ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାରେ ଆଜି ନବ ନିର୍ମାଣ କୃଷକ ସଙ୍ଗଠନର ଓଡ଼ିଶା ବନ୍ଦ ଡାକରା

The Sakala Picture
Published On

ଭୁବନେଶ୍ୱର: ବିଜେବି ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ନ୍ୟାୟ ଦାବି କରି ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ଓ ଛାତ୍ର ସଙ୍ଗଠନ । ଆଜି ସକାଳ ୬ରୁ ସନ୍ଧ୍ୟା ୬ ଯାଏଁ ବନ୍ଦ ଡାକରା ଦେଇଛି ନବ ନିର୍ମାଣ ଯୁବ ଛାତ୍ର ନାମକ ସଂଗଠନ । ବନ୍ଦକୁ ଆଉ କିଛି ସଂଗଠନ ମଧ୍ୟ ସମର୍ଥନ କରିଛନ୍ତି। ଶାନ୍ତିପୂର୍ଣ୍ଣ ବନ୍ଦ ପାଇଁ ଆହ୍ବାନ ଦିଆଯାଇଛି । ରୁଚିକା ଓ ତାଙ୍କ […]

ଭୁବନେଶ୍ୱର: ବିଜେବି ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ନ୍ୟାୟ ଦାବି କରି ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ଓ ଛାତ୍ର ସଙ୍ଗଠନ । ଆଜି ସକାଳ ୬ରୁ ସନ୍ଧ୍ୟା ୬ ଯାଏଁ ବନ୍ଦ ଡାକରା ଦେଇଛି ନବ ନିର୍ମାଣ ଯୁବ ଛାତ୍ର ନାମକ ସଂଗଠନ । ବନ୍ଦକୁ ଆଉ କିଛି ସଂଗଠନ ମଧ୍ୟ ସମର୍ଥନ କରିଛନ୍ତି। ଶାନ୍ତିପୂର୍ଣ୍ଣ ବନ୍ଦ ପାଇଁ ଆହ୍ବାନ ଦିଆଯାଇଛି । ରୁଚିକା ଓ ତାଙ୍କ ପରିବାରକୁ ନ୍ୟାୟ ପାଇଁ ରାଜଧାନୀ ସମେତ ସାରା ରାଜ୍ୟରେ ରାଜରାସ୍ତାଠାରୁ ଆରମ୍ଭ କରି ପ୍ରତି କଲେଜ ସମୁଖରେ ପ୍ରତିବାଦ କରାଯିବ ବୋଲି ସଙ୍ଗଠନ କହିଛି ।

ଆହୁରି ପଢ଼ନ୍ତୁ: ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଲା ବିଜେଡି, '୩ ମାସ ପରେ ମଧ୍ୟ ତ୍ରୁଟିଶୂନ୍ୟ ପୁସ୍ତକ ପ୍ରଦାନରେ ରାଜ୍ୟ ସରକାର ବିଫଳ'

ବନ୍ଦ ଦୃଷ୍ଟିରୁ ରାଜ୍ୟ ସରକାର କଡ଼ା ସୁରକ୍ଷା ବ୍ୟବସ୍ଥା କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାଜଧାନୀରେ କମିସନରେଟ୍‍ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଜଧାନୀର ବିଭିନ୍ନ ଛକରେ ୨୨ ପ୍ଲାଟୁନ୍‍ ପୁଲିସ ଫୋର୍ସ, ୧୦୦ ଅଫିସର ଏବଂ ୪ ଜଣ ଅତିରିକ୍ତ ଡିସିପି ମୁତୟନ କରାଯାଇଛି। ଡିସିପି ପ୍ରତୀକ ସିଂ ସୁରକ୍ଷା ବ୍ୟବସ୍ଥାର ମନିଟରିଂ କରିବେ। ବିଧାନସଭା ଚାଲୁଥିବାରୁ ଏହାର ଚାରିପଟେ ଏକାଧିକ ପୁଲିସ କର୍ମଚାରୀ ଏବଂ ଅଫିସରଙ୍କୁ ମୁତୟନ କରାଯିବ। ରାଜଧାନୀର ଏଜି ଛକ, ମାଷ୍ଟର୍‍କ୍ୟାଣ୍ଟିନ, ସହିଦନଗର, ରୁପାଲି ଛକ ଆଦି ଏକାଧିକ ଛକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ। ଏକାଧିକ ସରକାରୀ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ ଆଦି ସ୍ଥାନରେ ମଧ୍ୟ ପୁଲିସ ମୁତୟନ କରାଯିବ। ଏନେଇ ଡିସିପି ପ୍ରତୀକ ସିଂ କହିଛନ୍ତି ଯେ ରାଜଧାନୀରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଯେଉଁମାନେ ଆଇନ୍‍କୁ ହାତକୁ ନେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେଣୁ ଶାନ୍ତିରେ ବନ୍ଦ ପାଳନ କରିବାକୁ ଡିସିପି କହିଛନ୍ତି।

ଆହୁରି ପଢ଼ନ୍ତୁ: କନ୍ଧମାଳରେ ସଶସ୍ତ୍ର ଲୁଟେରା ଗ୍ୟାଙ୍ଗ୍‌ ଠାବ: ୩ ଗିରଫ, ବନ୍ଧୁକ ସହ ବିପୁଳ ପରିମାଣର ଗଞ୍ଜେଇ ଜବତ

ସେହିପରି ବନ୍ଦ ଡକରାକୁ ଦୃଷ୍ଟିରେ ରଖି ଗୃହ ବିଭାଗ ପକ୍ଷରୁ କଡ଼ା ବନ୍ଦୋବସ୍ତ କରାଯାଇଛି। ଲୋକସେବା ଭବନ, ଖାରବେଳ ନଗର, ରାଜୀବ ଭବନ ଓ ବିଭାଗୀୟ ମୁଖ୍ୟ ଦପ୍ତରରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ସକାଳ ସାଢ଼େ ୯ଟା ସୁଦ୍ଧା ଅଫିସରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା ଆଜି ସମସ୍ତ ବିଭାଗର ସଚିବ ଓ ଅତିରିକ୍ତ ମୁଖ୍ୟ ସଚିବମାନଙ୍କୁ ଚିଠି ଲେଖି ଜଣାଇଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୯ ଜଣ ଯୁବ ଆଇଏଏସ୍ ଅଫିସରଙ୍କୁ ଉପ-ଜିଲ୍ଲାପାଳ ଭାବେ ନିଯୁକ୍ତି

ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ମଙ୍ଗଳବାର ନବନିର୍ମାଣ କୃଷକ ସଂଗଠନ ଓ ନବନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏହି ସମୟରେ ସେମାନେ ଗାଡ଼ିମୋଟର ଓ ଟ୍ରେନ୍‍ ଚଳାଚଳ, ବ୍ୟବସାୟିକ ପ୍ରତିଷ୍ଠାନକୁ ବନ୍ଦ କରିବା ସହ ଶିକ୍ଷାନୁଷ୍ଠାନ, ସରକାରୀ ଅଫିସ୍‍ ଓ ବ୍ୟାଙ୍କ ଆଦି ସମ୍ମୁଖରେ ପିକେଟିଂ କରିବାର ଆଶଙ୍କା ରହିଛି। ତେଣୁ ସମସ୍ତ କର୍ମଚାରୀ ସକାଳ ସାଢ଼େ ୯ଟା ସୁଦ୍ଧା ଅଫିସ୍‍ ପରିସରକୁ ପ୍ରବେଶ ପାଇଁ ପରାମର୍ଶ ଦିଆଯାଉଛି। ଲୋକସେବା ଭବନର ମୁଖ୍ୟ ଗେଟ୍‍ ସକାଳ ୧୦ଟା ୧୫ ମିନିଟ୍‍ରେ ବନ୍ଦ ହୋଇଯିବ ଓ ସମସ୍ତେ ପଛ ଗେଟ୍‍ ଦେଇ ଯାତାୟାତ କରିବେ। କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ କାର୍‍ ପାସ୍‍ ଥିବା ଗାଡ଼ି ମଧ୍ୟ ଲୋକସେବା ଭବନ ଭିତରକୁ ପ୍ରବେଶ କରିପାରିବ ନାହିଁ। ମଙ୍ଗଳବାର ଏସବୁ ସରକାରୀ କାର୍ଯ୍ୟାଳୟକୁ ସାଧାରଣ ଲୋକଙ୍କ ପ୍ରବେଶ ଉପରେ ମଧ୍ୟ କଟକଣା ଜାରି ହୋଇଛି। ଯଦି କୌଣସି ଜରୁରୀ କାର୍ଯ୍ୟ ଥାଏ ତେବେ ସମ୍ପୃକ୍ତ ବିଭାଗର ସୁପାରିସରେ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସଙ୍ଗେ ସଙ୍ଗେ ପାସ୍‍ ଯୋଗାଇଦେବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର