ଶ୍ରୀମନ୍ଦିରକୁ ୨ କୁଇଣ୍ଟାଲ ଚନ୍ଦନ କାଠ ଦେଲେ ଭକ୍ତ

The Sakala Picture
Published On

ପୁରୀ: ମହାପ୍ରଭୁଙ୍କ ସେବା ଭାଗ୍ୟରେ ଥିଲେ ମିଳେ। କିନ୍ତୁ ଏହି ସୁଯୋଗ ସମସ୍ତଙ୍କୁ ମିଳି ନ ଥାଏ। ହେଲେ ଏମିତି କିଛି ଭକ୍ତ ଅଛନ୍ତି ଯେଉଁମାନେ ବିଶ୍ୱନିୟନ୍ତାଙ୍କ ପାଇଁ ଯଦି ସାମାନ୍ୟତମ ସହଯୋଗ ପ୍ରଦାନ କରନ୍ତି ସେଥିରେ ସେ କୃତାର୍ଥ ହୋଇଥାନ୍ତି। ଏଭଳି ମାନସିକତା ଯୋଗୁ ଶ୍ରୀମନ୍ଦିରକୁ ବିଭିନ୍ନ ସମୟରେ ସୁନା, ରୁପା, ଟଙ୍କା ଇତ୍ୟାଦି ଦାନ ଆକାରରେ ଆସିଥାଏ। ମହାପ୍ରଭୁଙ୍କ ପ୍ରତି ଏମିତି ଗଭୀର ଭକ୍ତି ଓ ବିଶ୍ୱାସ ରଖିଥିବା ଜଣେ ଭକ୍ତ ଗୁରୁବାର ଶ୍ରୀମନ୍ଦିରକୁ […]

ପୁରୀ: ମହାପ୍ରଭୁଙ୍କ ସେବା ଭାଗ୍ୟରେ ଥିଲେ ମିଳେ। କିନ୍ତୁ ଏହି ସୁଯୋଗ ସମସ୍ତଙ୍କୁ ମିଳି ନ ଥାଏ। ହେଲେ ଏମିତି କିଛି ଭକ୍ତ ଅଛନ୍ତି ଯେଉଁମାନେ ବିଶ୍ୱନିୟନ୍ତାଙ୍କ ପାଇଁ ଯଦି ସାମାନ୍ୟତମ ସହଯୋଗ ପ୍ରଦାନ କରନ୍ତି ସେଥିରେ ସେ କୃତାର୍ଥ ହୋଇଥାନ୍ତି। ଏଭଳି ମାନସିକତା ଯୋଗୁ ଶ୍ରୀମନ୍ଦିରକୁ ବିଭିନ୍ନ ସମୟରେ ସୁନା, ରୁପା, ଟଙ୍କା ଇତ୍ୟାଦି ଦାନ ଆକାରରେ ଆସିଥାଏ। ମହାପ୍ରଭୁଙ୍କ ପ୍ରତି ଏମିତି ଗଭୀର ଭକ୍ତି ଓ ବିଶ୍ୱାସ ରଖିଥିବା ଜଣେ ଭକ୍ତ ଗୁରୁବାର ଶ୍ରୀମନ୍ଦିରକୁ ପ୍ରାୟ ୨ କୁଇଣ୍ଟାଲ ଚନ୍ଦନ କାଠ ପ୍ରଦାନ କରିଛନ୍ତି। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳର ଆର୍ତ୍ତତ୍ରାଣ ରଥ ନିଜ ଘର ବାଡ଼ିରେ ଥିବା ପୁରୁଣା ଚନ୍ଦନ ଗଛ କାଟି ଏହାର କାଠ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଯୁବ ବିଜେପି ନେତା ପ୍ରକାଶ ପାଶୱାନଙ୍କ ବେଆଇନ୍ ଅଫିସ ଭାଙ୍ଗିଲା ବନ ବିଭାଗ

ଆର୍ତ୍ତତ୍ରାଣ ଏଥିପାଇଁ ପ୍ରାୟ ୨ ବର୍ଷ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ସହ ଯୋଗାଯୋଗରେ ଥିଲେ। ଅନୁମତି ମିଳିବା ପରେ ସ୍ଥାନୀୟ ବନ ବିଭାଗ ସହାୟତାରେ ଜଙ୍ଗଲ ନିୟମ ଅନୁଯାୟୀ ଏହି ଗଛ କଟାଯାଇଥିଲା। ଏହାକୁ ସାଇଜ କରାଯାଇ ଗାଡ଼ି ଯୋଗେ ଗୁରୁବାର ଅପରାହ୍ନରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରେ ପହଞ୍ଚାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାଶ, ଶ୍ରୀମନ୍ଦିର ରାଜସ୍ୱ ଉପପ୍ରଶାସକ ସୁବ୍ରତ କୁମାର ବେହେରା ପ୍ରମୁଖଙ୍କ ଉପସ୍ଥିତିରେ ଏହି କାଠ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯାଇଛି। ଏହା ମହାପ୍ରଭୁଙ୍କ ଦୈନନ୍ଦିନ ସେବାପୂଜାରେ ଲାଗିବ। ଏଥିରେ ଉକ୍ତ ଗଛର ଗଣ୍ଡି ଅଂଶର ୧୭ ଖଣ୍ଡ, ଶାଖା ୨୨, ମୂଳ ୯ ଖଣ୍ଡ ଏବଂ କାଟିବା ବେଳେ ବାହାରିଥିବା ୩ କିଗ୍ରା ଛେଲି ରହିଛି। ଆର୍ତ୍ତାତ୍ରାଣଙ୍କ ପୁଅ ସକଳେଶ୍ୱର ରଥ, ଖଲ୍ଲିକୋଟ ରେଞ୍ଜର ସିଦ୍ଧାର୍ଥ ଶଙ୍କର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଥାଉ କି, ରଥ ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚନ୍ଦନ ଚାରା ବଣ୍ଟନ କରିଛନ୍ତି।

ଆହୁରି ପଢ଼ନ୍ତୁ: ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଲା ବିଜେଡି, '୩ ମାସ ପରେ ମଧ୍ୟ ତ୍ରୁଟିଶୂନ୍ୟ ପୁସ୍ତକ ପ୍ରଦାନରେ ରାଜ୍ୟ ସରକାର ବିଫଳ'

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର