ମନୋରଞ୍ଜନ
ଓଡ଼ିଶା
ମାଟ୍ରିକ ପରୀକ୍ଷାରେ ୧୨ ହଜାର ପରୀକ୍ଷାର୍ଥୀ ଅନୁପସ୍ଥିତ, କାହିଁକି ଅନୁପସ୍ଥିତ ରହିଲେ ତର୍ଜମା କରାଯାଉଛି: ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର: ମାଟ୍ରିକ୍ ପରୀକ୍ଷାରେ ୧୨ ହଜାର ପରୀକ୍ଷାର୍ଥୀ ଅନୁପସ୍ଥିତ ଥିବା କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ତେବେ କାହିଁକି ଏତେ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଲେ ସେନେଇ ତର୍ଜମା କରାଯାଉଛି ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ବିଭାଗୀୟ ତ୍ରୁଟି ନାହିଁ, ବ୍ୟକ୍ତିଗତ କାରଣରୁ ଅନୁପସ୍ଥିତ ରହିଥିବା ନେଇ ସଫେଇ ଦେଇଛନ୍ତି ମନ୍ତ୍ରୀ । ସରକାର ଡ୍ରପ୍ ଆଉଟ୍ ରୋକିବାକୁ ସବୁ ପଦକ୍ଷେପ ନେଇଛନ୍ତି । ଚାଇଲ୍ଡ ଟ୍ରାକିଂ ସର୍ଭେ କରାଯାଉଛି । ନାମଲେଖା ଉତ୍ସବ କରାଯାଉଛି । ଆସ ସ୍କୁଲ ଯିବା ଅଭିଯାନ ବି କରାଯାଉଛି । ତ୍ରୁଟିକୁ ଅନୁଧ୍ୟାନ କରି ଆଗାମୀ ଦିନରେ ଆହୁରି ସଚେତନ କରାଇବାକୁ ସରକାର ପଦକ୍ଷେପ ନେବେ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।





