ଓଡିଶା ସୀମାରେ ସୁରକ୍ଷାକର୍ମୀ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ, ଦୁଇ ଯବାନ ସହିଦ

The Sakala Picture
Published On

ମାଲକାନଗିରି: ମାଲକାନଗିରି ଛତିଶଗଡ଼ ସୀମାନ୍ତ ନାରାୟଣପୁର ଜିଲ୍ଲାରେ ସୁରକ୍ଷାକର୍ମୀ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି । ମାଓବାଦୀଙ୍କ ଗୁଳିରେ ଦୁଇ ଜଣ ସୁରକ୍ଷା କର୍ମୀ ସହିଦ ହୋଇଛନ୍ତି । ନକ୍ସଲମାନେ କାଡେମେଟା କ୍ୟାମ୍ପଠାରୁ ୬୦୦ ମିଟର ଦୂରରୁ ଯବାନଙ୍କ ଉପରେ ଆକ୍ରମଣ କରିଥିଲେ। ଆକ୍ରମଣ ପରେ ସୈନିକମାନଙ୍କଠାରୁ ନକ୍ସଲମାନେ ଏକେ-୪୭ ରାଇଫଲ, ଦୁଇଟି ବୁଲେଟପ୍ରୁଫ୍ ଜ୍ୟାକେଟ୍ ଏବଂ ୱାକି ଟକି ନେଇ ପଳାଇଥିଲେ। ମିଳିଥିବା ସୂଚନା ଅନୁସାରେ, ଶୁକ୍ରବାର ମାଲକାନଗିରି-ଛତିଶଗଡ ସୀମାନ୍ତ ଜଙ୍ଗଲରେ ମାଓବାଦୀମାନେ ଲୁଚି ରହିଥିବା […]

ମାଲକାନଗିରି: ମାଲକାନଗିରି ଛତିଶଗଡ଼ ସୀମାନ୍ତ ନାରାୟଣପୁର ଜିଲ୍ଲାରେ ସୁରକ୍ଷାକର୍ମୀ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି । ମାଓବାଦୀଙ୍କ ଗୁଳିରେ ଦୁଇ ଜଣ ସୁରକ୍ଷା କର୍ମୀ ସହିଦ ହୋଇଛନ୍ତି । ନକ୍ସଲମାନେ କାଡେମେଟା କ୍ୟାମ୍ପଠାରୁ ୬୦୦ ମିଟର ଦୂରରୁ ଯବାନଙ୍କ ଉପରେ ଆକ୍ରମଣ କରିଥିଲେ। ଆକ୍ରମଣ ପରେ ସୈନିକମାନଙ୍କଠାରୁ ନକ୍ସଲମାନେ ଏକେ-୪୭ ରାଇଫଲ, ଦୁଇଟି ବୁଲେଟପ୍ରୁଫ୍ ଜ୍ୟାକେଟ୍ ଏବଂ ୱାକି ଟକି ନେଇ ପଳାଇଥିଲେ।

ଆହୁରି ପଢ଼ନ୍ତୁ: ଆଜି ଗୁରୁ ଦିବସ; ଭାରତୀୟ ସଂସ୍କୃତିରେ ଗୁରୁ-ଶିଷ୍ୟ ପରମ୍ପରା ଅକ୍ଷୁର୍ଣ୍ଣ ଓ ପବିତ୍ର

ମିଳିଥିବା ସୂଚନା ଅନୁସାରେ, ଶୁକ୍ରବାର ମାଲକାନଗିରି-ଛତିଶଗଡ ସୀମାନ୍ତ ଜଙ୍ଗଲରେ ମାଓବାଦୀମାନେ ଲୁଚି ରହିଥିବା ପୁଲିସକୁ ଖବର ମିଳିଥିଲା। କଡେନାଡ ଥାନା ଅନ୍ତର୍ଗତ କରିଆମେଟା ଜଙ୍ଗଲକୁ ଆଇଟିବିପିର ଯବାନ ମାନେ କମ୍ବିଂ ଅପରେସନ କରିଥିଲେ । ନକ୍ସଲ ମାନେ ଯବାନଙ୍କୁ ଦେଖି ଆଖି ବୁଝା ଗୁଳି ଚାଳନା କରିଥିଲେ। ନକ୍ସଲଙ୍କ ଗୁଳିରେ ଜଣେ ଏସ.ଏସ.ଆଇ ଓ ଅନ୍ୟ ଜଣେ ପ୍ଲାଟୁନ କମାଣ୍ଡର ଘଟଣା ସ୍ଥଳରେ ପ୍ରାଣ ହରାଇଛନ୍ତି। ସହିଦ ହୋଇଥିବା ସୈନିକ ଆଇଟିବିପିର ୪୫ତମ ବାଟାଲିୟନର ଇ କମ୍ପାନୀର ବୋଲି ବସ୍ତର ଆଇଜି ସୁନ୍ଦରରାଜ ପି ସୂଚନା ଦେଇଛନ୍ତି। କେତେ ମାଓବାଦୀଙ୍କ ଜୀବନ ଯାଇଛି ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ତଥ୍ୟ ମିଳିପାରି ନାହିଁ ।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୧୬କୁ ଘୁଞ୍ଚିଲା ଶୁଣାଣି

ଚାରି ଦିନ ପୂର୍ବେ ନକ୍ସଲ ପ୍ରଭାବିତ ଦାନ୍ତେଓ୍ବାଡା ଜିଲ୍ଲାର ସୁରକ୍ଷା ବାହିନୀ ତିନିଜଣ ନକ୍ସଲଙ୍କୁ ଗିରଫ କରିଥିଲେ। ଏହାର ପ୍ରତିଶୋଧ ନେବା ପାଇଁ ନକ୍ସଲମାନେ ଏହି ଆକ୍ରମଣ କରିଥାଇ ପାରନ୍ତି ବୋଲି ମନେ କରାଯାଉଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୯ ଜଣ ଯୁବ ଆଇଏଏସ୍ ଅଫିସରଙ୍କୁ ଉପ-ଜିଲ୍ଲାପାଳ ଭାବେ ନିଯୁକ୍ତି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର