ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଗ୍ୟାଙ୍ଗଷ୍ଟର ହାଇଦର ଏନକାଉଣ୍ଟର ସ୍ଥଳରୁ ୨ଟି ଖୋକା ଜବତ କଲା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍

The Sakala Picture
Published On

ବାଲେଶ୍ୱର: ଗତକାଲି ବାଲେଶ୍ୱର ସିମୁଳିଆ ନିକଟରେ ଗ୍ୟାଙ୍ଗଷ୍ଟର ହାଇଦରକୁ ଏନକାଉଣ୍ଟର କରାଯିବାପରେ ଆଜି ଘଟଣାସ୍ଥଳରୁ ଦୁଇଟି ଖୋକା ମିଳିଛି । ବାଲେଶ୍ୱର ଏସ୍‌ଡିପିଓ ଶ୍ରୀହର୍ସ ମିଶ୍ର ଓ ଆଡିସନାଲ ଡିସିପି ପ୍ରମୋଦ ରଥ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ପରେ ୨ଟି ଖୋକା ଜବତ ହୋଇଛି। ସେପଟେ ହାଇଦରର ମୃତ୍ୟୁ ପରେ କେନ୍ଦ୍ରାପଡାରେ ହାଇଆଲର୍ଟ। ଗତକାଲି ରାତି ୧୧ଟାରୁ ୩୦ ତାରିଖ ଦିନ ୧୧ଟା ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି। ବାରିମୁଳ, କପଳେଶ୍ୱର, ଗୁଲନଗର ଏବଂ […]

ବାଲେଶ୍ୱର: ଗତକାଲି ବାଲେଶ୍ୱର ସିମୁଳିଆ ନିକଟରେ ଗ୍ୟାଙ୍ଗଷ୍ଟର ହାଇଦରକୁ ଏନକାଉଣ୍ଟର କରାଯିବାପରେ ଆଜି ଘଟଣାସ୍ଥଳରୁ ଦୁଇଟି ଖୋକା ମିଳିଛି । ବାଲେଶ୍ୱର ଏସ୍‌ଡିପିଓ ଶ୍ରୀହର୍ସ ମିଶ୍ର ଓ ଆଡିସନାଲ ଡିସିପି ପ୍ରମୋଦ ରଥ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ପରେ ୨ଟି ଖୋକା ଜବତ ହୋଇଛି। ସେପଟେ ହାଇଦରର ମୃତ୍ୟୁ ପରେ କେନ୍ଦ୍ରାପଡାରେ ହାଇଆଲର୍ଟ। ଗତକାଲି ରାତି ୧୧ଟାରୁ ୩୦ ତାରିଖ ଦିନ ୧୧ଟା ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି। ବାରିମୁଳ, କପଳେଶ୍ୱର, ଗୁଲନଗର ଏବଂ ଜାମଧରରେ ୧୪୪ ଧାରା ଜାରି କରାଯାଇଛି । ଏହି ସମୟରେ ସୁରକ୍ଷା ବ୍ୟବସ୍ଥା କଡାକଡି ରହିବ।

ଆହୁରି ପଢ଼ନ୍ତୁ: ଆର୍ଥିକ ଅନଟନରେ ଶିକ୍ଷାର ଆଲୁଅ ଖୋଜୁଛନ୍ତି ମାନସ; +୩ ଆଡମିସନ୍‌ ପାଇଁ ପରଘରେ ମୂଲ ଲାଗୁଛନ୍ତି

ଏପଟେ ଆଜି ଗ୍ୟାଙ୍ଗଷ୍ଟର ହାଇଦରର ଶବ ବ୍ୟବଚ୍ଛେଦ କରାଯିବ। ହାଇଦରର ମୃତ୍ୟୁ ପରେ କେନ୍ଦ୍ରାପଡାରେ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସର କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସହରର ପୁରୁଣା ବସଷ୍ଟାଣ୍ଡ, ନୂଆ ବସଷ୍ଟାଣ୍ଡ, ବଡହାଟ, ତିନି ମୁହାଣୀ, ଗରାପୁର, ରଣପଡ଼ା, ପେଟ୍ରୋଲ ପମ୍ପ ଛକ ଆଦି ସ୍ଥାନରେ ଚାରି ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ପ୍ରତ୍ୟେକ ସ୍ଥାନରେ ଚେକିଂକୁ କଡାକଡି କରାଯାଇଛି । ସହରର ପରିସ୍ଥିତି ଉପରେ ପୋଲିସ କଡା ନଜର ରଖିଛି। ଗତକାଲି ଗ୍ୟାଙ୍ଗଷ୍ଟର ହାଇଦରକୁ କଟକରୁ ବାରିପଦା ଜେଲକୁ ସ୍ଥାନାନ୍ତରିତ କରାଯାଉଥିଲା।

ଆହୁରି ପଢ଼ନ୍ତୁ: ଯୁବକଙ୍କୁ ଅବକାରୀ ବିଭାଗର ଥାର୍ଡ ଡିଗ୍ରୀ ଘଟଣା: ଦୁଇ ଅଧିକାରୀଙ୍କୁ ନିଲମ୍ବିତ କଲେ କମିଶନର

ସୂଚନା ମୁତାବକ, ଅପରାହ୍ନ ପାଖାପାଖି ୩ଟା ୨୦ରେ ପରିସ୍ରା ବାହାନାରେ ସିମୁଳିଆ ନିକଟରେ ପୋଲିସ ଭ୍ୟାନରୁ ଓହ୍ଲାଇଥିଲା ହାଇଦର। ଆଗରେ ଥିବା ଏସକର୍ଟ ଟିମ ପାଖରେ ମଧ୍ୟ ଜଗି ରହିଥିଲା। ସେତିକି ବେଳେ ଜଣେ ପୋଲିସ କର୍ମଚାରୀଙ୍କ ଠାରୁ ବନ୍ଧୁକ ଛଡାଇ ଗୁଳି ଚଳାଇ ଖସି ଯିବାକୁ ଚେଷ୍ଟା କରିଥିଲା ହାଇଦର । ଏତିକିବେଳେ ତାକୁ କାବୁ କରିବାକୁ ଏସକର୍ଟ ଟିମ୍ ଉଦ୍ୟମ କରିଥିଲା । ସବୁ ପ୍ରୟାସ ସତ୍ତ୍ୱେ ହାଇଦର ଫେରାର ହେବାକୁ ଜୋରଦାର ପ୍ରୟାଶ କରିଥିଲା। ଶେଷରେ ପୋଲିସ ବାଧ୍ୟ ହୋଇ ଗୁଳି ଚଳାଇଥିଲା । ଏଥିରେ ହାଇଦର ଦେହରେ ଚାରୋଟି ଗୁଳି ବାଜିଥିଲା। ଦୁଇଟି ଛାତିରେ, ଗୋଟିଏ ବାମ ହାତରେ, ଅନ୍ୟ ଗୁଳିଟି ଅଣ୍ଟା ତଳେ ବାଜିଥିବା ସୂଚନା ରହିଛି। ଫାଇରିଂ ପରେ ହାଇଦରକୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ହାଇଦରକୁ ମୃତ ଘୋଷଣା କରିଥିଲେ ଡାକ୍ତର।

ଆହୁରି ପଢ଼ନ୍ତୁ: ସାମ୍ବାଦିକ ସମ୍ମିଳନୀରେ ବର୍ଷିଲେ ରଣେନ୍ଦ୍ର; କହିଲେ, ‘ଦୁଇ ବର୍ଷରେ ୫୦ ନିଷ୍ପତ୍ତିରେ ସରକାରଙ୍କ ୟୁ-ଟର୍ଣ୍ଣ’

25 Jul 2021 By The Sakala

ଗ୍ୟାଙ୍ଗଷ୍ଟର ହାଇଦର ଏନକାଉଣ୍ଟର ସ୍ଥଳରୁ ୨ଟି ଖୋକା ଜବତ କଲା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍

ବାଲେଶ୍ୱର: ଗତକାଲି ବାଲେଶ୍ୱର ସିମୁଳିଆ ନିକଟରେ ଗ୍ୟାଙ୍ଗଷ୍ଟର ହାଇଦରକୁ ଏନକାଉଣ୍ଟର କରାଯିବାପରେ ଆଜି ଘଟଣାସ୍ଥଳରୁ ଦୁଇଟି ଖୋକା ମିଳିଛି । ବାଲେଶ୍ୱର ଏସ୍‌ଡିପିଓ ଶ୍ରୀହର୍ସ ମିଶ୍ର ଓ ଆଡିସନାଲ ଡିସିପି ପ୍ରମୋଦ ରଥ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ପରେ ୨ଟି ଖୋକା ଜବତ ହୋଇଛି। ସେପଟେ ହାଇଦରର ମୃତ୍ୟୁ ପରେ କେନ୍ଦ୍ରାପଡାରେ ହାଇଆଲର୍ଟ। ଗତକାଲି ରାତି ୧୧ଟାରୁ ୩୦ ତାରିଖ ଦିନ ୧୧ଟା ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି। ବାରିମୁଳ, କପଳେଶ୍ୱର, ଗୁଲନଗର ଏବଂ ଜାମଧରରେ ୧୪୪ ଧାରା ଜାରି କରାଯାଇଛି । ଏହି ସମୟରେ ସୁରକ୍ଷା ବ୍ୟବସ୍ଥା କଡାକଡି ରହିବ।

ଏପଟେ ଆଜି ଗ୍ୟାଙ୍ଗଷ୍ଟର ହାଇଦରର ଶବ ବ୍ୟବଚ୍ଛେଦ କରାଯିବ। ହାଇଦରର ମୃତ୍ୟୁ ପରେ କେନ୍ଦ୍ରାପଡାରେ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସର କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସହରର ପୁରୁଣା ବସଷ୍ଟାଣ୍ଡ, ନୂଆ ବସଷ୍ଟାଣ୍ଡ, ବଡହାଟ, ତିନି ମୁହାଣୀ, ଗରାପୁର, ରଣପଡ଼ା, ପେଟ୍ରୋଲ ପମ୍ପ ଛକ ଆଦି ସ୍ଥାନରେ ଚାରି ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ପ୍ରତ୍ୟେକ ସ୍ଥାନରେ ଚେକିଂକୁ କଡାକଡି କରାଯାଇଛି । ସହରର ପରିସ୍ଥିତି ଉପରେ ପୋଲିସ କଡା ନଜର ରଖିଛି। ଗତକାଲି ଗ୍ୟାଙ୍ଗଷ୍ଟର ହାଇଦରକୁ କଟକରୁ ବାରିପଦା ଜେଲକୁ ସ୍ଥାନାନ୍ତରିତ କରାଯାଉଥିଲା।

ସୂଚନା ମୁତାବକ, ଅପରାହ୍ନ ପାଖାପାଖି ୩ଟା ୨୦ରେ ପରିସ୍ରା ବାହାନାରେ ସିମୁଳିଆ ନିକଟରେ ପୋଲିସ ଭ୍ୟାନରୁ ଓହ୍ଲାଇଥିଲା ହାଇଦର। ଆଗରେ ଥିବା ଏସକର୍ଟ ଟିମ ପାଖରେ ମଧ୍ୟ ଜଗି ରହିଥିଲା। ସେତିକି ବେଳେ ଜଣେ ପୋଲିସ କର୍ମଚାରୀଙ୍କ ଠାରୁ ବନ୍ଧୁକ ଛଡାଇ ଗୁଳି ଚଳାଇ ଖସି ଯିବାକୁ ଚେଷ୍ଟା କରିଥିଲା ହାଇଦର । ଏତିକିବେଳେ ତାକୁ କାବୁ କରିବାକୁ ଏସକର୍ଟ ଟିମ୍ ଉଦ୍ୟମ କରିଥିଲା । ସବୁ ପ୍ରୟାସ ସତ୍ତ୍ୱେ ହାଇଦର ଫେରାର ହେବାକୁ ଜୋରଦାର ପ୍ରୟାଶ କରିଥିଲା। ଶେଷରେ ପୋଲିସ ବାଧ୍ୟ ହୋଇ ଗୁଳି ଚଳାଇଥିଲା । ଏଥିରେ ହାଇଦର ଦେହରେ ଚାରୋଟି ଗୁଳି ବାଜିଥିଲା। ଦୁଇଟି ଛାତିରେ, ଗୋଟିଏ ବାମ ହାତରେ, ଅନ୍ୟ ଗୁଳିଟି ଅଣ୍ଟା ତଳେ ବାଜିଥିବା ସୂଚନା ରହିଛି। ଫାଇରିଂ ପରେ ହାଇଦରକୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ହାଇଦରକୁ ମୃତ ଘୋଷଣା କରିଥିଲେ ଡାକ୍ତର।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର