ଧନତେରାସ୍‍ ସେଲ୍: ରାଜ୍ୟରେ ୧୫୦ କୋଟି ଓ ରାଜଧାନୀରେ ୮୦ କୋଟିର ସୁନା-ରୁପା ଗହଣା ବିକ୍ରି

The Sakala Picture
Published On

ଭୁବନେଶ୍ୱର: ଧନ୍‍ତେରାସ୍‍, ସୁଖ ଆଉ ସମୃଦ୍ଧିର ଦିନ। ବିଶ୍ୱାସ ରହିଛି ଏହି ଦିନ ସୁନା କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି। ଏଥିପାଇଁ ରାଜଧାନୀ ସମେତ ରାଜ୍ୟର ସମସ୍ତ ପ୍ରମୁଖ ସହରର ସୁନା ଗହଣା ଦୋକାନଗୁଡିକରେ ଦେଖିବାକୁ ମିଳିଥିଲା ଗ୍ରାହକଙ୍କ ପ୍ରବଳ ଭିଡ। ଧନ୍‍ତେରାସ୍‍ ଅବସରରେ ଚଳଚଞ୍ଚଳ ଥିଲା ଦ୍ବୈତ୍ୟ ନଗରୀରେ ସୁନାଗହଣା କାରବାର। ଏହି ଶୁଭ ଦିନଟିରେ ସୁନା କିଣିବାକୁ ଗ୍ରାହକଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ଆଗ୍ରହ। ଆଜି ମଧ୍ୟ ରାତ୍ର ଯାଏ କେତେକ ଶୋ’ ରୁମ୍‌ଗୁଡିକରେ […]

ଭୁବନେଶ୍ୱର: ଧନ୍‍ତେରାସ୍‍, ସୁଖ ଆଉ ସମୃଦ୍ଧିର ଦିନ। ବିଶ୍ୱାସ ରହିଛି ଏହି ଦିନ ସୁନା କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି। ଏଥିପାଇଁ ରାଜଧାନୀ ସମେତ ରାଜ୍ୟର ସମସ୍ତ ପ୍ରମୁଖ ସହରର ସୁନା ଗହଣା ଦୋକାନଗୁଡିକରେ ଦେଖିବାକୁ ମିଳିଥିଲା ଗ୍ରାହକଙ୍କ ପ୍ରବଳ ଭିଡ। ଧନ୍‍ତେରାସ୍‍ ଅବସରରେ ଚଳଚଞ୍ଚଳ ଥିଲା ଦ୍ବୈତ୍ୟ ନଗରୀରେ ସୁନାଗହଣା କାରବାର। ଏହି ଶୁଭ ଦିନଟିରେ ସୁନା କିଣିବାକୁ ଗ୍ରାହକଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ଆଗ୍ରହ। ଆଜି ମଧ୍ୟ ରାତ୍ର ଯାଏ କେତେକ ଶୋ’ ରୁମ୍‌ଗୁଡିକରେ କାରବାର ହୋଇଥିଲା। ଯଦିବା ପୂର୍ବବର୍ଷ ତୁଳନାରେ ଏଥର ଦର ବହୁର ଅଧିକ ରହିଛି ତଥାପି କାରବାର ଭଲ ହୋଇଥିବା ଜଣାପଡିଛି। ଉଚ୍ଚ ଦରର ପ୍ରଭାବ ଲୋକଙ୍କ ସୁନା କିଣା ମୋହ ଭାଙ୍ଗିପାରି ନାହିଁ। ବିଶେଷଜ୍ଞମାନଙ୍କ ଆକଳନ ଅନୁଯାୟୀ, ଏଥର ଧନତେରାସ୍‍ରେ ରାଜ୍ୟରେ ପ୍ରାୟ ଦେଢ଼ ଶହ କୋଟି ଏବଂ ରାଜଧାନୀରେ ୮୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସୁନା ଓ ରୁପା ଗହଣା ବିକ୍ରି ହୋଇଛି। ଅପରପକ୍ଷେ ଏଥର ଧନ୍‌ତେରାସ୍‌ରେ ସାରା ଦେଶରେ ୨୦ ହଜାର କୋଟି ଟଙ୍କା ମୂଲ୍ୟର କେବଳ ସୁନା ଗହଣା ବିକ୍ରି ହୋଇଥିବା ସର୍ବଭାରତୀୟ ବ୍ୟବସାୟୀ ମହାସଂଘ(କ୍ୟାଟ୍‌) କହିଛି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ର କରି ମା'ର ତଣ୍ଟି ଚିପି ହତ୍ୟା କଲା ନୃଶଂସ ପୁଅ !

ମଙ୍ଗଳବାର ଧନ୍‍ତେରାସ୍‍ ଅବସରରେ ରାଜଧାନୀର ଶୋ’ ରୁମ୍‍ଗୁଡିକରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା। ସନ୍ଧ୍ୟା ବେଳକୁ ଏହି ଭିଡ ଅସମ୍ଭାଳ ହୋଇଥିଲା। କାରଣ ଏହି ଶୁଭ ଦିନଟିରେ ମୂଲ୍ୟବାନ ଧାତବ ସାମଗ୍ରୀ କିଣିବା ସୁଯୋଗକୁ କେହି ହାତ ଛଡା କରିବାକୁ ଚାହିଁ ନ ଥିଲେ। କେବଳ ବଡ କାହିଁକି ଛୋଟ ଶୋ’ ରୁମ୍‍ଗୁଡିକରେ ମଧ୍ୟ ଲାଗି ରହିଥିଲା ଭିଡ। ସୁନାର ଉଚ୍ଚ ଦରରୁ ଆଶ୍ବସ୍ତି ଦେବା ପାଇଁ ବିଭିନ୍ନ ଶୋ ରୁମ୍‍ ପକ୍ଷରୁ ଘୋଷଣା ହୋଇଥିବା ଆକର୍ଷଣୀୟ ଅଫରବର୍ଷା ଗ୍ରାହକଙ୍କୁ ଟାଣି ଆଣିଥିଲା ଶୋ’ ରୁମ୍‍କୁ। କେଉଁ ଶୋ’ ରୁମ୍‍ ସୁନା କଏନ୍‍ ତ କିଏ ଗଢ଼ା ମଜୁରିରେ ଅଫର ଦେଇଥିଲା। ଏସବୁର ସୁଯୋଗ ନେବା ପାଇଁ କ୍ୟାଶ କାଉଣ୍ଟରରେ ଲମ୍ବା ଧାଡିରେ ଛିଡା ହୋଇ ଗ୍ରାହକ କିଣୁଥିଲେ ସୁନା।

ଆହୁରି ପଢ଼ନ୍ତୁ: ବିଜେପି ସରକାରଙ୍କ ଅଢେଇ ବର୍ଷର ଶାସନରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଭୁଶୁଡିବା ସ୍ଥିତିରେ ପହଞ୍ଚିଛି: ବିଜେଡି

କେବଳ ରାଜଧାନୀ କାହିଁକି ରାଜ୍ୟର କଟକ, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା, ଏବଂ ଅନୁଗୋଳ ଆଦି ସହରରେ ସୁନା ଗହଣା କାରବାର ବେଶ ଜମିଥିଲା। ଆଜି ଭୁବନେଶ୍ୱରରେ ୨୨ କ୍ୟାରେଟ୍‍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୭୩,୭୫୦ ଟଙ୍କା ରହିଥିବାବେଳେ ଗତ ବର୍ଷ ଏହା ୫୫,୯୦୦ ଟଙ୍କା ରହିଥିଲା। ସେହିଭଳି ରୁପା କିଲୋ ପିଛା ଏଥର ୧,୦୦,୧୦୦ ଟଙ୍କା ରହିଥିବାବେଳେ ଗତବର୍ଷ ୭୫,୦୦୦ ଟଙ୍କାରେ ବିକ୍ରି ହେଉଥିଲା। ତେବେ ରାଜଧାନୀ ଦିଲ୍ଲୀରେ ଆଜି ୨୪ କ୍ୟାରେଟ୍‌ ସୁନା ମୂଲ୍ୟ ରେକର୍ଡ ୮୧,୪୦୦ ଟଙ୍କା ଛୁଇଁଛି। ପୂର୍ବବର୍ଷ ତୁଳନାରେ ଚଳିତବର୍ଷ ସୁନା ମୂଲ୍ୟ ଢ଼େର ଅଧିକ ରହିଥିଲେ ସୁଦ୍ଧା ଗ୍ରାହକମାେନ ପ୍ରବଳ କିଣାକିଣି କରିଛନ୍ତି। ଏଥିରେ ରୁପା କାରବାର ମଧ୍ୟ ପଛରେ ପଡିନାହିଁ। ସୁନା କଏନ୍‍ ଛାଡିଦେଲେ ରୁପାର ବିଭିନ୍ନ ଉତ୍ପାଦ ବହୁ ମାତ୍ରାରେ ବିକ୍ରି ହୋଇଥିଲା।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉ ନାହିଁ ଏଫସିଆଇ: ସମସ୍ୟାର ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି

ରାଜଧାନୀ ଭୁବନେଶ୍ବରର ଜନପଥସ୍ଥିତ ବାଣୀବିହାରଠାରୁ ରାଜମହଲ ଯାଏ, ଜୟଦେବ ବିହାରଠାରୁ ପଟିଆ, ସୌଭାଗ୍ୟ ନଗର ଏବଂ ରସୁଲଗଡଠାରୁ କଳ୍ପନାଛକ ଯାଏ ଧନ୍‌ତେରାସ୍‍ ଲାଗି ଅଧିକ ଭିଡ ପରିଲକ୍ଷିତ ହୋଇଥିଲା। ଜନପଥରେ ଅଧିକାଂଶ ସୁନା ଦୋକାନ ରହିଥିବା ଯୋଗୁ ଏହି ରାସ୍ତାରେ ଅଧିକ ଟ୍ରାଫିକ୍‍ ଜାମ୍‌ ହୋଇଥିଲା। ଏ ସମ୍ପର୍କରେ ଲାଲ୍‌ଚନ୍ଦ ଜୁଏଲର୍ସର ପ୍ରତିଷ୍ଠାତା ଅଧ୍ୟକ୍ଷ ସଞ୍ଚୟ ହଂସ କହିଛନ୍ତି ଯେ, ପ୍ରତି ବର୍ଷ ସୁନା ଦର ବଢ଼ୁଛି। ଗତବର୍ଷ ସୁନା ଦର ୫୬ ହଜାର ଟଙ୍କା ରହିଥିଲା। ଚଳିତବର୍ଷ ଏହା ୭୩,୦୦୦ ଟଙ୍କା ପାଖାପାଖି ରହିଛି। ଗ୍ରାହକ ଜାଣିଛନ୍ତି ଆସନ୍ତା ବର୍ଷ ଦିପାବଳୀରେ ଦର ଆହୁରି ବଢ଼ିପାରେ। ତଥାପି ବି ଗ୍ରାହକମାନେ ସୁନା କିଣୁଛନ୍ତି। କାରଣ ସୁନା କିଣିବା ଏକ ନିବେଶ। ଏହା ଏକ ଉତ୍ତମ ନିବେଶ ବିକଳ୍ପ। ତଥାପି ଆମେ ଆଶା କରୁଛୁ ଏଥର ବିକ୍ରି ଭଲ ରହିବ ବୋଲି ସେ କହିଛନ୍ତି।

ଧନ୍‍ତେରାସ୍‍ ସେଲ୍‌ ଉପରେ ପ୍ରତିକ୍ରିୟା ରଖି ଖିମଜୀ ଜୁଏଲର୍ସର ନିର୍ଦ୍ଦେଶକ ମିତେଶ ଖିମଜୀ କୁହନ୍ତି ଯେ, ଚଳିତଥର ଧନ୍‌ତେରାସ୍‌ରେ ପୂର୍ବ ବର୍ଷ ତୁଳନାରେ ବିକ୍ରି ବେଶ ଭଲ ରହିବ। ବଜାରରେ ସୁନା ଦର ଉଚ୍ଚ ରହିଥିଲେ ସୁଦ୍ଧା ଆମେ ଆକର୍ଷଣୀୟ ଅଫରମାନ ଦେଇ ଗ୍ରାହକଙ୍କୁ ମୂଲ୍ୟ ବୃଦ୍ଧି ଜିନିତ ଚାପରୁ ହାଲ୍‌କା କରିଛୁ। ଧନ୍‌ତେରାସ୍‌ ପାଇଁ ଖିମ୍‌ଜୀ ଜୁଏଲର୍ସ ଭଳି କି ଭଳି ଡିଜାଇନ୍‌ର ସୁନା,ହୀରରା ଓ ରୁପା ଗହଣାର କଲେକ୍‌ସନ୍‌ ଆଣିଛି। ଏଥର ଗ୍ରାହକଙ୍କ ମଧ୍ୟରେ ସୁନା କିଣାକୁ ନେଇ ଆଗ୍ରହ ବେଶ ଭଲ ରହିଛି। ଧନ୍‍ତେରାସ୍‍ ବିକ୍ରି ଉପରେ ମତ ରଖି କଲ୍ୟାଣ ଜୁଏଲର୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରମେଶ କଲ୍ୟାଣ ରମଣ କହିଛନ୍ତି ଯେ, ଚଳିତଥର ଉଚ୍ଚ ସୁନା ଦର ସତ୍ତ୍ବେ ବିକ୍ରି ସ୍ଥିର ରହିଛି। ପାରମ୍ପରିକ କ୍ରେତା ସଗୁନ୍‌ କଏନ୍,ହାଲୁକା ସୁନା ଗହଣା କିଣୁଥିବାବେଳେ ଯୁବବର୍ଗର କ୍ରେତା ୧୮ କ୍ୟାରେଟ୍‌ର ସୁନା ଅଳଙ୍କାର କିଣୁଛନ୍ତି। ଆସନ୍ତା କାଲି ଅପରାହ୍ନ ଯାଏ ମହୁରତ୍‌ ରହୁଥିବାରୁ ବିକ୍ରି ଆହୁରି ଜମିବ ବୋଲି ସେ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର