ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଆତ୍ମସମର୍ପଣ କଲେ ୨୨ ଜଣ ନକ୍ସଲ, ନାଁରେ ଥିଲା ୨ କୋଟିର ପୁରସ୍କାର

Madhusudan Das Picture
Published On

ମାଲକାନଗିରି: ଭୁଶୁଡୁଛି ଲାଲ୍ ଗଡ଼ । ପୋଲିସ ମହାନିର୍ଦ୍ଦେଶକଙ୍କ ପାଖରେ ଆତ୍ମସମର୍ପଣ କଲେ ୨୨ ଜଣ ନକ୍ସଲ । ହିଂସା ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି ଏହି ନକ୍ସଲମାନେ । ୯ଟି ବନ୍ଧୁକ, ୧୪ଟି ଟିଫିନ୍ ବୋମା, ବନ୍ଧୁକ-ଗୁଳି, ବିସ୍ଫୋରକ ଓ ଅନ୍ୟାନ୍ୟ ସାମଗ୍ରୀ ସହ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ୨୨ ମାଓବାଦୀ। ଏମାନଙ୍କ ମଧ୍ୟରେ ୨ଜଣ ଆନ୍ଧ୍ର ଓଡିଶା ବୋର୍ଡର ଜୋନାଲ କମିଟିର ସଦସ୍ୟ ହୋଇଥିବା ବେଳେ ୨୦ଜଣ ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର ସଦସ୍ୟ ରହିଛନ୍ତି । ଏମାନଙ୍କ ମଧ୍ୟରେ କୁଖ୍ୟାତ ମାଓ ନେତା ଡିସିଏମ ଲିଙ୍ଗେ ମଧ୍ୟ ସାମିଲ ଅଛି । ବହୁ ବଡ଼ ବଡ଼ ମାଓ ହିଂସାକାଣ୍ଡରେ ଏମାନେ ସାମିଲ ଥିଲେ । ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ନାଁରେ ଥିଲା ୨ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ପୁରସ୍କାର । 

ଆହୁରି ପଢ଼ନ୍ତୁ: ପ୍ରେମିକାକୁ ହତ୍ୟା କରି ଦୁର୍ଘଟଣା ରୂପ ଦେଇଥିଲା ପ୍ରେମିକ, ବାନ୍ଧିଲା ପୋଲିସ

ପୋଲିସ ଡିଜି ୱାଇ ବି ଖୁରାନିଆଙ୍କ ସମ୍ମୁଖରେ ଏହି ମାଓବାଦୀ ମାନେ ଆତ୍ମସମର୍ପଣ କରିଛନ୍ତି । ଏନେଇ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ପୋଲିସ ଡିଜି, ଡ଼ିଆଇଜି କନୱର ଵିଶାଲ ସିଂ, ମାଲକାନଗିରି ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ, ମାଲକାନଗିରି ଏସପି ବିନୋଦ ପାଟିଲ ଏଚ ଓ ଅନ୍ୟ ପୋଲିସ ଅଧିକାରୀ ଉପସ୍ଥିତ ଏକ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହିଥିଲେ। ମାଓ ସଙ୍ଗଠନ ନିଜର ଶେଷ ନିଶ୍ୱାସ ନେଉଥିବା ବେଳେ ଅନ୍ୟ ଯେଉଁମାନେ ମାଓ ସଙ୍ଗଠନରେ ଅଛନ୍ତି ସେମାନଙ୍କୁ ମଧ୍ୟ ପୋଲିସ ଡିଜି ଆତ୍ମସମର୍ପଣ ପାଇଁ ଆବାହନ କରିଛନ୍ତି । ହିଂସାର ପଥ ଛାଡି ଆତ୍ମସମର୍ପଣ କରିଲେ ସରକାରୀ ସ୍ତରରେ ସେମାନଙ୍କୁ ବିଭିନ୍ନ ସହାୟତା ପ୍ରଦାନ ସହ ଥଇଥାନ କରାଯିବ ବୋଲି ପୋଲିସ ଡିଜି କହିଛନ୍ତି ।

ଆହୁରି ପଢ଼ନ୍ତୁ: ମୟୂରଭଞ୍ଜରେ ଲଜ୍ଜ୍ୟା; ନାବାଳିକାକୁ ଟେକିନେଇ ଗଣଦୁଷ୍କର୍ମ ଅଭିଯୋଗ, ୩ ଅଟକ

23 Dec 2025 By Madhusudan Das

ଆତ୍ମସମର୍ପଣ କଲେ ୨୨ ଜଣ ନକ୍ସଲ, ନାଁରେ ଥିଲା ୨ କୋଟିର ପୁରସ୍କାର

ମାଲକାନଗିରି: ଭୁଶୁଡୁଛି ଲାଲ୍ ଗଡ଼ । ପୋଲିସ ମହାନିର୍ଦ୍ଦେଶକଙ୍କ ପାଖରେ ଆତ୍ମସମର୍ପଣ କଲେ ୨୨ ଜଣ ନକ୍ସଲ । ହିଂସା ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି ଏହି ନକ୍ସଲମାନେ । ୯ଟି ବନ୍ଧୁକ, ୧୪ଟି ଟିଫିନ୍ ବୋମା, ବନ୍ଧୁକ-ଗୁଳି, ବିସ୍ଫୋରକ ଓ ଅନ୍ୟାନ୍ୟ ସାମଗ୍ରୀ ସହ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ୨୨ ମାଓବାଦୀ। ଏମାନଙ୍କ ମଧ୍ୟରେ ୨ଜଣ ଆନ୍ଧ୍ର ଓଡିଶା ବୋର୍ଡର ଜୋନାଲ କମିଟିର ସଦସ୍ୟ ହୋଇଥିବା ବେଳେ ୨୦ଜଣ ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର ସଦସ୍ୟ ରହିଛନ୍ତି । ଏମାନଙ୍କ ମଧ୍ୟରେ କୁଖ୍ୟାତ ମାଓ ନେତା ଡିସିଏମ ଲିଙ୍ଗେ ମଧ୍ୟ ସାମିଲ ଅଛି । ବହୁ ବଡ଼ ବଡ଼ ମାଓ ହିଂସାକାଣ୍ଡରେ ଏମାନେ ସାମିଲ ଥିଲେ । ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ନାଁରେ ଥିଲା ୨ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ପୁରସ୍କାର । 

ପୋଲିସ ଡିଜି ୱାଇ ବି ଖୁରାନିଆଙ୍କ ସମ୍ମୁଖରେ ଏହି ମାଓବାଦୀ ମାନେ ଆତ୍ମସମର୍ପଣ କରିଛନ୍ତି । ଏନେଇ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ପୋଲିସ ଡିଜି, ଡ଼ିଆଇଜି କନୱର ଵିଶାଲ ସିଂ, ମାଲକାନଗିରି ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ, ମାଲକାନଗିରି ଏସପି ବିନୋଦ ପାଟିଲ ଏଚ ଓ ଅନ୍ୟ ପୋଲିସ ଅଧିକାରୀ ଉପସ୍ଥିତ ଏକ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହିଥିଲେ। ମାଓ ସଙ୍ଗଠନ ନିଜର ଶେଷ ନିଶ୍ୱାସ ନେଉଥିବା ବେଳେ ଅନ୍ୟ ଯେଉଁମାନେ ମାଓ ସଙ୍ଗଠନରେ ଅଛନ୍ତି ସେମାନଙ୍କୁ ମଧ୍ୟ ପୋଲିସ ଡିଜି ଆତ୍ମସମର୍ପଣ ପାଇଁ ଆବାହନ କରିଛନ୍ତି । ହିଂସାର ପଥ ଛାଡି ଆତ୍ମସମର୍ପଣ କରିଲେ ସରକାରୀ ସ୍ତରରେ ସେମାନଙ୍କୁ ବିଭିନ୍ନ ସହାୟତା ପ୍ରଦାନ ସହ ଥଇଥାନ କରାଯିବ ବୋଲି ପୋଲିସ ଡିଜି କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର