ଜାନୁଆରୀ ୩ରୁ ଆରମ୍ଭ ହେବ ୧୫ରୁ ୧୮ ବର୍ଷ ବୟସର କିଶୋରଙ୍କୁ ଟିକାକରଣ

The Sakala Picture
Published On

ଭୁବନେଶ୍ୱର: କିଶୋରଙ୍କୁ ଟିକାକରଣ ପାଇଁ ପ୍ରସ୍ତୁତ ହୋଇଛି ଓଡ଼ିଶା । ଆସନ୍ତା ୩ତାରିଖରୁ ଟିକା ନେବେ କିଶୋର । ରାଜ୍ୟରେ ୨୫ ଲକ୍ଷ ୫୩ ହଜାର କିଶୋର ଭ୍ୟାକସିନ୍ ନେବେ । ଏଥିପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି କରିଛି ସ୍ୱାସ୍ଥ୍ୟ ବିଭାଗ । ଭ୍ୟାକସିନ୍ ପାଇଁ ଅନଲାଇନ୍‌, ଅନ୍‌ସାଇଟରେ ହେବ ପଞ୍ଜିକରଣ । କେନ୍ଦ୍ରର ଗାଇଡଲାଇନ୍ ଅନୁସାରେ ୧୫ରୁ ୧୮ ବର୍ଷ କିଶୋରଙ୍କୁ କେବଳ କୋଭାକ୍ସିନ ଟିକା ଦିଆଯିବ। ଏଥିପାଇଁ ସ୍ୱତନ୍ତ୍ର ଟିକାକରଣ କେନ୍ଦ୍ର ସହିତ ୨ ପ୍ରକାରର […]

ଭୁବନେଶ୍ୱର: କିଶୋରଙ୍କୁ ଟିକାକରଣ ପାଇଁ ପ୍ରସ୍ତୁତ ହୋଇଛି ଓଡ଼ିଶା । ଆସନ୍ତା ୩ତାରିଖରୁ ଟିକା ନେବେ କିଶୋର । ରାଜ୍ୟରେ ୨୫ ଲକ୍ଷ ୫୩ ହଜାର କିଶୋର ଭ୍ୟାକସିନ୍ ନେବେ । ଏଥିପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି କରିଛି ସ୍ୱାସ୍ଥ୍ୟ ବିଭାଗ । ଭ୍ୟାକସିନ୍ ପାଇଁ ଅନଲାଇନ୍‌, ଅନ୍‌ସାଇଟରେ ହେବ ପଞ୍ଜିକରଣ । କେନ୍ଦ୍ରର ଗାଇଡଲାଇନ୍ ଅନୁସାରେ ୧୫ରୁ ୧୮ ବର୍ଷ କିଶୋରଙ୍କୁ କେବଳ କୋଭାକ୍ସିନ ଟିକା ଦିଆଯିବ। ଏଥିପାଇଁ ସ୍ୱତନ୍ତ୍ର ଟିକାକରଣ କେନ୍ଦ୍ର ସହିତ ୨ ପ୍ରକାରର ବ୍ୟବସ୍ଥା ହୋଇଛି । ପ୍ରଥମ ଡୋଜର ୨୮ଦିନ ବ୍ୟବଧାନରେ ଦ୍ୱିତୀୟ ଡ଼ୋଜ ଦିଆଯିବ । ୧୫ରୁ ୧୮ ବର୍ଷ ପିଲାଙ୍କୁ ଟିକାକରଣ ନେଇ କିଛିଟା ଡେଡିକେଟେଡ୍ କେନ୍ଦ୍ର କରାଯିବ । ଯେଉଁଠି ଟିକାକରଣ କେନ୍ଦ୍ର ଅଛି ସେଠି ସକାଳ ୮ରୁ ଦିନ ୧ଟା ପର୍ଯ୍ଯନ୍ତ ଦିଆଯିବ। ପିଲାମାନେ ସ୍କୁଲ୍ ଆଇକାର୍ଡ ଦେଖାଇ ଟିକା ନେଇ ପାରିବେ।  ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ଆହୁରି ପଢ଼ନ୍ତୁ: ଚାଷୀଙ୍କୁ ମିଳିଲା 'ସିଏମ୍ କିଷାନ' ଯୋଜନାର ୫ମ କିସ୍ତି, DBT ମାଧ୍ୟମରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୨ ହଜାର ଟଙ୍କା

ଅନ୍ୟପକ୍ଷରେ ତୃତୀୟ ଲହର ଓମିକ୍ରନ ପାଇଁ ସତର୍କ ଅଛନ୍ତି ରାଜ୍ୟ ସରକାର । ଓମିକ୍ରନ ମୁକାବିଲା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି । ସର୍ଭେଲାନ୍ସ, ଟେଷ୍ଟିଂ, ଟ୍ରିଟମେଣ୍ଟ ଓ ଟିକାକରଣକୁ ଗୁରୁତ୍ୱ ଦିଆଯାଇଛି । ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ କରିବା ସହ ଶିଶୁବିଭାଗ, ଅକ୍ସିଜେନ୍‌ ଏବଂ ଔଷଧ ମହଜୁଦ ଥିବା ସ୍ୱାସ୍ଥ୍ୟ ବିଭାଗ କହିଛି ।

ଆହୁରି ପଢ଼ନ୍ତୁ: ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଲା ବିଜେଡି, '୩ ମାସ ପରେ ମଧ୍ୟ ତ୍ରୁଟିଶୂନ୍ୟ ପୁସ୍ତକ ପ୍ରଦାନରେ ରାଜ୍ୟ ସରକାର ବିଫଳ'

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର