ଜଙ୍ଗଲରୁ ମୁମୂର୍ଷୁ ଅବସ୍ଥାରେ ଯୁବତୀ ଉଦ୍ଧାର ଘଟଣା: ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଆଜି ୧୨ ଘଣ୍ଟିଆ ବରଗଡ଼ ବନ୍ଦ

The Sakala Picture
Published On

ବରଗଡ଼: ଧନୁଯାତ୍ରା ଦେଖିବାକୁ ଆସି ଜଣେ ଯୁବତୀ ନିଖୋଜ ହେବା ଓ ୪୮ଘଣ୍ଟା ପରେ ସ୍ଥାନୀୟ କୁର୍ଲା ଜଙ୍ଗଲରୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ହେବା ଘଟଣାର ୯ ଦିନ ପରେ ପୁଲିସ୍ ଗତକାଲି ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।କିନ୍ତୁ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଏବେ ବି ଫେରାର୍ ରହିଛି। ତାକୁ ଫେରାର୍ କରିବାରେ ଗିରଫ ୩ ଅଭିଯୁକ୍ତଙ୍କ ହାତ ରହିଛି ବୋଲି ପୁଲିସ୍ କହିଛି। ଯୁବତୀ ନିଖୋଜ ଘଟଣାର ୯ଦିନ ପରେ ବି […]

ବରଗଡ଼: ଧନୁଯାତ୍ରା ଦେଖିବାକୁ ଆସି ଜଣେ ଯୁବତୀ ନିଖୋଜ ହେବା ଓ ୪୮ଘଣ୍ଟା ପରେ ସ୍ଥାନୀୟ କୁର୍ଲା ଜଙ୍ଗଲରୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ହେବା ଘଟଣାର ୯ ଦିନ ପରେ ପୁଲିସ୍ ଗତକାଲି ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।କିନ୍ତୁ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଏବେ ବି ଫେରାର୍ ରହିଛି। ତାକୁ ଫେରାର୍ କରିବାରେ ଗିରଫ ୩ ଅଭିଯୁକ୍ତଙ୍କ ହାତ ରହିଛି ବୋଲି ପୁଲିସ୍ କହିଛି।

ଆହୁରି ପଢ଼ନ୍ତୁ: କୃଷ୍ଣପ୍ରସାଦରେ ମହାସମାରୋହରେ ଚାଲିଛି ଦ୍ୱିତୀୟ ବାଲିଯାତ୍ରା: ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବଣ୍ଟାଯାଉଛି ଟଙ୍କ ତୋରାଣି

ଯୁବତୀ ନିଖୋଜ ଘଟଣାର ୯ଦିନ ପରେ ବି ପୋଲିସ୍‌ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାରେ ବିଫଳ ହୋଇଛି । ଏହାର ପ୍ରତିବାଦରେ ବରଗଡ଼ ନାଗରିକ କମିଟି ପକ୍ଷରୁ ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ଘଣ୍ଟିଆ ସମ୍ପୂର୍ଣ୍ଣ ବରଗଡ଼ ବନ୍ଦ ପାଇଁ ଡାକରା ଦିଆଯାଇଛି। ଏହି ବନ୍ଦକୁ ବରଗଡ଼ ଜିଲ୍ଲାର ବିଭିନ୍ନ ସାମାଜିକ ଅନୁଷ୍ଠାନ ଯଥା ବରଗଡ଼ ବ୍ୟବସାୟିକ ସଙ୍ଘ, ବରଗଡ଼ ହାଟପଦା ପନିପରିବା ବ୍ୟବସାୟିକ ସଙ୍ଘ, ବରଗଡ଼ ଦୁର୍ଗାମନ୍ଦିର କମିଟି, ବରଗଡ଼ ଭୀମ ଆର୍ମି, ବରଗଡ଼ ଜିଲ୍ଲା ଖବରକାଗଜ ବିତରକ ସଂଘ, ସମତା ସୈନିକ ଦଳ, ଆମ୍ବେଦକର ଯୁବକ ସଙ୍ଘ, ସଂଯୁକ୍ତ କୃଷକ ସଂଗଠନ, ବରଗଡ଼, ଅଭିଭାବକ ମହାସଙ୍ଘ ବରଗଡ଼, ସମ୍ବିଧାନ ସୁରକ୍ଷା ମଞ୍ଚ ବରଗଡ଼, ବିର୍ସାମୁଣ୍ଡା ସଂଘର୍ଷ ବାହିନୀ, ଏସି ଏସଟି ମିଳିତ ମଞ୍ଚ ବରଗଡ଼, କୋଶଳ ସେନା, ଭୂମିହୀନ ସଂଗ୍ରାମ ସମିତି, ପଶ୍ଚିମ ଓଡ଼ିଶା ୟୁଵା ମଞ୍ଚ, ନିଷ୍ଠା ପରିବାର, ସଂକଳ୍ପ ପରିବାର, ଜିଲ୍ଲା ସମାଜସେବୀ ସଙ୍ଘ, ବରଗଡ଼ ମୁସଲିମ ସମାଜ ସହିତ ରାଜନୈତିଜ ଦଳମାନେ ସମର୍ଥନ ଜଣାଇଛନ୍ତି।

ଆହୁରି ପଢ଼ନ୍ତୁ: ଦିନ ୧୧ଟାରୁ ୩ଟା ଭିତରେ ହେବନି ଜନ ଗଣନା, ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜସ୍ୱ ବିଭାଗର ନିଷ୍ପତ୍ତି

ସକାଳୁ ସହର ବିଭିନ୍ନ ଛକରେ ବନ୍ଦ ପାଳନ ହେଉଥିବାର ଦେଖିବାକୁ ମିଳିଛି। ବିଭିିନ୍ନ ସଂଗଠନ ପକ୍ଷରୁ ପିକେଟିଂ ସହ ରାସ୍ତାରୋକ କରୁଛନ୍ତି। ଅତ୍ୟାବଶ୍ୟକ ସେବା ଓ ଜରୁରୀ କାଳୀନ ସେବାକୁ ବାଦ ଦେଇ ବିଭିନ୍ନ ସ୍କୁଲ କଲେଜ ସରକାରୀ ବେସରକାରୀ ଅନୁଷ୍ଠାନ କାର୍ଯ୍ୟାଳୟ ସକାଳ ୬ ଟା ରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ବନ୍ଦ ରହିବ ।

ଆହୁରି ପଢ଼ନ୍ତୁ: ଥରକେ ୫୦ ଲିଟରରୁ ଅଧିକ ପେଟ୍ରୋଲ ବିକ୍ରି ଉପରେ କଟକଣା, ପେଟ୍ରୋଲ ପମ୍ପଗୁଡ଼ିକୁ ନୋଟିସ୍ ଜାରି

ଅନ୍ୟପଟେ ଏହାକୁ ନେଇ ବରଗଡ଼ରେ ରାଜନୀତି ସରଗରମ ହୋଇଛି। ଏଭଳି ଏକ ସ୍ପର୍ଶକାତର ଘଟଣାରେ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ସାମାଜିକ ଗଣମାଧ୍ୟମରେ ବିଭ୍ରାନ୍ତିକର ଓ ମିଥ୍ୟା ତଥ୍ୟ ଦେବା ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ବୋଲି ଦେବେଶ ସମାଲୋଚନା କରିଛନ୍ତି। ପୀଡ଼ିତାଙ୍କୁ ସମବେଦନା ଓ ନ୍ୟାୟ ଦେବା ପରିବର୍ତ୍ତେ ବିଧାୟକ ଦୋଷୀକୁ ଘଣ୍ଟ ଘୋଡ଼ାଇ ଯେଉଁ ରାଜନୀତି କରୁଛନ୍ତି, ତାହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ସେ କହିଛନ୍ତି। ଦୋଷୀକୁ ଖସାଇବା ଓ ତଦନ୍ତକୁ ପ୍ରଭାବିତ କରିବା ପାଇଁ ବିଧାୟକ ଶ୍ରୀ ଷଡ଼ଙ୍ଗୀ ଏପରି କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଏହାସହ, ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବିଜେଡି ସରପଞ୍ଚଙ୍କ ସଂପର୍କୀୟ ବୋଲି ବିଧାୟକ ଶ୍ରୀ ଷଡ଼ଙ୍ଗୀ ଯେଉଁ ଦାବି କରିଛନ୍ତି, ତାହାକୁ ଦେବେଶ ଖଣ୍ଡନ କରିଛନ୍ତି।

21 Jan 2025 By The Sakala

ଜଙ୍ଗଲରୁ ମୁମୂର୍ଷୁ ଅବସ୍ଥାରେ ଯୁବତୀ ଉଦ୍ଧାର ଘଟଣା: ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଆଜି ୧୨ ଘଣ୍ଟିଆ ବରଗଡ଼ ବନ୍ଦ

ବରଗଡ଼: ଧନୁଯାତ୍ରା ଦେଖିବାକୁ ଆସି ଜଣେ ଯୁବତୀ ନିଖୋଜ ହେବା ଓ ୪୮ଘଣ୍ଟା ପରେ ସ୍ଥାନୀୟ କୁର୍ଲା ଜଙ୍ଗଲରୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ହେବା ଘଟଣାର ୯ ଦିନ ପରେ ପୁଲିସ୍ ଗତକାଲି ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।କିନ୍ତୁ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଏବେ ବି ଫେରାର୍ ରହିଛି। ତାକୁ ଫେରାର୍ କରିବାରେ ଗିରଫ ୩ ଅଭିଯୁକ୍ତଙ୍କ ହାତ ରହିଛି ବୋଲି ପୁଲିସ୍ କହିଛି।

ଯୁବତୀ ନିଖୋଜ ଘଟଣାର ୯ଦିନ ପରେ ବି ପୋଲିସ୍‌ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାରେ ବିଫଳ ହୋଇଛି । ଏହାର ପ୍ରତିବାଦରେ ବରଗଡ଼ ନାଗରିକ କମିଟି ପକ୍ଷରୁ ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ଘଣ୍ଟିଆ ସମ୍ପୂର୍ଣ୍ଣ ବରଗଡ଼ ବନ୍ଦ ପାଇଁ ଡାକରା ଦିଆଯାଇଛି। ଏହି ବନ୍ଦକୁ ବରଗଡ଼ ଜିଲ୍ଲାର ବିଭିନ୍ନ ସାମାଜିକ ଅନୁଷ୍ଠାନ ଯଥା ବରଗଡ଼ ବ୍ୟବସାୟିକ ସଙ୍ଘ, ବରଗଡ଼ ହାଟପଦା ପନିପରିବା ବ୍ୟବସାୟିକ ସଙ୍ଘ, ବରଗଡ଼ ଦୁର୍ଗାମନ୍ଦିର କମିଟି, ବରଗଡ଼ ଭୀମ ଆର୍ମି, ବରଗଡ଼ ଜିଲ୍ଲା ଖବରକାଗଜ ବିତରକ ସଂଘ, ସମତା ସୈନିକ ଦଳ, ଆମ୍ବେଦକର ଯୁବକ ସଙ୍ଘ, ସଂଯୁକ୍ତ କୃଷକ ସଂଗଠନ, ବରଗଡ଼, ଅଭିଭାବକ ମହାସଙ୍ଘ ବରଗଡ଼, ସମ୍ବିଧାନ ସୁରକ୍ଷା ମଞ୍ଚ ବରଗଡ଼, ବିର୍ସାମୁଣ୍ଡା ସଂଘର୍ଷ ବାହିନୀ, ଏସି ଏସଟି ମିଳିତ ମଞ୍ଚ ବରଗଡ଼, କୋଶଳ ସେନା, ଭୂମିହୀନ ସଂଗ୍ରାମ ସମିତି, ପଶ୍ଚିମ ଓଡ଼ିଶା ୟୁଵା ମଞ୍ଚ, ନିଷ୍ଠା ପରିବାର, ସଂକଳ୍ପ ପରିବାର, ଜିଲ୍ଲା ସମାଜସେବୀ ସଙ୍ଘ, ବରଗଡ଼ ମୁସଲିମ ସମାଜ ସହିତ ରାଜନୈତିଜ ଦଳମାନେ ସମର୍ଥନ ଜଣାଇଛନ୍ତି।

ସକାଳୁ ସହର ବିଭିନ୍ନ ଛକରେ ବନ୍ଦ ପାଳନ ହେଉଥିବାର ଦେଖିବାକୁ ମିଳିଛି। ବିଭିିନ୍ନ ସଂଗଠନ ପକ୍ଷରୁ ପିକେଟିଂ ସହ ରାସ୍ତାରୋକ କରୁଛନ୍ତି। ଅତ୍ୟାବଶ୍ୟକ ସେବା ଓ ଜରୁରୀ କାଳୀନ ସେବାକୁ ବାଦ ଦେଇ ବିଭିନ୍ନ ସ୍କୁଲ କଲେଜ ସରକାରୀ ବେସରକାରୀ ଅନୁଷ୍ଠାନ କାର୍ଯ୍ୟାଳୟ ସକାଳ ୬ ଟା ରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ବନ୍ଦ ରହିବ ।

ଅନ୍ୟପଟେ ଏହାକୁ ନେଇ ବରଗଡ଼ରେ ରାଜନୀତି ସରଗରମ ହୋଇଛି। ଏଭଳି ଏକ ସ୍ପର୍ଶକାତର ଘଟଣାରେ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ସାମାଜିକ ଗଣମାଧ୍ୟମରେ ବିଭ୍ରାନ୍ତିକର ଓ ମିଥ୍ୟା ତଥ୍ୟ ଦେବା ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ବୋଲି ଦେବେଶ ସମାଲୋଚନା କରିଛନ୍ତି। ପୀଡ଼ିତାଙ୍କୁ ସମବେଦନା ଓ ନ୍ୟାୟ ଦେବା ପରିବର୍ତ୍ତେ ବିଧାୟକ ଦୋଷୀକୁ ଘଣ୍ଟ ଘୋଡ଼ାଇ ଯେଉଁ ରାଜନୀତି କରୁଛନ୍ତି, ତାହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ସେ କହିଛନ୍ତି। ଦୋଷୀକୁ ଖସାଇବା ଓ ତଦନ୍ତକୁ ପ୍ରଭାବିତ କରିବା ପାଇଁ ବିଧାୟକ ଶ୍ରୀ ଷଡ଼ଙ୍ଗୀ ଏପରି କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଏହାସହ, ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବିଜେଡି ସରପଞ୍ଚଙ୍କ ସଂପର୍କୀୟ ବୋଲି ବିଧାୟକ ଶ୍ରୀ ଷଡ଼ଙ୍ଗୀ ଯେଉଁ ଦାବି କରିଛନ୍ତି, ତାହାକୁ ଦେବେଶ ଖଣ୍ଡନ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର