କଂଗ୍ରେସର ୧୨ ବିଧାୟକ ବିଧାନସଭାରୁ ନିଲମ୍ବିତ, ବିଶୃଙ୍ଖଳା ଆଚରଣ ପାଇଁ ନିଲମ୍ବନ କଲେ ବାଚସ୍ପତି

The Sakala Picture
Published On

ଭୁବନେଶ୍ବର : କଂଗ୍ରେସର ୧୨ ବିଧାୟକଙ୍କୁ ବିଧାନସଭାରୁ ନିଲମ୍ବନ କରାଯାଇଛି। ବିଶୃଙ୍ଖଳା ଆଚରଣ ୧୨ ଜଣ ବିଧାୟକଙ୍କୁ ନିଲମ୍ବନ କରିଛନ୍ତି ବାଚସ୍ପତି ସୁରମା ପାଢୀ। କଂଗ୍ରେସ ଗୃହ ଚଳାଇ ଦେଉନଥିବା ଅଭିଯୋଗ ପରେ ୭ ଦିନ ପାଇଁ କଂଗ୍ରେସର ୧୨ ବିଧାୟକଙ୍କୁ ନିଲମ୍ବିନ କରାଯାଇଛି। କଂଗ୍ରେସ ବିଧାୟକ ଗୃହ ଚଳାଇ ଦେଉନଥିବା ଅଭିଯୋଗ କରିବା ସହ ବିଧାୟକଙ୍କ ନିଲମ୍ବନ ପାଇଁ ପ୍ରସ୍ତାବ ଆଣିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ। ସରକାରୀ ଦଳ ମୁଖ୍ୟ ସଚେତକଙ୍କ ପ୍ରସ୍ତାବ ଆଧାରରେ […]

ଭୁବନେଶ୍ବର : କଂଗ୍ରେସର ୧୨ ବିଧାୟକଙ୍କୁ ବିଧାନସଭାରୁ ନିଲମ୍ବନ କରାଯାଇଛି। ବିଶୃଙ୍ଖଳା ଆଚରଣ ୧୨ ଜଣ ବିଧାୟକଙ୍କୁ ନିଲମ୍ବନ କରିଛନ୍ତି ବାଚସ୍ପତି ସୁରମା ପାଢୀ। କଂଗ୍ରେସ ଗୃହ ଚଳାଇ ଦେଉନଥିବା ଅଭିଯୋଗ ପରେ ୭ ଦିନ ପାଇଁ କଂଗ୍ରେସର ୧୨ ବିଧାୟକଙ୍କୁ ନିଲମ୍ବିନ କରାଯାଇଛି।

ଆହୁରି ପଢ଼ନ୍ତୁ: କୋଟିଆ ବିବାଦ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ ଭକ୍ତ ଦାସ, ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ଦାବି

କଂଗ୍ରେସ ବିଧାୟକ ଗୃହ ଚଳାଇ ଦେଉନଥିବା ଅଭିଯୋଗ କରିବା ସହ ବିଧାୟକଙ୍କ ନିଲମ୍ବନ ପାଇଁ ପ୍ରସ୍ତାବ ଆଣିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ। ସରକାରୀ ଦଳ ମୁଖ୍ୟ ସଚେତକଙ୍କ ପ୍ରସ୍ତାବ ଆଧାରରେ ବାଚସ୍ପତି ସୁରମା ପାଢୀ ୭ ଦିନ ପାଇଁ କଂଗ୍ରେସର ୧୨ ବିଧାୟକଙ୍କୁ ନିଲମ୍ବିନ କରିଛନ୍ତି। ତାରାପ୍ରସାଦ ବାହିନୀପତି ଓ ରମେଶ ଜେନାଙ୍କୁ ଛାଡି କଂଗ୍ରେସର ବାକି ସମସ୍ତ ବିଧାୟକ ନିଲମ୍ବିତ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସୃଷ୍ଟି ହେଲା ସୁଦୃଶ୍ୟ ଲଘୁଚାପ, ଆଜି ନେବ ଅବପାତର ରୂପ

ବିଧାନସଭାରୁ ନିଲମ୍ବିତ ହୋଇଥିବା ୧୨ ବିଧାୟକଙ୍କ ମଧ୍ୟରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ସିଏସ୍‌ ରାଜନ ଏକ୍କା, ଦାସରଥୀ ଗମାଙ୍ଗ, ଅଶୋକ ଦାସ, ସତ୍ୟଜିତ ଗମାଙ୍ଗ, ସାଗର ଦାସ, ପ୍ରଫୁଲ୍ଲ ପ୍ରଧାନ,ମଙ୍ଗୁ ଖିଲ, ପବିତ୍ର ସାଉନ୍ତା, କାଡ୍ରାକା ଆପାଲାସ୍ବାମ, ନୀଳମାଧବ ହିକକା ଏବଂ ସୋଫିଆ ଫିର୍ଦ୍ଦୋସ ରହିଛନ୍ତି।

ଆହୁରି ପଢ଼ନ୍ତୁ: ପୁଅକୁ ଡାକ୍ତର କରିବାକୁ ପଣ: ଋଣ ଶୁଝିବା ଯାଏଁ ଏସ୍‌ଏଚ୍‌ଜି ନିକଟରେ ବାର୍ଦ୍ଧକ୍ୟ କାର୍ଡ ବନ୍ଧକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର