ରାଜଧାନୀବାସୀଙ୍କୁ ମିଳିବ ନିରବଛିନ୍ନ ୨୪ ଘଣ୍ଟିଆ ପାନୀୟ ଜଳ: ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ବିଧାୟକ ଓ ମେୟର

The Sakala Picture
Published On

ଭୁବନେଶ୍ୱର: ରାଜଧାନୀବାସୀଙ୍କୁ ମିଳିବ ନିରବଛିନ୍ନ ୨୪ ଘଣ୍ଟିଆ ଓ ଡ୍ରିଙ୍କ ଫ୍ରମ ଟ୍ୟାପ ମାନର ପାନୀୟ ଜଳ । କଟକର ମୁଣ୍ଡୁଳି ଠାରେ ୧୩୦ ଏମଏଲଡି ଜଳ ବିଶୋଧନଗାର ନିର୍ମାଣ ପାଇଁ ୨୮୬ କୋଟି ୭୩ ଲକ୍ଷ ୨୨ ହଜାର ୧୪୨ ଟଙ୍କା ଖର୍ଚ୍ଚ ହେବ । ଏହି ନିର୍ମାଣ କାମ ପାଇଁ ମେସର୍ସ ଏଲସି ଇନଫ୍ରା ପ୍ରୋଜେକ୍ଟ ଦାୟିତ୍ୱ ନେଇଥିବା ବେଳେ ଗତକାଲି ଏହି ଟେଣ୍ଡର ପ୍ରକ୍ରିୟାକୁ ରାଜ୍ୟ କ୍ୟାବିନେଟରେ ଅନୁମୋଦନ ମିଳିଛି । ଏହି […]

ଭୁବନେଶ୍ୱର: ରାଜଧାନୀବାସୀଙ୍କୁ ମିଳିବ ନିରବଛିନ୍ନ ୨୪ ଘଣ୍ଟିଆ ଓ ଡ୍ରିଙ୍କ ଫ୍ରମ ଟ୍ୟାପ ମାନର ପାନୀୟ ଜଳ । କଟକର ମୁଣ୍ଡୁଳି ଠାରେ ୧୩୦ ଏମଏଲଡି ଜଳ ବିଶୋଧନଗାର ନିର୍ମାଣ ପାଇଁ ୨୮୬ କୋଟି ୭୩ ଲକ୍ଷ ୨୨ ହଜାର ୧୪୨ ଟଙ୍କା ଖର୍ଚ୍ଚ ହେବ । ଏହି ନିର୍ମାଣ କାମ ପାଇଁ ମେସର୍ସ ଏଲସି ଇନଫ୍ରା ପ୍ରୋଜେକ୍ଟ ଦାୟିତ୍ୱ ନେଇଥିବା ବେଳେ ଗତକାଲି ଏହି ଟେଣ୍ଡର ପ୍ରକ୍ରିୟାକୁ ରାଜ୍ୟ କ୍ୟାବିନେଟରେ ଅନୁମୋଦନ ମିଳିଛି । ଏହି ପ୍ରକଳ୍ପ ୨୦୩୮ ପର୍ଯ୍ଯନ୍ତ ଭୁବନେଶ୍ୱରର ସମସ୍ତ ପରିବାରକୁ ୨୪ ଘଣ୍ଟିଆ ଡ୍ରିଙ୍କ ଫ୍ରମ ଟ୍ୟାପ ମାନର ଜଳ ଯୋଗାଣରେ ସହାୟକ ହେବ ।

ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ: ଦ୍ରୁତ ଗତିରେ ଆସି ଏକାଧିକ ଗାଡ଼ିକୁ ଧକ୍କା ଦେଲା ବିଳାସପୂର୍ଣ୍ଣ କାର୍, ୫ ଆହତ

ଏହି ପ୍ରକଳ୍ପ କାମ ୨୦୨୫ ମାର୍ଚ୍ଚ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହାକୁ ରାଜ୍ୟ କ୍ୟାବିନେଟରେ ଅନୁମୋଦନ ମିଳିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଧାୟକ ଓ ବିଏମସି ମେୟର । ଏ ନେଇ ପାନ୍ଥ ନିବାସରେ ଏକ ସାମ୍ବାଦିକ ସମିଳନୀରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ସୁଶାନ୍ତ ରାଉତ, ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ମେୟର ସୁଲୋଚନା ଦାସ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରସ୍ତାବ ଦେଇଥିଲେ ।

ଆହୁରି ପଢ଼ନ୍ତୁ: ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର