ରାଜ୍ୟ କ୍ୟାବିନେଟ ବୈଠକରେ ୧୬ ପ୍ରସ୍ତାବ ଉପରେ ବାଜିଲା ମୋହର

The Sakala Picture
Published On

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା ରାଜ୍ୟ କ୍ୟାବିନେଟ ବୈଠକ । ଏହି ବୈଠକରେ ୭ ବିଭାଗର ୧୬ଟି ପ୍ରସ୍ତାବ ଉପରେ ମୋହର ବାଜିଛି। ମୁଣ୍ଡାରୀ ଭାଷାକୁ ଅଷ୍ଟମ ଅନୁଚ୍ଛେଦରେ ସାମିଲ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ସେହିପରି ସଂଗ୍ରହାଳୟର ସୁପରିଚାଳନା, ପ୍ରତ୍ନତତ୍ବ ଓ ଗ୍ରନ୍ଥାଳୟ ପାଇଁ ଗଠନ ହେବ ୩ଟି ସ୍ବତନ୍ତ୍ର ନିର୍ଦ୍ଦେଶାଳୟ । ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ଅଧିନରେ ଏହି ନିର୍ଦ୍ଦେଶାଳୟ କାର୍ଯ୍ୟ କରିବ । କଟକ ଚାରବାଟିଆ […]

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା ରାଜ୍ୟ କ୍ୟାବିନେଟ ବୈଠକ । ଏହି ବୈଠକରେ ୭ ବିଭାଗର ୧୬ଟି ପ୍ରସ୍ତାବ ଉପରେ ମୋହର ବାଜିଛି। ମୁଣ୍ଡାରୀ ଭାଷାକୁ ଅଷ୍ଟମ ଅନୁଚ୍ଛେଦରେ ସାମିଲ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ସେହିପରି ସଂଗ୍ରହାଳୟର ସୁପରିଚାଳନା, ପ୍ରତ୍ନତତ୍ବ ଓ ଗ୍ରନ୍ଥାଳୟ ପାଇଁ ଗଠନ ହେବ ୩ଟି ସ୍ବତନ୍ତ୍ର ନିର୍ଦ୍ଦେଶାଳୟ । ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ଅଧିନରେ ଏହି ନିର୍ଦ୍ଦେଶାଳୟ କାର୍ଯ୍ୟ କରିବ । କଟକ ଚାରବାଟିଆ ପ୍ରତିରକ୍ଷା ପ୍ରତିଷ୍ଠାନ ପାଇଁ ବିସ୍ଥାପିତ ହୋଇଥିବା ବିସ୍ଥାପିତଙ୍କ ପାଇଁ ସ୍ବତନ୍ତ୍ର ରିହାତି ଗୃହ ଯୋଜନା ଆରମ୍ଭ କରିଛନ୍ତି ସରକାର ।

ଆହୁରି ପଢ଼ନ୍ତୁ: ପୁରୀ ବିମାନବନ୍ଦର କାର୍ଯ୍ୟକ୍ଷମ ପ୍ରସଙ୍ଗ: ସାଂସଦ ମାନସ ମଙ୍ଗରାଜଙ୍କ ପ୍ରଶ୍ନର ଉତ୍ତରରେ ବାଆଁରେଇଲେ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ

ସେହିପରି ରାଜ୍ୟ ସମବାୟ ବିପଣନ ଫେଡେରେସନ ପାଇଁ ସ୍ବତନ୍ତ୍ର କର୍ପସ ପାଣ୍ଠି ଗଠନ କରାଯାଇଛି । ବ୍ଲକ ସ୍ତରରେ ଥିବା ୫୫ଟି ବସଷ୍ଟାଣ୍ଡର ହେବ ଉନ୍ନତିକରଣ । ଏହାସହ ବଲାଙ୍ଗୀର, ଜୟପୁର, ମୋଟୁ ଓ ଆଠଗଡ଼ରେ ପ୍ରସ୍ତାବିତ ୪ଟି ନୂଆ ବସଷ୍ଟାଣ୍ଡ ନିର୍ମାଣ ପାଇଁ କ୍ୟାବିନେଟ୍ ଅନୁମୋଦନ ମିଳିଛି । ଭୁବନେଶ୍ବରରେ ପ୍ରତିଷ୍ଠା ହେବ ଭିଲେପାର୍ଲେ କେଲାଭଣି ମଣ୍ଡଳ ବିଶ୍ବବିଦ୍ୟାଳୟ । ସେହିପରି ଚାଷ ହେଉନଥିବା ବିରଳ ପାରମ୍ପରିକ ଫସଲକୁ ନୂଆ କୃଷିନୀତି ଜରିଆରେ ବହୁବିଧ ଫସଲ କାର୍ଯ୍ୟକ୍ରମରେ ସାମିଲ କରାଯିବ । ଏଥିପାଇଁ ରାଜ୍ୟ କାର୍ୟ୍ୟକ୍ରମ ବଜେଟରେ ଅର୍ଥ ବ୍ୟୟ ବରାଦ କରାଯିବ । ଏହାସହିତ ଇନ୍ଦ୍ରାବତୀ, ବ୍ରାହ୍ମଣୀ ଓ ଖଇରୀ ନଦୀରେ ଉଠା ଜଳସେଚନ ପ୍ରକଳ୍ପ ପାଇଁ ଆହୁତ ଟେଣ୍ଡରକୁ କ୍ୟାବିନେଟ୍ ଅନୁମୋଦନ କରିଛି । ସେହିପରି ମୌସୁମୀ ଅଧିବେଶନ ସତ୍ରାବସାନକୁ ମିଳିଛି କ୍ୟାବିନେଟ୍ ମଞ୍ଜୁରି ।

ଆହୁରି ପଢ଼ନ୍ତୁ: ମନଗଢ଼ା ମନ୍ତବ୍ୟ ଦେଇ ଫସିଗଲେ ବିଜେପି ସାଂସଦ: ଭର୍ତ୍ତୃହରି ମହତାବଙ୍କୁ ବିଜେଡି ସାଂସଦଙ୍କ କଟୁ ଭର୍ତ୍ସନା

19 Oct 2023 By The Sakala

ରାଜ୍ୟ କ୍ୟାବିନେଟ ବୈଠକରେ ୧୬ ପ୍ରସ୍ତାବ ଉପରେ ବାଜିଲା ମୋହର

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା ରାଜ୍ୟ କ୍ୟାବିନେଟ ବୈଠକ । ଏହି ବୈଠକରେ ୭ ବିଭାଗର ୧୬ଟି ପ୍ରସ୍ତାବ ଉପରେ ମୋହର ବାଜିଛି। ମୁଣ୍ଡାରୀ ଭାଷାକୁ ଅଷ୍ଟମ ଅନୁଚ୍ଛେଦରେ ସାମିଲ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ସେହିପରି ସଂଗ୍ରହାଳୟର ସୁପରିଚାଳନା, ପ୍ରତ୍ନତତ୍ବ ଓ ଗ୍ରନ୍ଥାଳୟ ପାଇଁ ଗଠନ ହେବ ୩ଟି ସ୍ବତନ୍ତ୍ର ନିର୍ଦ୍ଦେଶାଳୟ । ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ଅଧିନରେ ଏହି ନିର୍ଦ୍ଦେଶାଳୟ କାର୍ଯ୍ୟ କରିବ । କଟକ ଚାରବାଟିଆ ପ୍ରତିରକ୍ଷା ପ୍ରତିଷ୍ଠାନ ପାଇଁ ବିସ୍ଥାପିତ ହୋଇଥିବା ବିସ୍ଥାପିତଙ୍କ ପାଇଁ ସ୍ବତନ୍ତ୍ର ରିହାତି ଗୃହ ଯୋଜନା ଆରମ୍ଭ କରିଛନ୍ତି ସରକାର ।

ସେହିପରି ରାଜ୍ୟ ସମବାୟ ବିପଣନ ଫେଡେରେସନ ପାଇଁ ସ୍ବତନ୍ତ୍ର କର୍ପସ ପାଣ୍ଠି ଗଠନ କରାଯାଇଛି । ବ୍ଲକ ସ୍ତରରେ ଥିବା ୫୫ଟି ବସଷ୍ଟାଣ୍ଡର ହେବ ଉନ୍ନତିକରଣ । ଏହାସହ ବଲାଙ୍ଗୀର, ଜୟପୁର, ମୋଟୁ ଓ ଆଠଗଡ଼ରେ ପ୍ରସ୍ତାବିତ ୪ଟି ନୂଆ ବସଷ୍ଟାଣ୍ଡ ନିର୍ମାଣ ପାଇଁ କ୍ୟାବିନେଟ୍ ଅନୁମୋଦନ ମିଳିଛି । ଭୁବନେଶ୍ବରରେ ପ୍ରତିଷ୍ଠା ହେବ ଭିଲେପାର୍ଲେ କେଲାଭଣି ମଣ୍ଡଳ ବିଶ୍ବବିଦ୍ୟାଳୟ । ସେହିପରି ଚାଷ ହେଉନଥିବା ବିରଳ ପାରମ୍ପରିକ ଫସଲକୁ ନୂଆ କୃଷିନୀତି ଜରିଆରେ ବହୁବିଧ ଫସଲ କାର୍ଯ୍ୟକ୍ରମରେ ସାମିଲ କରାଯିବ । ଏଥିପାଇଁ ରାଜ୍ୟ କାର୍ୟ୍ୟକ୍ରମ ବଜେଟରେ ଅର୍ଥ ବ୍ୟୟ ବରାଦ କରାଯିବ । ଏହାସହିତ ଇନ୍ଦ୍ରାବତୀ, ବ୍ରାହ୍ମଣୀ ଓ ଖଇରୀ ନଦୀରେ ଉଠା ଜଳସେଚନ ପ୍ରକଳ୍ପ ପାଇଁ ଆହୁତ ଟେଣ୍ଡରକୁ କ୍ୟାବିନେଟ୍ ଅନୁମୋଦନ କରିଛି । ସେହିପରି ମୌସୁମୀ ଅଧିବେଶନ ସତ୍ରାବସାନକୁ ମିଳିଛି କ୍ୟାବିନେଟ୍ ମଞ୍ଜୁରି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର