ଭାଲୁ ସହ ଲଢି ମୃତ୍ୟୁ ମୁଖରୁ ବର୍ତ୍ତିଲେ ୧୩ ବର୍ଷର ନାବାଳକ
ନୀଳଗିରି: ଭାଲୁ-ମଣିଷ ଲଢେଇ। ଭାଲୁ ସହ ଲଢି ମୃତ୍ୟୁ ମୁଖରୁ ବର୍ତ୍ତିଲେ ୧୩ ବର୍ଷର ନାବାଳକ। ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ପୋଡ଼ାଶୂଳା ଗାଁରେ ଘଟିଛି ଏପରି ଏକ ଅଭାବନୀୟ ଘଟଣା । ଖାଦ୍ୟ ଅନ୍ବେଷଣରେ ସ୍ବର୍ଣ୍ଣଚୁଡ ଜଙ୍ଗଲରୁ ଆସି ବାଟବଣା ହୋଇଥିଲେ ଦୁଇଟି ଭାଲୁ। ପୋଡାଶୂଳ ଗ୍ରାମ ପାତ୍ରସାହିର ପ୍ରଭାତ ପାତ୍ର ଘରୁ ବାହାରିବା ସମୟରେ ଭାଲୁ ହାବୁଡରେ ପଡିଥିଲେ। ହଠାତ ଦୁଇଟି ଭାଲୁ ପ୍ରଭାତଙ୍କୁ ଆକ୍ରମଣ କରିଥିଲେ । ପ୍ରଭାତ ଏଥିରେ ବିଚଳିତ ନହୋଇ ସାହସର ସହ ସାମ୍ନା କରିଥିଲେ । ଭାଲୁକୁ ଧରି ପିଟି ସେ ନିଜର ଜୀବନ ବଞ୍ଚାଇଥିଲେ । ଭାଲୁ ଆକ୍ରମଣରେ ପ୍ରଭାତଙ୍କର ପେଟ ଓ ଗୋଡରେ ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ତାଙ୍କୁ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛି । ଗାଁରେ ଭାଲୁ ପଶୁଥିବା ଦେଖି ଲୋକମାନେ ଭୟଭୀତ ହୋଇଛନ୍ତି ।





