୧୭୩ ଲିଟର ଚୋରା ଦେଶୀ ମଦ ଜବତ, ଦୁଇ ଗିରଫ

The Sakala Picture
Published On

ବାଲୁଗାଁ : ଲକଡାଉନ ଏବଂ ସଟଡାଉନ ସମୟରେ ମଦ କେବଳ ହୋମ ଡେଲିଭରୀ ଥିବା ବେଳେ ଏହାର ସୁଯୋଗ ନେଇ କଛି ଚୋରା ମଦ ବେପାରୀ ବେଧଡକ୍ ମଦ ବିକ୍ରି କରୁଛନ୍ତି। ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ମଧ୍ୟ ଏହା ଉପରେ କଡାନଜର ରଖି ବିଭିନ୍ନ ସ୍ଥାନରେ ବାରମ୍ବାର ଚଢାଉ ଜାରି କରି ସେଥିରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଉଛି। ଏହି ପରିପ୍ରେକ୍ଷୀରେ ବୁଧବାର ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ […]

ବାଲୁଗାଁ : ଲକଡାଉନ ଏବଂ ସଟଡାଉନ ସମୟରେ ମଦ କେବଳ ହୋମ ଡେଲିଭରୀ ଥିବା ବେଳେ ଏହାର ସୁଯୋଗ ନେଇ କଛି ଚୋରା ମଦ ବେପାରୀ ବେଧଡକ୍ ମଦ ବିକ୍ରି କରୁଛନ୍ତି। ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ମଧ୍ୟ ଏହା ଉପରେ କଡାନଜର ରଖି ବିଭିନ୍ନ ସ୍ଥାନରେ ବାରମ୍ବାର ଚଢାଉ ଜାରି କରି ସେଥିରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଉଛି। ଏହି ପରିପ୍ରେକ୍ଷୀରେ ବୁଧବାର ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଦୁଲ୍ଲଣୀ ଶାସନ ଗ୍ରାମରେ ପୋଲିସ ଏବଂ ଅବକାରୀ ବିଭାଗର ଟାଙ୍ଗୀ ଅବକାରୀ ନିରୀକ୍ଷକ ଆଲୋକ ପ୍ରଧାନ, ବାଲୁଗାଁ ଅବକାରୀ ଉପ ନିରୀକ୍ଷକ ମନୋଜ ବାରିକ, ବାଣପୁର ଥାନା ଏଏସଆଇ ଶ୍ରୀନିବାସ ପ୍ରଧାନ ଏବଂ ଏଏସଆଇ ପ୍ରତାପ ପାହାଡ଼ସିଂ ଆଦି ସାମିଲ ହୋଇ ମିଳିତ ଭାବେ ଚଢ଼ାଉ କରି ଜଣେ ମହିଳା ଏବଂ ଜଣେ ପୁରୁଷଙ୍କୁ ଗିରଫ କରିଛନ୍ତି। ଏହି ସଂପୃକ୍ତ ଦୁଇ ଅଭିଯୁକ୍ତ ଦୁଲ୍ଲଣୀ ଗ୍ରାମର ଅଲଗା ଅଲଗା ସ୍ଥାନରେ ଦେଶୀ ମଦ ବିକ୍ରି କରୁଥିବା ଅଭିଯୋଗରେ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ୧୭୩ ଲିଟର ଦେଶୀ ମଦ ଜବତ କରାଯାଇଛି।ବାଣପୁର ପୋଲିସ କେସ ନଂ ୨୪୨/୨୧ ଏବଂ ଅବକାରୀ ବିଭାଗ କେସ ନଂ ୨୯/୨୧ ରେ ଦୁଇଟି ପୃଥକ ପୃଥକ ମାମଲା ୠଜୁକରି ଉଭୟ ଅଭିଯୁକ୍ତଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଛି ବୋଲି ସୂଚନା ମିଳିଛ।

ଆହୁରି ପଢ଼ନ୍ତୁ: ୧୪ରେ ଆସୁଛି ଆଉ ଏକ ଲଘୁଚାପ ! ସେପ୍ଟେମ୍ବର ୮ରୁ ରାଜ୍ୟରେ ପୁଣି ବଢିବ ବର୍ଷା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର