ଆଜି ପ୍ରକାଶ ପାଇବ ମାଟ୍ରିକ୍‍ ପରୀକ୍ଷା ଫଳ: ୱେବସାଇଟ୍ ଓ ଏସଏମସ ମାଧ୍ଯମରେ ରେଜଲ୍ଟ ଜାଣିପାରିବେ ଛାତ୍ରଛାତ୍ରୀ

The Sakala Picture
Published On

ଭୁବନେଶ୍ୱର: ଆଜି ଦିନ ୧ଟାରେ ମାଟ୍ରିକ୍‍ ପରୀକ୍ଷା ଫଳ ପ୍ରକାଶ ପାଇବ। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଫଳ ପ୍ରକାଶ ପାଇବାକୁ ଥିବାବେଳେ ପ୍ରଥମେ ଏହାକୁ ପୂର୍ବାହ୍ନ ୧୦ ଟାରେ ପରୀକ୍ଷା ପରିଚାଳନା କମିଟି ଦ୍ୱାରା ଯାଞ୍ଚ କରାଯିବ। କମିଟି ଠାରୁ ଅନୁମୋଦନ ମିଳିବା ପରେ ଅପରାହ୍ନ ୧ଟାରେ ବିଧିବଦ୍ଧ ଭାବେ ରେଜଲ୍ଟ ଘୋଷଣା ହେବ। ଛାତ୍ରଛାତ୍ରୀମାନେ ଦିନ ୨ଟାରୁ ବୋର୍ଡ ୱେବସାଇଟ ମାଧ୍ୟମରେ ନିଜର ରେଜଲ୍ଟ ସମ୍ପର୍କରେ ଜାଣିପାରିବେ। ଏଥି ପାଇଁ ବୋର୍ଡ଼ www.bseodisha.ac.in […]

ଭୁବନେଶ୍ୱର: ଆଜି ଦିନ ୧ଟାରେ ମାଟ୍ରିକ୍‍ ପରୀକ୍ଷା ଫଳ ପ୍ରକାଶ ପାଇବ। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଫଳ ପ୍ରକାଶ ପାଇବାକୁ ଥିବାବେଳେ ପ୍ରଥମେ ଏହାକୁ ପୂର୍ବାହ୍ନ ୧୦ ଟାରେ ପରୀକ୍ଷା ପରିଚାଳନା କମିଟି ଦ୍ୱାରା ଯାଞ୍ଚ କରାଯିବ। କମିଟି ଠାରୁ ଅନୁମୋଦନ ମିଳିବା ପରେ ଅପରାହ୍ନ ୧ଟାରେ ବିଧିବଦ୍ଧ ଭାବେ ରେଜଲ୍ଟ ଘୋଷଣା ହେବ। ଛାତ୍ରଛାତ୍ରୀମାନେ ଦିନ ୨ଟାରୁ ବୋର୍ଡ ୱେବସାଇଟ ମାଧ୍ୟମରେ ନିଜର ରେଜଲ୍ଟ ସମ୍ପର୍କରେ ଜାଣିପାରିବେ। ଏଥି ପାଇଁ ବୋର୍ଡ଼ www.bseodisha.ac.in ଓ www.bseodisha.nic.in ୱେବସାଇଟ୍‍ ଜାରି କରିଛି। ଯଦି କୌଣସି ଅଞ୍ଚଳରେ ନେଟୱର୍କର ସମସ୍ୟା ରହିଛି ତାହେଲେ ସମ୍ପୃକ୍ତ ଅଞ୍ଚଳର ପରୀକ୍ଷାର୍ଥୀମାନେ ଏସଏମଏସ ଜରିଆରେ ମଧ୍ୟ ନିଜର ରେଜଲ୍ଟ ପାଇ ପାରିବେ। ଏଥିପାଇଁ ଛାତ୍ରଛାତ୍ରୀ OR10<ROLL NO> ଟାଇପ କରି ୫୬୭୬୭୫୦ ନମ୍ବରକୁ ଏକ ଏସଏମସ ପଠାଇବେ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଭୋଟର ଲିଷ୍ଟରୁ ୯.୮ ଲକ୍ଷ ଭୋଟର୍ ବାଦ୍ ପଡ଼ିବା ପ୍ରସଙ୍ଗ: ସିଇଓଙ୍କ ଅଫିସ ଆଗରେ ବିଜେଡିର ପ୍ରତିବାଦ

ତେବେ ଚଳିତ ଥର ବୋର୍ଡ଼ ପକ୍ଷରୁ ୩ଟି ମୂଲ୍ୟାୟନ ପଦ୍ଧତି ଅବଲମ୍ବନ କରାଯାଇଥିବାବେଳେ ଯେଉଁ ପଦ୍ଧତିରେ ପରୀକ୍ଷାର୍ଥୀମାନେ ସର୍ବାଧିକ ମାର୍କ ରଖିଥିବେ ତାହାକୁ ଚୂଡାନ୍ତ ମାର୍କ ବୋଲି ଗ୍ରହଣ କରାଯାଇଛି। ସେହିଭଳି ରାଜ୍ୟରେ ୩ ହଜାର ୫୪୦ ଟି ପରୀକ୍ଷା କେନ୍ଦ୍ରରେ ମୋଟ ୫ ଲକ୍ଷ ୮୫ ହଜାର ୭୩୦ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ତନ୍ମଧ୍ୟରୁ ରେଗୁଲାର ବର୍ଗର ୫ ଲକ୍ଷ ୭୧ ହଜାର ୯୦୯ଜଣ, ରାଜ୍ୟ ମୁକ୍ତ ବିଦ୍ୟାଳୟର ୯ ହଜାର ୩୭୮ଜଣ ଏବଂ ସଂସ୍କୃତ ମଧ୍ୟମା ରେ ୪ ହଜାର ୪୪୩ଜଣ ପରୀକ୍ଷାର୍ଥୀ ରହିଛନ୍ତି। ରେଗୁଲାର, ଏକ୍ସ ରେଗୁଲାର୍‍, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ଅଧୀନରେ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ଫଳ ଆସନ୍ତାକାଲି ପ୍ରକାଶ ପାଇବ।

ଆହୁରି ପଢ଼ନ୍ତୁ: ବ୍ୟବସାୟୀଙ୍କୁ ଅପହରଣ କରି ୨ କୋଟି ଦାବି କଲେ ଦୁବୃର୍ତ୍ତ, ପରିବାର ପୁଲିସର ଦ୍ୱାରସ୍ଥ ହେବାରୁ ମାରି ଜଙ୍ଗଲରେ ଫିଙ୍ଗିଦେଲେ

06 Jul 2022 By The Sakala

ଆଜି ପ୍ରକାଶ ପାଇବ ମାଟ୍ରିକ୍‍ ପରୀକ୍ଷା ଫଳ: ୱେବସାଇଟ୍ ଓ ଏସଏମସ ମାଧ୍ଯମରେ ରେଜଲ୍ଟ ଜାଣିପାରିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଆଜି ଦିନ ୧ଟାରେ ମାଟ୍ରିକ୍‍ ପରୀକ୍ଷା ଫଳ ପ୍ରକାଶ ପାଇବ। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଫଳ ପ୍ରକାଶ ପାଇବାକୁ ଥିବାବେଳେ ପ୍ରଥମେ ଏହାକୁ ପୂର୍ବାହ୍ନ ୧୦ ଟାରେ ପରୀକ୍ଷା ପରିଚାଳନା କମିଟି ଦ୍ୱାରା ଯାଞ୍ଚ କରାଯିବ। କମିଟି ଠାରୁ ଅନୁମୋଦନ ମିଳିବା ପରେ ଅପରାହ୍ନ ୧ଟାରେ ବିଧିବଦ୍ଧ ଭାବେ ରେଜଲ୍ଟ ଘୋଷଣା ହେବ। ଛାତ୍ରଛାତ୍ରୀମାନେ ଦିନ ୨ଟାରୁ ବୋର୍ଡ ୱେବସାଇଟ ମାଧ୍ୟମରେ ନିଜର ରେଜଲ୍ଟ ସମ୍ପର୍କରେ ଜାଣିପାରିବେ। ଏଥି ପାଇଁ ବୋର୍ଡ଼ www.bseodisha.ac.in ଓ www.bseodisha.nic.in ୱେବସାଇଟ୍‍ ଜାରି କରିଛି। ଯଦି କୌଣସି ଅଞ୍ଚଳରେ ନେଟୱର୍କର ସମସ୍ୟା ରହିଛି ତାହେଲେ ସମ୍ପୃକ୍ତ ଅଞ୍ଚଳର ପରୀକ୍ଷାର୍ଥୀମାନେ ଏସଏମଏସ ଜରିଆରେ ମଧ୍ୟ ନିଜର ରେଜଲ୍ଟ ପାଇ ପାରିବେ। ଏଥିପାଇଁ ଛାତ୍ରଛାତ୍ରୀ OR10<ROLL NO> ଟାଇପ କରି ୫୬୭୬୭୫୦ ନମ୍ବରକୁ ଏକ ଏସଏମସ ପଠାଇବେ।

ତେବେ ଚଳିତ ଥର ବୋର୍ଡ଼ ପକ୍ଷରୁ ୩ଟି ମୂଲ୍ୟାୟନ ପଦ୍ଧତି ଅବଲମ୍ବନ କରାଯାଇଥିବାବେଳେ ଯେଉଁ ପଦ୍ଧତିରେ ପରୀକ୍ଷାର୍ଥୀମାନେ ସର୍ବାଧିକ ମାର୍କ ରଖିଥିବେ ତାହାକୁ ଚୂଡାନ୍ତ ମାର୍କ ବୋଲି ଗ୍ରହଣ କରାଯାଇଛି। ସେହିଭଳି ରାଜ୍ୟରେ ୩ ହଜାର ୫୪୦ ଟି ପରୀକ୍ଷା କେନ୍ଦ୍ରରେ ମୋଟ ୫ ଲକ୍ଷ ୮୫ ହଜାର ୭୩୦ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ତନ୍ମଧ୍ୟରୁ ରେଗୁଲାର ବର୍ଗର ୫ ଲକ୍ଷ ୭୧ ହଜାର ୯୦୯ଜଣ, ରାଜ୍ୟ ମୁକ୍ତ ବିଦ୍ୟାଳୟର ୯ ହଜାର ୩୭୮ଜଣ ଏବଂ ସଂସ୍କୃତ ମଧ୍ୟମା ରେ ୪ ହଜାର ୪୪୩ଜଣ ପରୀକ୍ଷାର୍ଥୀ ରହିଛନ୍ତି। ରେଗୁଲାର, ଏକ୍ସ ରେଗୁଲାର୍‍, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ଅଧୀନରେ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ଫଳ ଆସନ୍ତାକାଲି ପ୍ରକାଶ ପାଇବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର