ଚିନ୍ତା ବଢାଇଲେ ବିଦେଶ ଫେରନ୍ତା : ଓମିକ୍ରନ ଆକ୍ରାନ୍ତ ରାଷ୍ଟ୍ରରୁ ଫେରିଥିବା ୨୪୬ ଜଣ ପଜିଟିଭ ଚିହ୍ନଟ, ଜିନମ ସିକ୍ୟୁଏନସିଂ ପାଇଁ ଗଲା ନମୁନା

The Sakala Picture
Published On

ଭୁବନେଶ୍ବର : ନଭେମ୍ବର ୨୪ ପରେ ପ୍ରଭାବିତ ଦେଶରୁ ରାଜ୍ୟକୁ ଫେରିଥିବା  ୨୪୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସମସ୍ତ ନମୁନା ଜେନମ ସିକ୍ବେନ୍ସିଂ ଲାଗି ଆଇଏଲଏସକୁ ଆସିଛି। ଏ ସଂପର୍କରେ ଆଇଏଲଏସ ନିର୍ଦେଶକ ଡକ୍ଟର ଅଜୟ ପରିଡ଼ା ସୂଚନା ଦେଇଛନ୍ତି। ଏହାପୂର୍ବରୁ ନଭେମ୍ବର ମାସରେ ରାଜ୍ୟକୁ ଆସିଥିବା ୧୪୧ ପଜିଟିଭ ନମୁନାର ଜିନମ ସିକ୍ୱେନ୍ସିଂ ହୋଇଥିଲା। ସେସବୁ ନମୁନାରେ ଓମିକ୍ରନ ଚିହ୍ନଟ ହୋଇନାହିଁ । କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ ହେବ ପରେ ଆକ୍ରାନ୍ତ ଦେଶ ଗୁଡିକରୁ […]

ଭୁବନେଶ୍ବର : ନଭେମ୍ବର ୨୪ ପରେ ପ୍ରଭାବିତ ଦେଶରୁ ରାଜ୍ୟକୁ ଫେରିଥିବା  ୨୪୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସମସ୍ତ ନମୁନା ଜେନମ ସିକ୍ବେନ୍ସିଂ ଲାଗି ଆଇଏଲଏସକୁ ଆସିଛି। ଏ ସଂପର୍କରେ ଆଇଏଲଏସ ନିର୍ଦେଶକ ଡକ୍ଟର ଅଜୟ ପରିଡ଼ା ସୂଚନା ଦେଇଛନ୍ତି। ଏହାପୂର୍ବରୁ ନଭେମ୍ବର ମାସରେ ରାଜ୍ୟକୁ ଆସିଥିବା ୧୪୧ ପଜିଟିଭ ନମୁନାର ଜିନମ ସିକ୍ୱେନ୍ସିଂ ହୋଇଥିଲା। ସେସବୁ ନମୁନାରେ ଓମିକ୍ରନ ଚିହ୍ନଟ ହୋଇନାହିଁ ।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ ହେବ ପରେ ଆକ୍ରାନ୍ତ ଦେଶ ଗୁଡିକରୁ ବର୍ତ୍ତମାନ ସୁଦ୍ଧାରାଜ୍ୟକୁ ପ୍ରାୟ ୮୦୦ରୁ ଉର୍ଦ୍ଧ୍ବଲୋକ ଫେରିଛନ୍ତି। ସେମାନଙ୍କ ମଧ୍ୟରୁ ୨୪୬ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ କିଏ ଓମିକ୍ରନ ଆକ୍ରାନ୍ତ ଅଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇପାରି ନାହିଁ। ଏଥିନିମନ୍ତେ ଉକ୍ତ ୨୪୬ ପଜିଟିଭଙ୍କ ସାମ୍ପଲ ଜିନମ ସିକ୍ୟୁଏନସିଂ ପାଇଁ ଭୁବନେଶ୍ୱର ଆଇଏଲ୍ଏସ୍ ପଠାଯାଇଥିବା ସୂଚନା ମିଳିଛି। ଏଯାଏ ରାଜ୍ୟରେ ଜଣେ ବି ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇନ ଥିବା ବେଳେ ୨୪୬ ବିଦେଶୀ ପଜିଟିଭ ଚିହ୍ନଟ ହେବା ପରେ ରାଜ୍ୟବାସୀଙ୍କ ଛାତିରେ ଛନକା ପଶିଛି। ଏହି ଆକ୍ରାନ୍ତଙ୍କ ନମୁନା ଜିନମ ସିକ୍ୟୁଏନସିଂ ହେବା ପରେ ଆସନ୍ତା ଶୁକ୍ରବାର ଆସିଯିବ ରିପୋର୍ଟ। ଏହାପରେ ରାଜ୍ୟରେ କେହି ଓମିକ୍ରନ ଆକ୍ରାନ୍ତ ପ୍ରବେଶ କରିଛନ୍ତି ନା ନାହିଁ ତାହା ସ୍ପଷ୍ଟ ହୋଇଯିବ ।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଶିକ୍ଷକଙ୍କୁ ମିଳିବନି ସମ୍ମାନ; ଅନିର୍ଦ୍ଦିଷ୍ଟ କାଳ ଘୁଞ୍ଚିଲା ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମାରୋହ

ଅନ୍ୟପଟେ ଦେଶରେ ଯେଉଁଭଳି ଭାବେ କୋଭିଡ଼ ସଂକ୍ରମଣ ମାମଲା ବଢିଚାଲିଛି, ତା ଭିତରେ ଓମିକ୍ରମ ମାମଲା ଭୟ ବଢାଇଦେଇଛି । ମହାରାଷ୍ଟ୍ରରେ ସର୍ବାଧିକ ମାମଲା ଚିହ୍ନଟ ହୋଇଛି । ଏହାରି ଭିତରେ ତୃତୀୟ ପ୍ରବାହ ଭାବେ ଓମିକ୍ରନ ଭାରତରେ ପ୍ରବେଶ କରିବ ବୋଲି ଆଇଆଇଟି କାନପୁରର ପ୍ରଫେସର ମଣୀନ୍ଦ୍ର ଅଗ୍ରୱାଲ ଓମିକ୍ରନ ଭାରିଆଣ୍ଟକୁ ନେଇ ଏପରି ବିସ୍ମୟକର ବୟାନ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଲା ବିଜେଡି, '୩ ମାସ ପରେ ମଧ୍ୟ ତ୍ରୁଟିଶୂନ୍ୟ ପୁସ୍ତକ ପ୍ରଦାନରେ ରାଜ୍ୟ ସରକାର ବିଫଳ'

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର