିନେଲେ ସାଇବର ଠକ । ରାଜଧାନୀର ଜଣେ ଇଞ୍ଜିନିୟର ଠକାମୀର ଶିକାର ହୋଇଥିବା ନେଇ ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ସାଇବର ଥାନା ପୋଲିସ ମାମଲା […]

ଭୁବନେଶ୍ୱର: ସାବଧାନ, ନ୍ୟୁଡ୍ ଭିଡିଓ କଲ୍‌ କରି ଠକୁଛନ୍ତି ସାଇବର ଠକ। ରାଜ୍ୟରେ ଦିନକୁ ଦିନ ସାଇବର ଠକେଇ ବୃଦ୍ଧି ପାଉଥିବା ବେଳେ ଏବେ ଏହାର ଶିକାର ହୋଇଛନ୍ତି ରାଜଧାନୀ ଭୁବନେଶ୍ୱରର ଜଣେ ଇଞ୍ଜିନିୟର । ନ୍ୟୁଡ୍ କଲ କରି ଇଞ୍ଜିନିୟରଙ୍କଠାରୁ ୨୫ ଲକ୍ଷ ଟଙ୍କା ଲୁଟିନେଲେ ସାଇବର ଠକ । ରାଜଧାନୀର ଜଣେ ଇଞ୍ଜିନିୟର ଠକାମୀର ଶିକାର ହୋଇଥିବା ନେଇ ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ସାଇବର ଥାନା ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ଆହୁରି ପଢ଼ନ୍ତୁ: ଥାଇଲ୍ୟାଣ୍ଡରେ ଫସିଛନ୍ତି ୪ ଓଡ଼ିଆ ଶ୍ରମିକ: ଭୋକ ଉପବାସରେ କଟୁଛି ଜୀବନ, ଉଦ୍ଧାର ପାଇଁ ସରକାରଙ୍କୁ ଆକୁଳ ନିବେଦନ..

ସୂଚନା ଅନୁସାରେ, ନଗ୍ନ ନାୟିକା ଜଣକ ଇଞ୍ଜିନିୟରଙ୍କ ପାଖକୁ ହ୍ୱାଟ୍ସଆପ୍‌ରେ ହାଏ ଲେଖି ପଠାଇଥିଲେ। ଇଞ୍ଜିନିୟର ଜଣକ ଆକାଉଣ୍ଟକୁ ଯାଞ୍ଚ ନକରି ତାଙ୍କ ସହିତ ଭିଡିଓ ଚାଟ୍‌ କରିଥିଲେ। କିଛି ସମୟ ପରେ ତାଙ୍କ ପାଖକୁ ଏକ ନଗ୍ନ ଭିଡିଓ ଆସିଥିଲେ। ସେଥିରେ ଇଞ୍ଜିନିୟରଙ୍କ ଭିଡିଓ ଚାଟ୍‌କୁ ଜଣେ ନାୟିକାଙ୍କ ନଗ୍ନ ଭିଡ଼ିଓ ସହିତ ଆଟାଚ୍‌ କରାଯାଇଥିବା ଦେଖିବାକୁ ମିଳିଥିଲା। ସେହି ଭିଡିଓ ଦେଖିବା ପରେ ଇଞ୍ଜିନିୟର ଭୟଭୀତ ହୋଇଯାଇଥିଲେ । ଲୋକ ଲଜ୍ଜା ଭୟରେ କାହାକୁ କିଛି ନକହି ଚୁପ୍‌ ରହିଥିଲେ।

ଆହୁରି ପଢ଼ନ୍ତୁ: OERCର ନୂଆ ସଦସ୍ୟ ଭାବେ ସୁଧାଂଶୁ ଶେଖର ବରପଣ୍ଡାଙ୍କୁ ନିଯୁକ୍ତ କଲେ ରାଜ୍ୟ ସରକାର

ପରେ ସଂପୃକ୍ତ ଇଞ୍ଜିନିୟରଙ୍କ ପାଖକୁ ଗୋଟିଏ ଫୋନ୍‌ କଲ୍‌ ଆସିଥିଲା। ଫୋନ୍‌ କରିଥିବା ବ୍ୟକ୍ତି ନିଜକୁ ସିବିଆଇ ଅଫିସର ବିକ୍ରମ ରାଠୋର ବୋଲି ପରିଚୟ ଦେଇଥିଲା । ଘର ଦିଲ୍ଲୀରେ ବୋଲି କହିବା ସହ ସେହି ନଗ୍ନ ଭିଡିଓ ଦେଖାଇ ଇଞ୍ଜିନିୟରଙ୍କୁ ବ୍ଲାକ୍‌ମେଲ୍‌ କରିଥିଲା। ଲୋକ ଲଜ୍ଜା ଭୟରେ ଇଞ୍ଜିନିୟର ଜଣକ ତାଙ୍କ ପାଖକୁ ଟଙ୍କା ପଠାଇଥିଲେ। ବିଭିନ୍ନ କିସ୍ତିରେ ଇଞ୍ଜିନିୟର ଜଣକ ୨୫ ଲକ୍ଷ ଟଙ୍କା ପଠାଇଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ରଥଖଳାରେ ଶୋକର ଛାୟା: ତାଳଧ୍ୱଜ ରଥ ନିର୍ମାଣକାରୀ ଭୋଇ ସେବାୟତଙ୍କ ହୃଦଘାତରେ ମୃତ୍ୟୁ

ବାରମ୍ବାର ଟଙ୍କା ପଠାଇ ହୀନସ୍ତା ହେବା ପରେ ଶେଷରେ ସାଇବର ଥାନାର ଦ୍ୱାରସ୍ଥ ହୋଇଥିଲେ ଇଂଜିନିୟର। ତାଙ୍କ ଅଭିଯୋଗ ଆଧାରରେ ସାଇବର ଥାନା ପୋଲିସ ମାମଲା ରୁଜୁ କରି ଇଞ୍ଜିନିୟରଙ୍କ ମୋବାଇଲ୍‌ରେ ଥିବା ସବୁ ଆକାଉଣ୍ଟକୁ ବନ୍ଦ କରିଛନ୍ତି। ଏଥିସହ କଲ୍‌ କେଉଁଠୁ ଆସୁଥିଲା, ସେ ନେଇ ତାହା ତଦନ୍ତ ଆରମ୍ଭ କରିଛି ପୋଲିସ। ତେବେ ରାଜଧାନୀରେ ଏହି ମାୟାବିନୀଙ୍କ ମାୟାଜାଲ ବୃଦ୍ଧି ପାଇବାରେ ଲାଗିଛି। ଭୁବନେଶ୍ଵରରେ ହେଉଥିବା ସାଇବର୍ ଠକେଇ ମଧ୍ୟରୁ ୩୦ ପ୍ରତିଶତ ଲୋକ ନ୍ୟୁଡ୍ କଲ୍ ଯୋଗୁଁ ଠକେଇର ଶିକାର ହେଉଛନ୍ତି। ଏନେଇ ସାଇବର୍ ଥାନାରୁ ସୂଚନା ମିଳିଛି।

01 Aug 2022 By The Sakala

ରାଜଧାନୀରେ ନ୍ୟୁଡ୍ କଲ୍ କରି ଇଞ୍ଜିନିୟରଙ୍କଠାରୁ ଲୁଟିଲେ ୨୫ ଲକ୍ଷ ଟଙ୍କା

ଭୁବନେଶ୍ୱର: ସାବଧାନ, ନ୍ୟୁଡ୍ ଭିଡିଓ କଲ୍‌ କରି ଠକୁଛନ୍ତି ସାଇବର ଠକ। ରାଜ୍ୟରେ ଦିନକୁ ଦିନ ସାଇବର ଠକେଇ ବୃଦ୍ଧି ପାଉଥିବା ବେଳେ ଏବେ ଏହାର ଶିକାର ହୋଇଛନ୍ତି ରାଜଧାନୀ ଭୁବନେଶ୍ୱରର ଜଣେ ଇଞ୍ଜିନିୟର । ନ୍ୟୁଡ୍ କଲ କରି ଇଞ୍ଜିନିୟରଙ୍କଠାରୁ ୨୫ ଲକ୍ଷ ଟଙ୍କା ଲୁଟିନେଲେ ସାଇବର ଠକ । ରାଜଧାନୀର ଜଣେ ଇଞ୍ଜିନିୟର ଠକାମୀର ଶିକାର ହୋଇଥିବା ନେଇ ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ସାଇବର ଥାନା ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ସୂଚନା ଅନୁସାରେ, ନଗ୍ନ ନାୟିକା ଜଣକ ଇଞ୍ଜିନିୟରଙ୍କ ପାଖକୁ ହ୍ୱାଟ୍ସଆପ୍‌ରେ ହାଏ ଲେଖି ପଠାଇଥିଲେ। ଇଞ୍ଜିନିୟର ଜଣକ ଆକାଉଣ୍ଟକୁ ଯାଞ୍ଚ ନକରି ତାଙ୍କ ସହିତ ଭିଡିଓ ଚାଟ୍‌ କରିଥିଲେ। କିଛି ସମୟ ପରେ ତାଙ୍କ ପାଖକୁ ଏକ ନଗ୍ନ ଭିଡିଓ ଆସିଥିଲେ। ସେଥିରେ ଇଞ୍ଜିନିୟରଙ୍କ ଭିଡିଓ ଚାଟ୍‌କୁ ଜଣେ ନାୟିକାଙ୍କ ନଗ୍ନ ଭିଡ଼ିଓ ସହିତ ଆଟାଚ୍‌ କରାଯାଇଥିବା ଦେଖିବାକୁ ମିଳିଥିଲା। ସେହି ଭିଡିଓ ଦେଖିବା ପରେ ଇଞ୍ଜିନିୟର ଭୟଭୀତ ହୋଇଯାଇଥିଲେ । ଲୋକ ଲଜ୍ଜା ଭୟରେ କାହାକୁ କିଛି ନକହି ଚୁପ୍‌ ରହିଥିଲେ।

ପରେ ସଂପୃକ୍ତ ଇଞ୍ଜିନିୟରଙ୍କ ପାଖକୁ ଗୋଟିଏ ଫୋନ୍‌ କଲ୍‌ ଆସିଥିଲା। ଫୋନ୍‌ କରିଥିବା ବ୍ୟକ୍ତି ନିଜକୁ ସିବିଆଇ ଅଫିସର ବିକ୍ରମ ରାଠୋର ବୋଲି ପରିଚୟ ଦେଇଥିଲା । ଘର ଦିଲ୍ଲୀରେ ବୋଲି କହିବା ସହ ସେହି ନଗ୍ନ ଭିଡିଓ ଦେଖାଇ ଇଞ୍ଜିନିୟରଙ୍କୁ ବ୍ଲାକ୍‌ମେଲ୍‌ କରିଥିଲା। ଲୋକ ଲଜ୍ଜା ଭୟରେ ଇଞ୍ଜିନିୟର ଜଣକ ତାଙ୍କ ପାଖକୁ ଟଙ୍କା ପଠାଇଥିଲେ। ବିଭିନ୍ନ କିସ୍ତିରେ ଇଞ୍ଜିନିୟର ଜଣକ ୨୫ ଲକ୍ଷ ଟଙ୍କା ପଠାଇଥିବା ଜଣାପଡ଼ିଛି।

ବାରମ୍ବାର ଟଙ୍କା ପଠାଇ ହୀନସ୍ତା ହେବା ପରେ ଶେଷରେ ସାଇବର ଥାନାର ଦ୍ୱାରସ୍ଥ ହୋଇଥିଲେ ଇଂଜିନିୟର। ତାଙ୍କ ଅଭିଯୋଗ ଆଧାରରେ ସାଇବର ଥାନା ପୋଲିସ ମାମଲା ରୁଜୁ କରି ଇଞ୍ଜିନିୟରଙ୍କ ମୋବାଇଲ୍‌ରେ ଥିବା ସବୁ ଆକାଉଣ୍ଟକୁ ବନ୍ଦ କରିଛନ୍ତି। ଏଥିସହ କଲ୍‌ କେଉଁଠୁ ଆସୁଥିଲା, ସେ ନେଇ ତାହା ତଦନ୍ତ ଆରମ୍ଭ କରିଛି ପୋଲିସ। ତେବେ ରାଜଧାନୀରେ ଏହି ମାୟାବିନୀଙ୍କ ମାୟାଜାଲ ବୃଦ୍ଧି ପାଇବାରେ ଲାଗିଛି। ଭୁବନେଶ୍ଵରରେ ହେଉଥିବା ସାଇବର୍ ଠକେଇ ମଧ୍ୟରୁ ୩୦ ପ୍ରତିଶତ ଲୋକ ନ୍ୟୁଡ୍ କଲ୍ ଯୋଗୁଁ ଠକେଇର ଶିକାର ହେଉଛନ୍ତି। ଏନେଇ ସାଇବର୍ ଥାନାରୁ ସୂଚନା ମିଳିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର