୧୪ଶହ ପ୍ଯାକେଟ ଚୋରା ଦେଶୀ ମଦ ବୋଝେଇ ଅଟୋ ଜବତ, ଜଣେ ଗିରଫ

The Sakala Picture
Published On

ବାଲୁଗାଁ : ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ବାଲୁଗାଁ ଥାନା ଅନ୍ତର୍ଗତ ଖଡ଼ିକାପଲ୍ଲୀ ଓଭରବ୍ରିଜ ଉପରୁ ୧୪ ଶହ ପ୍ଯାକେଟ ଚୋରା ଦେଶୀ ମଦ ନେଇ ଯାଉଥିବା ଏକ ଅଟୋକୁ ବାଲୁଗାଁ ପୋଲିସ ଜବତ କରିବା ସହ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଖବର ଅନୁଯାୟୀ ରବିବାର ବାଲୁଗାଁ ଆଇଆଇସି ରମାକାନ୍ତ ମାହାଲିକ ଏବଂ ନାଭାଲ ଫାଣ୍ଡି ଅଧିକାରୀ ଦିଲୀପ ସାହୁ ପାଟ୍ରୋଲିଂ କରୁଥିବା ବେଳେ ଖଡ଼ିକାପଲ୍ଲୀ ଓଭରବ୍ରିଜ ଉପରେ ଯାଉଥିବା ଏକ […]

ବାଲୁଗାଁ : ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ବାଲୁଗାଁ ଥାନା ଅନ୍ତର୍ଗତ ଖଡ଼ିକାପଲ୍ଲୀ ଓଭରବ୍ରିଜ ଉପରୁ ୧୪ ଶହ ପ୍ଯାକେଟ ଚୋରା ଦେଶୀ ମଦ ନେଇ ଯାଉଥିବା ଏକ ଅଟୋକୁ ବାଲୁଗାଁ ପୋଲିସ ଜବତ କରିବା ସହ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଖବର ଅନୁଯାୟୀ ରବିବାର ବାଲୁଗାଁ ଆଇଆଇସି ରମାକାନ୍ତ ମାହାଲିକ ଏବଂ ନାଭାଲ ଫାଣ୍ଡି ଅଧିକାରୀ ଦିଲୀପ ସାହୁ ପାଟ୍ରୋଲିଂ କରୁଥିବା ବେଳେ ଖଡ଼ିକାପଲ୍ଲୀ ଓଭରବ୍ରିଜ ଉପରେ ଯାଉଥିବା ଏକ ଅଟୋ ଉପରେ ସନ୍ଦେହ ହେବାରୁ ଅଟୋଟିକୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ କରିବା ସମୟରେ ଅଟୋ ଭିତରେ ବସ୍ତାରେ ଦେଶୀ ମଦ ବୋଝେଇ ହୋଇଥିବାର ଦେଖିବାକୁ ପାଇଥିଲେ। ସଂଗେ ସଂଗେ ଅଟୋ ସହିତ ସେଥିରେ ବୋଝେଇ ହୋଇଥିବା ବସ୍ତା ଭିତରୁ ପୋଲିସ ୨୮୦ ଲିଟର ଦେଶୀ ମଦ ଜବତ କରିବା ସହ ବାଲୁଗାଁ ଥାନା ଛେଡାପଦର ଗ୍ରାମର କନ୍ଦର୍ପ ଦାସ ନାମକ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ତେବେ କିଛି ଦୂରରୁ ପୋଲିସକୁ ଦେଖି ଅଟୋ ମାଲିକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ପୋଲିସ ଗିରଫ ଅଭିଯୁକ୍ତଙ୍କ ବିରୋଧରେ ବାଲୁଗାଁ ଥାନା କେସ ନଂ ୧୦୮/୨୧ ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ସହ ଯଥାଶୀଘ୍ର ଉକ୍ତ ଫେରାର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଗାଧୋଇବା ହେଲା କାଳ, ପୋଖରୀରେ ବୁଡି ଦୁଇ ନାବାଳିକା ମୃତ

20 Jun 2021 By The Sakala

୧୪ଶହ ପ୍ଯାକେଟ ଚୋରା ଦେଶୀ ମଦ ବୋଝେଇ ଅଟୋ ଜବତ, ଜଣେ ଗିରଫ

ବାଲୁଗାଁ : ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ବାଲୁଗାଁ ଥାନା ଅନ୍ତର୍ଗତ ଖଡ଼ିକାପଲ୍ଲୀ ଓଭରବ୍ରିଜ ଉପରୁ ୧୪ ଶହ ପ୍ଯାକେଟ ଚୋରା ଦେଶୀ ମଦ ନେଇ ଯାଉଥିବା ଏକ ଅଟୋକୁ ବାଲୁଗାଁ ପୋଲିସ ଜବତ କରିବା ସହ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି।

ଖବର ଅନୁଯାୟୀ ରବିବାର ବାଲୁଗାଁ ଆଇଆଇସି ରମାକାନ୍ତ ମାହାଲିକ ଏବଂ ନାଭାଲ ଫାଣ୍ଡି ଅଧିକାରୀ ଦିଲୀପ ସାହୁ ପାଟ୍ରୋଲିଂ କରୁଥିବା ବେଳେ ଖଡ଼ିକାପଲ୍ଲୀ ଓଭରବ୍ରିଜ ଉପରେ ଯାଉଥିବା ଏକ ଅଟୋ ଉପରେ ସନ୍ଦେହ ହେବାରୁ ଅଟୋଟିକୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ କରିବା ସମୟରେ ଅଟୋ ଭିତରେ ବସ୍ତାରେ ଦେଶୀ ମଦ ବୋଝେଇ ହୋଇଥିବାର ଦେଖିବାକୁ ପାଇଥିଲେ। ସଂଗେ ସଂଗେ ଅଟୋ ସହିତ ସେଥିରେ ବୋଝେଇ ହୋଇଥିବା ବସ୍ତା ଭିତରୁ ପୋଲିସ ୨୮୦ ଲିଟର ଦେଶୀ ମଦ ଜବତ କରିବା ସହ ବାଲୁଗାଁ ଥାନା ଛେଡାପଦର ଗ୍ରାମର କନ୍ଦର୍ପ ଦାସ ନାମକ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ତେବେ କିଛି ଦୂରରୁ ପୋଲିସକୁ ଦେଖି ଅଟୋ ମାଲିକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ପୋଲିସ ଗିରଫ ଅଭିଯୁକ୍ତଙ୍କ ବିରୋଧରେ ବାଲୁଗାଁ ଥାନା କେସ ନଂ ୧୦୮/୨୧ ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ସହ ଯଥାଶୀଘ୍ର ଉକ୍ତ ଫେରାର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ସୂଚନା ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର