ଅନ୍‌ଲାଇନ୍‌ରେ କାରବାର , ଦୁଇ ଦିନରେ ୧୭ କୋଟିର ମଦ ବେପାର

The Sakala Picture
Published On

ସୋମବାର ଠାରୁ ରାଜଧାନୀରେ ଅନ୍‌ଲାଇନ୍‌ରେ ମଦ କାରବାର ଆରମ୍ଭ ହୋଇଛି। କେବଳ ଅନ୍‌ଲାଇନ୍‌ରେ ସୁଗୀ କମ୍ପାନୀ ପକ୍ଷରୁ ମଦ ହୋମ୍ ଡେଲିଭରୀ ଦେଉଛି। ଅନ୍‌ଲାଇନ୍ ସୁବିଧା ଆରମ୍ଭ ହେବା ମାତ୍ରେ ଘନଘନ ବୁକିଂ କରାଯାଇଥିଲା। ସୋମବାର ସକାଳୁ ଏହି ସୁବିଧା ଆରମ୍ଭ ହେବା ମାତ୍ରେ ଲୋକେ ଅନ୍‌ଲାଇନ୍‌ରେ ଅର୍ଡର କରିଥିଲେ । ସବୁଠୁ ବଡ଼ କଥା ହେଲା ଅନ୍‌ଲାଇନ୍‌ରେ ମଦ କାରବାର ଆରମ୍ଭ ହେବା ମାତ୍ରେ ଲୋକମାନେ ଏକା ସମୟରେ ଶତାଧିକ ଗ୍ରାହକ ଅର୍ଡର କରିଥିଲେ। ଯାହାଫଳରେ […]

ସୋମବାର ଠାରୁ ରାଜଧାନୀରେ ଅନ୍‌ଲାଇନ୍‌ରେ ମଦ କାରବାର ଆରମ୍ଭ ହୋଇଛି। କେବଳ ଅନ୍‌ଲାଇନ୍‌ରେ ସୁଗୀ କମ୍ପାନୀ ପକ୍ଷରୁ ମଦ ହୋମ୍ ଡେଲିଭରୀ ଦେଉଛି। ଅନ୍‌ଲାଇନ୍ ସୁବିଧା ଆରମ୍ଭ ହେବା ମାତ୍ରେ ଘନଘନ ବୁକିଂ କରାଯାଇଥିଲା। ସୋମବାର ସକାଳୁ ଏହି ସୁବିଧା ଆରମ୍ଭ ହେବା ମାତ୍ରେ ଲୋକେ ଅନ୍‌ଲାଇନ୍‌ରେ ଅର୍ଡର କରିଥିଲେ । ସବୁଠୁ ବଡ଼ କଥା ହେଲା ଅନ୍‌ଲାଇନ୍‌ରେ ମଦ କାରବାର ଆରମ୍ଭ ହେବା ମାତ୍ରେ ଲୋକମାନେ ଏକା ସମୟରେ ଶତାଧିକ ଗ୍ରାହକ ଅର୍ଡର କରିଥିଲେ। ଯାହାଫଳରେ କିଛି ସମୟ ପାଇଁ ଆପ୍ଲିକେସନ୍ କାମ କରି ନ ଥିଲା। ପରବର୍ତ୍ତୀ ସମୟରେ ସବୁ କିଛି ଠିକ୍‌ଠାକ୍ ଚାଲିଥିଲା ।

ଆହୁରି ପଢ଼ନ୍ତୁ: ଜୁନ୍ ୩୦ସୁଦ୍ଧା ବୋର୍ଡ ନିଗମ ନିଯୁକ୍ତ ! ୩୨ଟି ବିଭାଗରେ ୧୧୮୩ ଜଣଙ୍କୁ ମିଳିବ ନିଯୁକ୍ତି

ପ୍ରଥମ ଦିନରେ ରାଜଧାନୀରେ ୧୦ କୋଟି ଟଙ୍କାର ଅନ୍‌ଲାଇନ୍ ମଦ କାରବାର ହୋଇଥିବା ବେଳେ ଦ୍ଵିତୀୟ ଦିନରେ ୭ କୋଟି ଟଙ୍କାର ମଦ ବିକ୍ରି ହୋଇଥିବା ମଦ ଦୋକାନୀ ସଂଘର ଜଣେ ସଦସ୍ୟ କହିଛନ୍ତି । ଦୁଇ ଦିନରେ ମୋଟ ୧୭ କୋଟି ଟଙ୍କାର ମଦ ବିକ୍ରି ହୋଇଥିବା ବେଳେ ସେଥି ମଧ୍ୟରୁ ୧୦ କୋଟି ଟଙ୍କା କେବଳ ବିୟର କାରବାର ହୋଇଛି। ମଧ୍ୟ ଖରା ଅଧିକ ହୋଇଥିବାରୁ ବିୟର ଉପରେ କାର ଲୋକଙ୍କ ଚାହିଦା ବେଶି ରହିଛି। ଘର ଦୁଆର ମଧ୍ଯ ମୁହଁରେ ମଦ ପାଇ ଅନେକ ଗ୍ରାହକ ଡେଲିଭରୀ ଅ ବଏକୁ ଧନ୍ୟବାଦ ଦେବା ସହ ଉତ୍ତମ ବ୍ୟବହାର ଦେଖାଉଥିଲେ। ଅନ୍‌ଲାଇନ୍‌ରେ କାରବାର ହେଲେ ମଧ୍ୟ ଅଫ୍‌ଲାଇନ୍ ଭଳି ବେପାର ହୋଇପାରିନାହିଁ । କ ରେ କାରଣ ଅଫ୍‌ଲାଇନ୍‌ରେ ସାଧାରଣ ରିକ୍ସାବାଲା ର ମଧ୍ୟ ମଦ ଦୋକାନରୁ ନେଇ ପିଉଥିଲା । କିନ୍ତୁ ସେ ଅନ୍‌ଲାଇନ୍‌ କାରବାର ବିଷୟରେ ଅବଗତ ନ ଥିବାରୁ ସେ ମଗାଇ ପାରୁ ନ ଥିଲେ। ଅନେକଙ୍କ ନିକଟରେ ଆୟୋଏଡ ମୋବାଇଲ୍ ଧରିଥିଲେ ମଧ୍ୟ ମିନିଟ ପରେ ଘର ଦୁଆର ମୁହଁରେ ମଦ ମିଳିବ।

ଆହୁରି ପଢ଼ନ୍ତୁ: ନିଶା ଔଷଧ ସ୍ପ୍ରେ କରି ଘରୁ ୨୫ ଲକ୍ଷର ସୁନା ଗହଣା ସହ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଏନେଇ ଉମାକାନ୍ତ ବିଶ୍ବାଳ ନାମକ ଜଣେ ମଦ ଦୋକାନୀ କହିଛନ୍ତି ଯେ, ଲୋକେ ଯେତିକି ଅର୍ଡର କରୁଛନ୍ତି ସେହି ଅନୁସାରେ ମଦ ଆମ ନିକଟରେ ନାହିଁ | ସରକାର ଦୋକାନୀମାନଙ୍କୁ ମଦ ଦେବା ପରେ କାରବାର ବଢ଼ିବ । କିନ୍ତୁ ଅଫ୍‌ଲାଇନ୍ ଭଳି ଅନ୍‌ଲାଇନ୍‌ରେ ଏତେଟା ମଦ ବ୍ୟବସାୟ ହେଉନି । ଯେତିକି ମଦ ବିକ୍ରି ହେଉଛି ତାକୁ ଆମେ ହିସାବ କରି ରଖୁଛୁ।

ଆହୁରି ପଢ଼ନ୍ତୁ: ଲୁଡୁ ଖେଳକୁ କେନ୍ଦ୍ର କରି ଯୁବକଙ୍କୁ ଛୁରାମାଡ଼, ଦୁଇ ଅଟକ

ଏନେଇ ଡେଲିଭରୀ ବଏ ବିକାଶ କହିଛନ୍ତି ନୈ ଲୋକ ଅଧିକମାତ୍ରାରେ ବିୟର ମଗାଉଛନ୍ତି। ତେଣୁ ସେମାନେ ବିୟର ନେଇ ଲୋକଙ୍କୁ ଦୁଆର ମୁହଁରେ ଦେଉଛନ୍ତି। ଲୋକେ ମଦ ଘର ଦୁଆର ମୁହଁରେ ପାଇ ଆମକୁ ଧନ୍ୟବାଦ କରିବା ସହ ଭଲ ବ୍ୟବହାର ଦଖାଉଛନ୍ତି। ରାତିରେ ମଦ ଡେଲିଭେରି ଦେବା ଉପରେ ସଂସ୍ଥା ବନ୍ଦ କରିଛି। କାରଣ ଅନେକ ଲୋକେ ମଦ ଅର୍ଡର କରି ଆମ ଠାରୁ ଛଡ଼ାଇ ନେଇ ପଳାଇଥାନ୍ତି। ତେଣୁ ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଅନ୍‌ଲାଇନ୍ ମଦ କରିବା କାରବାର ପାଇଁ ଅନୁମତି ମିଳିଛି। ଏହି ସମୟରେ ଦାମ ଲୋକେ ଅର୍ଡର କଲେ ଆମେ ମଦ ନେଇ ଘରେ ଦେଉଛୁ। ଏଭଳି ଅନ୍‌ଲାଇନ୍ ବ୍ୟବସାୟ ବଢ଼ୁଥିବାରୁ ପ୍ରତି ଅର୍ଡରରେ ସେମାନେ ୨୦ଟଙ୍କା ପାଉଥିବା କହିଛନ୍ତି |

19 May 2021 By The Sakala

ଅନ୍‌ଲାଇନ୍‌ରେ କାରବାର , ଦୁଇ ଦିନରେ ୧୭ କୋଟିର ମଦ ବେପାର

ସୋମବାର ଠାରୁ ରାଜଧାନୀରେ ଅନ୍‌ଲାଇନ୍‌ରେ ମଦ କାରବାର ଆରମ୍ଭ ହୋଇଛି। କେବଳ ଅନ୍‌ଲାଇନ୍‌ରେ ସୁଗୀ କମ୍ପାନୀ ପକ୍ଷରୁ ମଦ ହୋମ୍ ଡେଲିଭରୀ ଦେଉଛି। ଅନ୍‌ଲାଇନ୍ ସୁବିଧା ଆରମ୍ଭ ହେବା ମାତ୍ରେ ଘନଘନ ବୁକିଂ କରାଯାଇଥିଲା। ସୋମବାର ସକାଳୁ ଏହି ସୁବିଧା ଆରମ୍ଭ ହେବା ମାତ୍ରେ ଲୋକେ ଅନ୍‌ଲାଇନ୍‌ରେ ଅର୍ଡର କରିଥିଲେ । ସବୁଠୁ ବଡ଼ କଥା ହେଲା ଅନ୍‌ଲାଇନ୍‌ରେ ମଦ କାରବାର ଆରମ୍ଭ ହେବା ମାତ୍ରେ ଲୋକମାନେ ଏକା ସମୟରେ ଶତାଧିକ ଗ୍ରାହକ ଅର୍ଡର କରିଥିଲେ। ଯାହାଫଳରେ କିଛି ସମୟ ପାଇଁ ଆପ୍ଲିକେସନ୍ କାମ କରି ନ ଥିଲା। ପରବର୍ତ୍ତୀ ସମୟରେ ସବୁ କିଛି ଠିକ୍‌ଠାକ୍ ଚାଲିଥିଲା ।

ପ୍ରଥମ ଦିନରେ ରାଜଧାନୀରେ ୧୦ କୋଟି ଟଙ୍କାର ଅନ୍‌ଲାଇନ୍ ମଦ କାରବାର ହୋଇଥିବା ବେଳେ ଦ୍ଵିତୀୟ ଦିନରେ ୭ କୋଟି ଟଙ୍କାର ମଦ ବିକ୍ରି ହୋଇଥିବା ମଦ ଦୋକାନୀ ସଂଘର ଜଣେ ସଦସ୍ୟ କହିଛନ୍ତି । ଦୁଇ ଦିନରେ ମୋଟ ୧୭ କୋଟି ଟଙ୍କାର ମଦ ବିକ୍ରି ହୋଇଥିବା ବେଳେ ସେଥି ମଧ୍ୟରୁ ୧୦ କୋଟି ଟଙ୍କା କେବଳ ବିୟର କାରବାର ହୋଇଛି। ମଧ୍ୟ ଖରା ଅଧିକ ହୋଇଥିବାରୁ ବିୟର ଉପରେ କାର ଲୋକଙ୍କ ଚାହିଦା ବେଶି ରହିଛି। ଘର ଦୁଆର ମଧ୍ଯ ମୁହଁରେ ମଦ ପାଇ ଅନେକ ଗ୍ରାହକ ଡେଲିଭରୀ ଅ ବଏକୁ ଧନ୍ୟବାଦ ଦେବା ସହ ଉତ୍ତମ ବ୍ୟବହାର ଦେଖାଉଥିଲେ। ଅନ୍‌ଲାଇନ୍‌ରେ କାରବାର ହେଲେ ମଧ୍ୟ ଅଫ୍‌ଲାଇନ୍ ଭଳି ବେପାର ହୋଇପାରିନାହିଁ । କ ରେ କାରଣ ଅଫ୍‌ଲାଇନ୍‌ରେ ସାଧାରଣ ରିକ୍ସାବାଲା ର ମଧ୍ୟ ମଦ ଦୋକାନରୁ ନେଇ ପିଉଥିଲା । କିନ୍ତୁ ସେ ଅନ୍‌ଲାଇନ୍‌ କାରବାର ବିଷୟରେ ଅବଗତ ନ ଥିବାରୁ ସେ ମଗାଇ ପାରୁ ନ ଥିଲେ। ଅନେକଙ୍କ ନିକଟରେ ଆୟୋଏଡ ମୋବାଇଲ୍ ଧରିଥିଲେ ମଧ୍ୟ ମିନିଟ ପରେ ଘର ଦୁଆର ମୁହଁରେ ମଦ ମିଳିବ।

ଏନେଇ ଉମାକାନ୍ତ ବିଶ୍ବାଳ ନାମକ ଜଣେ ମଦ ଦୋକାନୀ କହିଛନ୍ତି ଯେ, ଲୋକେ ଯେତିକି ଅର୍ଡର କରୁଛନ୍ତି ସେହି ଅନୁସାରେ ମଦ ଆମ ନିକଟରେ ନାହିଁ | ସରକାର ଦୋକାନୀମାନଙ୍କୁ ମଦ ଦେବା ପରେ କାରବାର ବଢ଼ିବ । କିନ୍ତୁ ଅଫ୍‌ଲାଇନ୍ ଭଳି ଅନ୍‌ଲାଇନ୍‌ରେ ଏତେଟା ମଦ ବ୍ୟବସାୟ ହେଉନି । ଯେତିକି ମଦ ବିକ୍ରି ହେଉଛି ତାକୁ ଆମେ ହିସାବ କରି ରଖୁଛୁ।

ଏନେଇ ଡେଲିଭରୀ ବଏ ବିକାଶ କହିଛନ୍ତି ନୈ ଲୋକ ଅଧିକମାତ୍ରାରେ ବିୟର ମଗାଉଛନ୍ତି। ତେଣୁ ସେମାନେ ବିୟର ନେଇ ଲୋକଙ୍କୁ ଦୁଆର ମୁହଁରେ ଦେଉଛନ୍ତି। ଲୋକେ ମଦ ଘର ଦୁଆର ମୁହଁରେ ପାଇ ଆମକୁ ଧନ୍ୟବାଦ କରିବା ସହ ଭଲ ବ୍ୟବହାର ଦଖାଉଛନ୍ତି। ରାତିରେ ମଦ ଡେଲିଭେରି ଦେବା ଉପରେ ସଂସ୍ଥା ବନ୍ଦ କରିଛି। କାରଣ ଅନେକ ଲୋକେ ମଦ ଅର୍ଡର କରି ଆମ ଠାରୁ ଛଡ଼ାଇ ନେଇ ପଳାଇଥାନ୍ତି। ତେଣୁ ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଅନ୍‌ଲାଇନ୍ ମଦ କରିବା କାରବାର ପାଇଁ ଅନୁମତି ମିଳିଛି। ଏହି ସମୟରେ ଦାମ ଲୋକେ ଅର୍ଡର କଲେ ଆମେ ମଦ ନେଇ ଘରେ ଦେଉଛୁ। ଏଭଳି ଅନ୍‌ଲାଇନ୍ ବ୍ୟବସାୟ ବଢ଼ୁଥିବାରୁ ପ୍ରତି ଅର୍ଡରରେ ସେମାନେ ୨୦ଟଙ୍କା ପାଉଥିବା କହିଛନ୍ତି |

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର