୨ କୋଟି ହିତାଧିକାରୀ ପାଇନାହାନ୍ତି ଆୟୁଷ୍ମାନ କାର୍ଡ…

The Sakala Picture
Published On

ଭୁବନେଶ୍ୱର: ନବୀନ ସରକାରଙ୍କ ସ୍ୱାସ୍ଥ୍ୟ ସଞ୍ଜିବନୀ ବିଏସ୍‌କେୱାଇ ବନ୍ଦ କରି ରାଜ୍ୟ ସରକାର ଆୟୁଷ୍ମାନ କାର୍ଡ ପ୍ରଚଳନ କଲେ। ମାତ୍ର ୧୫ ମାସ ପରେ ବି ରାଜ୍ୟର ୨ କୋଟି ଲୋକ ଏଯାଏ ଆୟୁଷ୍ମାନ କାର୍ଡ ପାଇବାରୁ ବଞ୍ଚିତ ହୋଇଛନ୍ତି । କୌତୂହଳର କଥା ହେଉଛି ପୂର୍ବ ବିଜେଡି ସରକାରଙ୍କ ବିଏସ୍‌କେୱାଇରେ ବର୍ଷକୁ ସରକାର ଲୋକଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ୩୮୨୭ କୋଟି ଟଙ୍କା ଖର୍ଚ୍ଚ କରିଥିବାବେଳେ ଆୟୁଷ୍ମାନ ଯୋଜନାରେ ଏଯାଏ ରାଜ୍ୟ ସରକାର ଏହାର ଏକ […]

ଭୁବନେଶ୍ୱର: ନବୀନ ସରକାରଙ୍କ ସ୍ୱାସ୍ଥ୍ୟ ସଞ୍ଜିବନୀ ବିଏସ୍‌କେୱାଇ ବନ୍ଦ କରି ରାଜ୍ୟ ସରକାର ଆୟୁଷ୍ମାନ କାର୍ଡ ପ୍ରଚଳନ କଲେ। ମାତ୍ର ୧୫ ମାସ ପରେ ବି ରାଜ୍ୟର ୨ କୋଟି ଲୋକ ଏଯାଏ ଆୟୁଷ୍ମାନ କାର୍ଡ ପାଇବାରୁ ବଞ୍ଚିତ ହୋଇଛନ୍ତି । କୌତୂହଳର କଥା ହେଉଛି ପୂର୍ବ ବିଜେଡି ସରକାରଙ୍କ ବିଏସ୍‌କେୱାଇରେ ବର୍ଷକୁ ସରକାର ଲୋକଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ୩୮୨୭ କୋଟି ଟଙ୍କା ଖର୍ଚ୍ଚ କରିଥିବାବେଳେ ଆୟୁଷ୍ମାନ ଯୋଜନାରେ ଏଯାଏ ରାଜ୍ୟ ସରକାର ଏହାର ଏକ ତୃତୀୟାଂଶରୁ କମ୍‌ ଅର୍ଥାତ୍‌ ମାତ୍ର ୧୧୧୯ କୋଟି ଟଙ୍କା ବ୍ୟୟ କରିବାକୁ ସକ୍ଷମ ହୋଇଛନ୍ତି । ବିଧାନସଭାରେ ବିଧାୟକ ଗୌତମବୁଦ୍ଧ ଦାସଙ୍କ ଏକ ପ୍ରଶ୍ନରେ ଏହି ତଥ୍ୟ ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।

ଆହୁରି ପଢ଼ନ୍ତୁ: ମା' ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିବା ପାଇଁ ବାହାରିଲା ଲଗ୍ନ, ସେପ୍ଟମ୍ବର ୧୫ରେ ନୂଆଁଖାଇ

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପୂର୍ବ ଯୋଜନାରେ ବିଏସ୍‌କେୱାଇ କାର୍ଡକୁ ଅଚଳ କରିବାର ମୂଲ୍ୟ ବାବଦରେ ରାଜକୋଷରୁ ରାଜ୍ୟ ସରକାର ପ୍ରାୟ ୧୬.୫ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଆୟୁଷ୍ମାନ୍‌ କାର୍ଡ ଛପା ଏବଂ ବିତରଣ ପାଇଁ ୬ କୋଟି ୨୬ ଲକ୍ଷ ୮୮ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ଏହାସହିତ କାର୍ଡ କଭର କିଟ୍‌ ପାଇଁ ୧୦ କୋଟି ୨୫ ଲକ୍ଷ ୯୭ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ଏହି ମୋଟ୍‌ ଅର୍ଥକୁ ମିଶାଇଲେ ଏବାବଦକୁ ବର୍ତ୍ତମାନ ସୁଦ୍ଧା ୧୬ କୋଟି ୫୨ ଲକ୍ଷ ୮୫ ହଜାର ଟଙ୍କା ଖର୍ଚ୍ଚ ହୋଇଛି ବୋଲି ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ତେବେ ବିଡ଼ମ୍ବନା ହେଉଛି ଯେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ୩.୪୭ କୋଟି ହିତାଧିକାରୀଙ୍କ ମଧ୍ୟରୁ ୧.୪୭ କୋଟି ଜଣଙ୍କୁ କାର୍ଡ ବଣ୍ଟନ କରାଯାଇଛି ଓ ଅବଶିଷ୍ଟ ପ୍ରାୟ ୨ କୋଟି ଲୋକଙ୍କୁ କାର୍ଡ ବଣ୍ଟନ କାର୍ଯ୍ୟ ଏବେ ବି ଜାରି ରହିଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉ ନାହିଁ ଏଫସିଆଇ: ସମସ୍ୟାର ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି

ମନ୍ତ୍ରୀଙ୍କ ଏହି ଉତ୍ତର ପରେ ଆୟୁଷ୍ମାନ କାର୍ଡ ବାବଦକୁ କିପରି ପାଣି ଭଳି ଟଙ୍କା ଖର୍ଚ୍ଚ ହୋଇଛି, ତାହା ପଦାକୁ ଆସିଛି। ପୂର୍ବରୁ ବିଏସ୍‌କେୱାଇ ଯୋଜନାର ସ୍ମାର୍ଟ କାର୍ଡ ପ୍ରତି ଲୋକଙ୍କ ନିକଟରେ ରହିଥିଲା। ସରକାର ଏହି ଯୋଜନାର ନାମ ପରିବର୍ତ୍ତନ କରିଥିଲେ ବି ସେହି କାର୍ଡକୁ ମଧ୍ୟ ଆୟୁଷ୍ମାନ କାର୍ଡକୁ ପରିବର୍ତ୍ତନ କରାଯାଇ ପାରିଥାଆନ୍ତା ଓ ଚିପ୍‌ ଲଗା କାର୍ଡଗୁଡ଼ିକ ଅଚଳ ହୋଇ ନ ଥାନ୍ତା। ମାତ୍ର ରାଜ୍ୟ ସରକାର ନୂତନ କାର୍ଡ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ପାଇଁ ରାଜ୍ୟ ରାଜକୋଷ ଉପରେ ବିପୁଳ ବୋଝ ପଡ଼ିଥିଲେ ହେଁ ଏହା ଏଯାଏ ଲୋକଙ୍କ ପାଖରେ ପହଞ୍ଚି ପାରିନାହିଁ ।
ଅନ୍ୟପକ୍ଷରେ ଆୟୁଷ୍ମାନ କାର୍ଡ ବଣ୍ଟନ ପରଠାରୁ ପ୍ରତି ମାସରେ ଘରୋଇ ହସ୍ପିଟାଲଗୁଡ଼ିକୁ କେତେ ଟଙ୍କାର ବିଲ୍‌ ପୈଠ କରିଛନ୍ତି ଓ ସରକାର ୨୦୨୩-୨୦୨୪ରେ ହସ୍ପିଟାଲଗୁଡ଼ିକୁ କେତେ ଟଙ୍କା ବିଲ୍‌ ପ୍ରଦାନ କରିଛନ୍ତି ପ୍ରଶ୍ନରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉତ୍ତର ରାଜ୍ୟବାସୀଙ୍କୁ ନିରାଶ କରିଛି। ଆୟୁଷ୍ମାନ କାର୍ଡ ବଣ୍ଟନ ଆରମ୍ଭ ହେବାଠାରୁ ସରକାର ୪୦୫୦୪୪ ହିତାଧିକାରୀଙ୍କ ଚିକିତ୍ସା ବାବଦରେ ଅଦ୍ୟାବଧି ୧୧୧୯ କୋଟି ଟଙ୍କା ପ୍ରଦାନ କରିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ଅନୁରୂପ ଭାବରେ ତତ୍‌କାଳୀନ ବିଜେଡି ସରକାର ସମୟରେ ବିଏସ୍‌କେୱାଇ କାର୍ଡରେ ଚିକିତ୍ସା ବାବଦରେ ରାଜ୍ୟ ସରକାର ୨୦୨୩-୨୪ରେ ୨୭୮୨ କୋଟି ଟଙ୍କା ଓ ୨୦୨୪-୨୫ରେ ୩୮୨୭ କୋଟି ଟଙ୍କା ପ୍ରଦାନ କରିଥିବା ମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଏହା ସହ ରାଜ୍ୟ ବାହାରେ ଥିବା ପଞ୍ଜିକୃତ ଚିକିତ୍ସାଳୟରେ ୨୧ ହଜାର ୩୯୪ ହିତାଧିକାରୀ ଚିଚିତ୍ସା ସୁବିଧା ବାବଦକୁ ୫୫ କୋଟି ୫୫ ଲକ୍ଷ ୫୩ ହଜାର ଟଙ୍କା ପ୍ରଦାନ କରାଯାଇଥିବା ମନ୍ତ୍ରୀ ତଥ୍ୟ ପ୍ରଦାନ କରିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର