ବଜ୍ରପାତରେ ଦୁଇ ମୃତ, ଜଣେ ଗୁରୁତର

The Sakala Picture
Published On

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ଭିନ୍ନ ଭିନ୍ନ ସ୍ଥାନରେ ବଜ୍ରପାତରେ ଦୁଇଜଣଙ୍କ ଜୀବନ ଯାଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି । ଆଜି ସନ୍ଧ୍ୟାରେ ଜିଲ୍ଲାର ବେତନଟୀ ଥାନା ପୁରୀଖୁଣ୍ଟା ଗାଁରେ ବଜ୍ରପାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ସୁଲୋଚନା ମହାନ୍ତ, ତାଙ୍କ ବୟସ ୪୦ରୁ ଉର୍ଦ୍ଧ ହେବ । ସେ ବିଲରେ କାମ କରୁଥିବା ବେଳେ ହଠାତ୍ ବଜ୍ରପାତ ହୋଇଥିଲା । ସେହିପରି ବୈଶିଙ୍ଗା ଥାନା କଦଳୀଆ ଗାଁରେ ମଧ୍ୟ କିଛି ବ୍ୟକ୍ତି […]

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ଭିନ୍ନ ଭିନ୍ନ ସ୍ଥାନରେ ବଜ୍ରପାତରେ ଦୁଇଜଣଙ୍କ ଜୀବନ ଯାଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି । ଆଜି ସନ୍ଧ୍ୟାରେ ଜିଲ୍ଲାର ବେତନଟୀ ଥାନା ପୁରୀଖୁଣ୍ଟା ଗାଁରେ ବଜ୍ରପାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ସୁଲୋଚନା ମହାନ୍ତ, ତାଙ୍କ ବୟସ ୪୦ରୁ ଉର୍ଦ୍ଧ ହେବ । ସେ ବିଲରେ କାମ କରୁଥିବା ବେଳେ ହଠାତ୍ ବଜ୍ରପାତ ହୋଇଥିଲା । ସେହିପରି ବୈଶିଙ୍ଗା ଥାନା କଦଳୀଆ ଗାଁରେ ମଧ୍ୟ କିଛି ବ୍ୟକ୍ତି ବିଲରେ କାମ କରୁଥିବା ବେଳେ ବଜ୍ରପାତ ହୋଇଥିଲା । ସେଠାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତକ ଜଣକ ହେଲେ ରମାକାନ୍ତ ବିନ୍ଧାଣୀ, ବୟସ ୩୬ରୁ ଉର୍ଦ୍ଧ ହେବ ବୋଲି ଜଣାପଡିଛି । ଉଭୟ ଘଟଣାରେ ୧୦୮ ଆମ୍ବୁଲାନ୍ସ ଯୋଗେ ବେତନଟୀ ଡାକ୍ତରଖାନାକୁ ୩ଜଣଙ୍କୁ ଅଣା ଯାଇଥିବାବେଳେ ସେଠାରେ ଡାକ୍ତର ୨ ଜଣଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି । ଆହତ ବ୍ୟକ୍ତିଙ୍କ ଚିକିତ୍ସା ଜାରି ରହିଛି ।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ଖରା: ୩୯.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ଜାଣନ୍ତୁ ଆଗକୁ କେମିତି ରହିବ ପାଗ

06 Jul 2021 By The Sakala

ବଜ୍ରପାତରେ ଦୁଇ ମୃତ, ଜଣେ ଗୁରୁତର

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ଭିନ୍ନ ଭିନ୍ନ ସ୍ଥାନରେ ବଜ୍ରପାତରେ ଦୁଇଜଣଙ୍କ ଜୀବନ ଯାଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି । ଆଜି ସନ୍ଧ୍ୟାରେ ଜିଲ୍ଲାର ବେତନଟୀ ଥାନା ପୁରୀଖୁଣ୍ଟା ଗାଁରେ ବଜ୍ରପାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ସୁଲୋଚନା ମହାନ୍ତ, ତାଙ୍କ ବୟସ ୪୦ରୁ ଉର୍ଦ୍ଧ ହେବ । ସେ ବିଲରେ କାମ କରୁଥିବା ବେଳେ ହଠାତ୍ ବଜ୍ରପାତ ହୋଇଥିଲା । ସେହିପରି ବୈଶିଙ୍ଗା ଥାନା କଦଳୀଆ ଗାଁରେ ମଧ୍ୟ କିଛି ବ୍ୟକ୍ତି ବିଲରେ କାମ କରୁଥିବା ବେଳେ ବଜ୍ରପାତ ହୋଇଥିଲା । ସେଠାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତକ ଜଣକ ହେଲେ ରମାକାନ୍ତ ବିନ୍ଧାଣୀ, ବୟସ ୩୬ରୁ ଉର୍ଦ୍ଧ ହେବ ବୋଲି ଜଣାପଡିଛି । ଉଭୟ ଘଟଣାରେ ୧୦୮ ଆମ୍ବୁଲାନ୍ସ ଯୋଗେ ବେତନଟୀ ଡାକ୍ତରଖାନାକୁ ୩ଜଣଙ୍କୁ ଅଣା ଯାଇଥିବାବେଳେ ସେଠାରେ ଡାକ୍ତର ୨ ଜଣଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି । ଆହତ ବ୍ୟକ୍ତିଙ୍କ ଚିକିତ୍ସା ଜାରି ରହିଛି ।

https://www.thesakala.in/latest-odisha-news/2-died-and-one-injured-in-lightning-strike-in-mayurbhanj/article-3531
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର