ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୪୩୭ ଜଣ କରୋନା ପଜିଟିଭ୍, ୬୪ ଜଣଙ୍କ ଜୀବନ ନେଲା ମହାମାରୀ

The Sakala Picture
Published On

ଭୁବନେଶ୍ୱର: ଓଡ଼ିଶାରେ ଦିନକୁ ଦିନ ଖସୁଛି କରୋନା ଗ୍ରାଫ୍ ଯାହା ରାଜ୍ୟ ପାଇଁ ଖୁସିର ଖବର । ରାଜ୍ୟରେ ଗତ ୨୪ ଘଣ୍ଟା ଭିତରେ ଚିହ୍ନଟ ହୋଇଛନ୍ତି ଆଉ ୧୪୩୭ ଜଣ ନୂଆ କରୋନା ସଂକ୍ରମିତ। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୮୩୨ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୬୦୫ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୭୮ ହଜାର ୭୦୫ ଜଣକୁ ବୃଦ୍ଧି […]

ଭୁବନେଶ୍ୱର: ଓଡ଼ିଶାରେ ଦିନକୁ ଦିନ ଖସୁଛି କରୋନା ଗ୍ରାଫ୍ ଯାହା ରାଜ୍ୟ ପାଇଁ ଖୁସିର ଖବର । ରାଜ୍ୟରେ ଗତ ୨୪ ଘଣ୍ଟା ଭିତରେ ଚିହ୍ନଟ ହୋଇଛନ୍ତି ଆଉ ୧୪୩୭ ଜଣ ନୂଆ କରୋନା ସଂକ୍ରମିତ। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୮୩୨ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୬୦୫ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୭୮ ହଜାର ୭୦୫ ଜଣକୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି: ୫ଟି ଆଲମିରା ଯାଞ୍ଚ ଶେଷ, ଅତ୍ୟାଧୁନିକ ୩ଡି ମ୍ୟାପିଂରେ ରହିବ ସବୁ ତଥ୍ୟ

ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୦୯ ଜଣ, କଟକରୁ ୧୯୦ ଜଣ,ପୁରୀରୁ ୧୪୬ ଜଣ, ଜଗତସିଂହପୁରରୁ ୮୬ ଜଣ, ଯାଜପୁରରୁ ୬୬ ଜଣ, ବାଲେଶ୍ବରରୁ ୬୪ ଜଣ, ଅନୁଗୁଳ ଓ ଭଦ୍ରକ ଜିଲ୍ଲାରୁ ୪୭ ଜଣ ଲେଖାଏଁ, କେନ୍ଦ୍ରାପଡ଼ାରୁ ୪୧ ଜଣ, ମୟୂରଭଞ୍ଜରୁ ୪୦ ଜଣ, ନୟାଗଡ଼ରୁ ୩୬ ଜଣ, ସୁନ୍ଦରଗଡ଼ରୁ ୨୯ ଜଣ, ଢ଼େଙ୍କାନାଳରୁ ୨୧ ଜଣ, କେନ୍ଦୁଝରରୁ ୧୯ ଜଣ, ସମ୍ବଲପୁରରୁ ୧୬ ଜଣ, କନ୍ଧମାଳରୁ ୧୪ ଜଣ,ସୋନପୁରୁ ୧୩ ଜଣ, ରାୟଗଡ଼ାରୁ ୧୧ ଜଣ, ଗଞ୍ଜାମରୁ ୧୦ ଜଣ,ବରଗଡ଼ ଓ ଦେବଗଡ଼ ଜିଲ୍ଲାରୁ ୮ ଜଣ ଲେଖାଏଁ, ମାଲକାନଗିରିରୁ ୭ ଜଣ, କଳହାଣ୍ଡିରୁ ୬ ଜଣ, ଝାରସୁଗୁଡ଼ା ଓ କୋରାପୁଟ ଜିଲ୍ଲାରୁ ୫ ଜଣ ଲେଖାଏଁ, ବଲାଙ୍ଗୀରରୁ ୪ ଜଣ, ବୌଦ୍ଧ ଓ ନବରଙ୍ଗପୁର ଜିଲ୍ଲାରୁ ୨ ଜଣ ଲେଖାଏଁ ଏବଂ ଷ୍ଟେଟ୍ ପୋଲ୍‌ରୁ ୮୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ମାତ୍ର ରାଜ୍ୟରେ ଚିନ୍ତା ବଢାଉଛି କରୋନା ମୃତ୍ୟୁସଂଖ୍ୟା। ଏପଟେ ଦୈନିକ ସଂକ୍ରମଣଙ୍କ ସଂଖ୍ଯା ହ୍ରାସ ପାଉଥିବା ବେଳେ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି । କରୋନା ଗତ ୨୪ ଘଣ୍ଟାରେ ଆଉ ୬୪ ଜଣଙ୍କ ଜୀବନ ନେଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫ ହଜାର ୯୬୬ ଜଣଙ୍କୁ ବୃଦ୍ଧି ପାଇଛି।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯ ଲକ୍ଷ ୭୮ ହଜାର ୭୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୧୫ ହଜାର ୮୫୮ ଜଣ ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯ ଲକ୍ଷ ୫୬ ହଜାର୮୨୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହା ସହ କରୋନା ଯୋଗୁଁ ୫୯୦୨ ଜଣଙ୍କର ମୃତ୍ୟୁ ହୋଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର