ବିଜେଡି଼ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୧୩ ନୂଆ ମୁହଁ

The Sakala Picture
Published On

ଭୁବନେଶ୍ୱର: ଆସନ୍ତା ସାଧାରଣ ନିର୍ବାଚନ ପାଇଁ ବିଜେଡ଼ି ବୁଧବାର ଦିନ ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ପ୍ରଥମ ପର୍ଯ୍ୟାୟରେ  ୭୨ ବିଧାନସଭା ଆସନ ଏବଂ ୯ ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି। ଓଡ଼ିଶା ବିଧାନସଭା ଆସନ ପାଇଁ ପ୍ରଥମ ଦଳ ଭାବେ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି । ଏହି ତାଲିକାରେ ଉଭୟ ଲୋକସଭା ଓ ବିଧାନସଭା ପାଇଁ ଘୋଷିତ ପ୍ରାର୍ଥୀଙ୍କ ମଧ୍ୟରେ ୧୪ […]

ଭୁବନେଶ୍ୱର: ଆସନ୍ତା ସାଧାରଣ ନିର୍ବାଚନ ପାଇଁ ବିଜେଡ଼ି ବୁଧବାର ଦିନ ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ପ୍ରଥମ ପର୍ଯ୍ୟାୟରେ  ୭୨ ବିଧାନସଭା ଆସନ ଏବଂ ୯ ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି। ଓଡ଼ିଶା ବିଧାନସଭା ଆସନ ପାଇଁ ପ୍ରଥମ ଦଳ ଭାବେ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି ।

ଆହୁରି ପଢ଼ନ୍ତୁ: ସ୍ତ୍ରୀ ମୃତ୍ୟୁର ଦିନକ ପରେ ସାପ କାମୁଡ଼ାରେ ଚାଲିଗଲା ସ୍ୱାମୀଙ୍କ ଜୀବନ

ଏହି ତାଲିକାରେ ଉଭୟ ଲୋକସଭା ଓ ବିଧାନସଭା ପାଇଁ ଘୋଷିତ ପ୍ରାର୍ଥୀଙ୍କ ମଧ୍ୟରେ ୧୪ ଜଣ ମହିଳା ଥିବା ବେଳେ ୧୩ ନୂଆ ମୁହଁ ରହିଛନ୍ତି । ବିଧାନସଭା ପାଇଁ ବିଜେଡି ୧୩ ଜଣ ନୂଆ ଚେହେରାଙ୍କ ଉପରେ ଭରସା କରିଛି। ସେହିଭଳି ଗତଥର ଲୋକସଭା ନିର୍ବାଚନ ଲଢିଥିବା ୩ ଜଣ ପ୍ରାର୍ଥୀଙ୍କୁ ଦଳ ଏଥରକ ବିଧାନସଭା ଟିକେଟ୍ ଦେଇଛି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ କୋଠା ଭୁଶୁଡିବା ପରେ ରାଜ୍ୟ ସରକାର ତତ୍ପର; ସହରରେ ଭଙ୍ଗାଯିବ ଦୁର୍ବଳ ଓ ଅସୁରକ୍ଷିତ କୋଠା

ପ୍ରାର୍ଥୀ ତାଲିକାରେ ୧୩ ନୂଆ ମୁହଁ

ଆହୁରି ପଢ଼ନ୍ତୁ: ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ ଜାରି

ବିଜେଡ଼ିର ଏଥରକ ୧୩ ଜଣ ନୂଆ ମୁହଁଙ୍କୁ ବିଧାନସଭା ଟିକେଟ୍ ଦେଇଛି । ଦଳ ଯେଉଁ ୧୩ ଜଣଙ୍କ ଉପରେ ଭରସା କରିଛି ସେମାନେ ହେଲେ ରାୟଗଡା ଲାଗି ଅନୁସୟା ମାଝି,ବସ୍ତା ପାଇଁ ସୁଭାସିନୀ ଜେନା । ସେହିଭଳି ଧାମନଗରରୁ ଡ.ସଂଜୟ ଦାସ,ଯାଜପୁରରରୁ ସୁଜାତା ସାହୁ,ଲୋଇସିଙ୍ଗାରୁ ନିହାର ବେହେରା,ଉମରକୋଟରୁ ନବୀନ ନାୟକ,ନବରଙ୍ଗପୁରରୁ କୌଶଲ୍ୟା ପ୍ରଧାନୀ,ଭବାନୀପାଟନାରୁ ଲତିକା ନାୟକ,ପାଟକୁରାରୁ ଅରବିନ୍ଦ ମହାପାତ୍ର, ପୁରୀରୁ ସୁନିଲ ମହାନ୍ତି, ସୋରୋଡା଼ରୁ ସଂଘମିତ୍ରା ସ୍ୱାଇଁ,ଦିଗପହଣ୍ଡିରୁ ବିପ୍ଲବ ପାତ୍ର ଓ ଚିକିଟିରୁ ଚିନ୍ମୟାନନ୍ଦ ଶ୍ରୀରୂପ ଦେବ ନୂଆମୁହଁ ଭାବେ ଟିକେଟ୍ ପାଇଛନ୍ତି ।

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର