ରାସ୍ତା ପାଇଁ ପ୍ରତି କିଲୋମିଟର ପିଛା ଖର୍ଚ୍ଚ ହୋଇଛି ୧୧ ଲକ୍ଷ ୬୨ ହଜାର ଟଙ୍କା

The Sakala Picture
Published On

ଭୁବନେଶ୍ୱର: ତୃତୀୟ ଦିନରେ ସ୍ୱାଭାବିକ ଚାଲିଛି ବିଧାନସଭାର ମୌସୁମୀ ଅଧିବେଶନ। ଆଜି ପ୍ରଶ୍ନକାଳରେ ଗ୍ରାମ୍ୟ ଉନ୍ନୟନ ବିଭାଗର କାମ ନେଇ ଆଲୋଚନା ହୋଇଛି । ପୂର୍ତ୍ତ ବିଭାଗକୁ ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା ଟ୍ରାନସଫରରେ ସମସ୍ୟା ଏବଂ ଗାଁ ରାସ୍ତାଗୁଡ଼ିକ ଦୀର୍ଘଦିନ ଧରି ମରାମତି ହେଉନଥିବାରୁ ବିଧାୟକମାନେ ଗୃହରେ ଏ ନେଇ ପ୍ରଶ୍ନ ଉଠାଇଥିଲେ । ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ଉତ୍ତର ରଖି କହିଛନ୍ତି ଯେ, ରାଜ୍ୟରେ ୧ ଲକ୍ଷ ୩ହଜାର ୭୩୧କିଲୋମିଟର ଆରଡି […]

ଭୁବନେଶ୍ୱର: ତୃତୀୟ ଦିନରେ ସ୍ୱାଭାବିକ ଚାଲିଛି ବିଧାନସଭାର ମୌସୁମୀ ଅଧିବେଶନ। ଆଜି ପ୍ରଶ୍ନକାଳରେ ଗ୍ରାମ୍ୟ ଉନ୍ନୟନ ବିଭାଗର କାମ ନେଇ ଆଲୋଚନା ହୋଇଛି । ପୂର୍ତ୍ତ ବିଭାଗକୁ ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା ଟ୍ରାନସଫରରେ ସମସ୍ୟା ଏବଂ ଗାଁ ରାସ୍ତାଗୁଡ଼ିକ ଦୀର୍ଘଦିନ ଧରି ମରାମତି ହେଉନଥିବାରୁ ବିଧାୟକମାନେ ଗୃହରେ ଏ ନେଇ ପ୍ରଶ୍ନ ଉଠାଇଥିଲେ । ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ଉତ୍ତର ରଖି କହିଛନ୍ତି ଯେ, ରାଜ୍ୟରେ ୧ ଲକ୍ଷ ୩ହଜାର ୭୩୧କିଲୋମିଟର ଆରଡି ରୋଡ୍‌ ଅଛି ।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ରାହୁରେଖା ଲାଗି ହେବେ ମହାପ୍ରଭୁ, ସାଢେ଼ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

୨୦୨୧-୨୨ ଆର୍ଥିକ ବର୍ଷରେ ଏସବୁର ମରାମତି ପାଇଁ ୧ ହଜାର ୨୫୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ପ୍ରତି କିଲୋମିଟର ପିଛା ଖର୍ଚ୍ଚ ହୋଇଛି ୧୧ ଲକ୍ଷ ୬୨ ହଜାର ଟଙ୍କା । ସେହିପରି ପଞ୍ଚାୟତିରାଜ ବିଭାଗ ଅଧୀନରେ ଚାଲୁଥିବା ଜଳଜୀବନ ମିଶନ ନେଇ ମଧ୍ୟ ଆଲୋଚନା ହୋଇଛି । ଅନ୍ୟପଟେ ରାଜ୍ୟରେ ବେକାରୀ ସମସ୍ୟା ନେଇ କଂଗ୍ରେସ ଆଣିଥିବା ମୁଲତବି ପ୍ରସ୍ତାବ ଉପରେ ଆଲୋଚନା ହୋଇଛି।

ଆହୁରି ପଢ଼ନ୍ତୁ: ସାପ କାମୁଡ଼ିବା ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ

ଅନ୍ୟପଟେ ଯେଉଁ ତଥ୍ୟ ଗତକାଲି ବିଧାୟକମାନଙ୍କୁ ଦିଆଯାଇନାହିଁ, ସେହି ବିଭାଗର ତଥ୍ୟ ଆଣି ବିଧାୟକମାନଙ୍କୁ ଯୋଗାଇ ଦେବା ପାଇଁ ବିଧାନସଭା ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି । ବୁକ ସର୍କୁଲାର ୪୭ ଉଲଂଘନ ନେଇ ରୁଲିଂ ଦେଇଛନ୍ତି ବାଚସ୍ପତି ।

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ା-ଖଡ଼ଗପୁର ୪ ଲେନ୍‌ ରେଲୱେ ଟ୍ରାକ୍‌କୁ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍‌ କମିଟିର ଅନୁମୋଦନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର